Videos
|
Entertainment

ବଦଳିଗଲା ସମୟ, ଅଭିନେତା ହେଲେ ସିକ୍ୟୁରିଟି ଗାର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବଦଳିଗଲା ସମୟ, ଅଭିନେତା ହେଲେ ସିକ୍ୟୁରିଟି ଗାର୍ଡ

ଅର୍ଗସ ବ୍ୟୁରୋ:  ନିଜର ଅଭିନୟ ସ୍ୱପ୍ନ ପୂରଣ କରିବା ପାଇଁ ସମସ୍ତେ ମାୟାନଗରୀ ମୁମ୍ୱାଇ ଯାଆନ୍ତି । ଯେଉଁଠି କିଛି ଲୋକ ରାତାରାତି ଷ୍ଟାର ହୋଇଯାଆନ୍ତି ତ ଆଉ କାହାକୁ ବର୍ଷ ବର୍ଷ ସମୟ ଲାଗିଥାଏ ନିଜ ସ୍ୱପ୍ନ ପୂରଣ କରିବା ପାଇଁ। ଆଉ କେହି କେହି ତ ବଡ ବଡ ଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପାଇଥାନ୍ତି, ପୁଣି ପରେ ସେମାନେ କୁଆଡେ ଅଭିନୟ ଜଗତରୁ ଲିଭି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ କାହାଣୀ କହିବୁ , ଯିଏକି ନିଜ ପରିବାର ପ୍ରତିପୋଷଣ ପାଇଁ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି। 

ଆଜି ଆମେ ଆପଣଙ୍କୁ କହି ରଖୁଛୁ ସବି ସିଦ୍ଧୁ। ଯିଏ ଦିନେ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ କାମ କରିଥିଲେ। ଆଜି ସିଏ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି। ସବି ସିଦ୍ଧୁ ନିଜ ସ୍କୁଲ କ୍ୟାରିୟର ଲକ୍ଷ୍ନୋରେ କରିଥିଲେ ଏବଂ ପରେ ଚଣ୍ଡିଗଡ ଚାଲିଯାଇଥିଲେ। ଏହି ସମୟରେ ସେ ମଡେଲିଙ୍ଗ କରିବା ଆରମ୍ଭ କରିଦେଇଥଇଲେ। ପରେ ପୁଣି ଥରେ ଲକ୍ଷ୍ନୋ ଆସି ଲ ପାଠ ପଢ଼ା ଆରମ୍ଭ କରିଥିଲେ । ଏବଂ ଥିଏଟରରେ ସାମିଲ ହୋଇଥିଲେ। ସବି ନିଜ କ୍ୟାରିୟର ଆରମ୍ଭ ଅକ୍ଷୟ କୁମାରଙ୍କ ପରି ବଡ ବଡ ଷ୍ଟାରଙ୍କ ସହ କରିଥିଲେ। କେବଳ ସେତିକି ନୁହେଁ, ସୁବାଷ ଘଇ ଏବଂ ୟଶରାଜ ଫିଲ୍ମ ପରି ପ୍ରସିଦ୍ଧ ବ୍ୟାନରେ ନିର୍ମିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଅଲଗା ଲେଖିଥିଲା।

ସମୟ ଏମେତି ବଦଳିଗଲା ଯେ, ସେ ସିକ୍ୟୁରିଟି ଗାର୍ଡ ଚାକିରି କରିବା ପାଇଁ ବାଧ୍ୟ ହେଲେ। ସବି ସିଦ୍ଧୁଙ୍କ ଭାଇଙ୍କୁ ଏୟାର ଇଣ୍ଡିଆରେ ଚାକିରି ମିଳିଗଲା। ସେପଟେ ଅଭିନେତା ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସିଦ୍ଧୁ ମୁମ୍ୱାଇରେ ଯାଇ ପହଞ୍ଚିଲେ। ପ୍ରଥମେ ପ୍ରଥମେ ତାଙ୍କ ପାଖରେ କାମ କରିବାକୁ ପାଇଁ ବହୁତ ଅଫର ଥିଲା। ପରେ ହଠାତ୍‌ ତାଙ୍କ ଦେହ ଖରାପ ହୋଇଗଲା । ପରେ ସେ ନିଜକୁ କାମଠୁ ଦୂରରେ ରଖିଲେ। ଥରେ ସିଦ୍ଧୁ ନିଜେ କହିଥିଲେ ଯେ ତାଙ୍କୁ ପରେ ବଲିଉଡରେ କାମ ନମିଳିବା କାରଣରୁ କେତେ ହଇରାଣ ହେବାକୁ ପଡିଥିଲା। ପରେ ନିଜ ପରିବାର ପୋଷିବା ପାଇଁ ସିକ୍ୟୁରିଟି ଗାର୍ଡ ଚାକିରିକୁ ଆପଣାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Meet actor who did films with Akshay Kumar but now works as a security guard | Argus News