ବିବାହ ଚର୍ଚ୍ଚା ମଧ୍ୟରେ ବ୍ରେକଅପ ଘୋଷଣା କଲେ ଏମସି ଷ୍ଟାନ

ଅର୍ଗସ ବ୍ୟୁରୋ: ରିଆଲିଟି ସୋ’ ‘ବିଗ୍ ବସ୍ ୧୬’ ର ବିଜେତା ଏମସି ଷ୍ଟାନ୍ ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ ପାଇଁ ଚର୍ଚ୍ଚାରେ ଅଛନ୍ତି। ବିଗ୍ ବସରେ ଥିବା ବେଳେ ବୁବାଙ୍କ ସହ ପ୍ରେମ ସମ୍ପର୍କ ଥିବା ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ଏମସି ଷ୍ଟାନ୍। ସୋ’ରୁ ବାହାରକୁ ଆସିବା ପରେ ସେ ବିବାହ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ ଦୁହିଁଙ୍କର ବ୍ରେକଅପ ହୋଇଥିବା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ବୁବାଙ୍କ ସହ ଏମସି ଷ୍ଟାନ ବ୍ରେକଅପ୍ ଘୋଷଣା କରିଛନ୍ତି। ଇନଷ୍ଟା ଷ୍ଟାଟସରେ ବ୍ରେକଅପ ବୋଲି ଲେଖି ଏକ ହୃଦୟ ଇମୋଜି ସହ ଶେୟାର କରିଛନ୍ତି ଷ୍ଟାନ୍। ଏହି ଷ୍ଟାଟସ ଦେଖିବା ପରେ ଏବେ ତାଙ୍କର ବ୍ରେକଅପ ହୋଇଥିବା କୁହାଯାଉଛି।
ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ‘ବ୍ରେକଅପ…ଅଣଦେଖା କଲେ ସବୁଠୁ ଦୃଢ଼ ସମ୍ପର୍କ ବି ଭାଙ୍ଗିଯାଏ।’ ତେବେ କିଛି ସମୟ ପରେ ଏମସି ଷ୍ଟାନ ତାଙ୍କ ଷ୍ଟାଟସକୁ ଡିଲିଟ କରିଦେଇଥିଲେ। ତେବେ ଏହାପୂର୍ବରୁ ସେ ଏକ ନୋଟ୍ ମଧ୍ୟ ପୋଷ୍ଟ କରି ରାପ୍ ଛାଡିବେ ବୋଲି ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ, ‘ମୁଁ ରାପ୍ ଛାଡ଼ିବାକୁ ଯାଉଛି।’ ହଠାତ୍ ଷ୍ଟାନ୍ ଏଭଳି କରୁଥିବାରୁ ତାଙ୍କ ଫ୍ୟାନମାନେ ଚିନ୍ତିତ ହୋଇପଡ଼ିଛନ୍ତି ଷ୍ଟାନ କଣ କହିବାକୁ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର