Miss Universe 2026 / ମିସ୍ ୟୁନିଭର୍ସ ୨୦୨୬ ପ୍ରତିଯୋଗୀତାରୁ ବାଦ ପଡ଼ିଲେ ୬ ଦେଶର ସୁନ୍ଦରୀ; କ'ଣ ରହିଛି ଫ୍ରାଞ୍ଚାଇଜ୍ ବିବାଦ?
·40 mins ago·2 min read

Key Points
ଚଳିତ ବର୍ଷର ଫାଇନାଲ୍ ନଭେମ୍ବର ୨୪ ତାରିଖରେ ପୁଏର୍ଟୋ ରିକୋ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଅବଶିଷ୍ଟ ପ୍ରତିନିଧିମାନେ ନଭେମ୍ବର ୮ସୁଦ୍ଧା ସେଠାରେ ପହଞ୍ଚିବେ ବୋଲି ଆଶା କରାଯାଉଛି।
ମିସ୍ ୟୁନିଭର୍ସ ୨୦୨୬ ପ୍ରତିଯୋଗୀତାରୁ ବାଦ ପଡ଼ିଛନ୍ତି ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ ଏବଂ ଲାଓସ ସୁନ୍ଦରୀ। କାରଣ ଫ୍ରାଞ୍ଚାଇଜ୍ ବିବାଦ ଜାରି ରହିଥିବାରୁ ଚଳିତ ବର୍ଷ ସେମାନେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ। "ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍" (MGI) ଅକ୍ଟୋବର ୨୧ ତାରିଖରେ ଏକ ବିବୃତ୍ତି ଜାରି କରିଥିଲେ। ଏନେଇ MGI (Miss Grand International) ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ ପକ୍ଷ, ଜାତୀୟ ସଙ୍ଗଠନ ଏବଂ ୬ ପ୍ରତିନିଧିଙ୍କ ସହିତ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ ତଥାପି ସମସ୍ତ ପ୍ରତିନିଧି ସେମାନଙ୍କର ଜାତୀୟ ଟାଇଟଲ୍ ଏବଂ ସମ୍ପୃକ୍ତ ଦାୟିତ୍ୱ ବଜାୟ ରଖିବେ। ସଙ୍ଗଠନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପୂର୍ବରୁ ହୋଇଥିବା ଚୁକ୍ତିନାମା ଅଧିକାର ପରିତ୍ୟାଗ କରୁନାହିଁ।
ସମ୍ପୂର୍ଣ୍ଣ ଫ୍ରାଞ୍ଚାଇଜ୍ ବିବାଦ କ’ଣ?
"ଦି ଷ୍ଟ୍ରେଟ୍ସ ଟାଇମ୍ସ" (The Straits Times) ପକ୍ଷରୁ ଏକ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜେକେଏନ୍ ୟୁନିଭର୍ସ (JKN Universe) ସେପ୍ଟେମ୍ବର ମାସରେ କହିଥିଲା ଯେ ଏହି ଦେଶ ସହିତ ଜଡିତ ଫ୍ରାଞ୍ଚାଇଜ୍ ଚୁକ୍ତିନାମାକୁ ସ୍ୱୀକୃତି ଦିଆଯାଇ ନାହିଁ। JKN ୟୁନିଭର୍ସ କହିଛି ଯେ ମିସ୍ ୟୁନିଭର୍ସ ବ୍ରାଣ୍ଡ୍ ଲାଇସେନ୍ସିଂ (Miss Universe Brand licensing), ପ୍ରାୟୋଜକତା (Sponsorship) ଏବଂ ଫ୍ରାଞ୍ଚାଇଜ୍ ଚୁକ୍ତିନାମାର (Franchise Contracts) ଆଇନଗତ ଅଧିକାର ବଜାୟ ରଖିଛି। ଥାଇ ପ୍ରତିଯୋଗିତା ନିର୍ଦ୍ଦେଶକ ନାୱାଟ୍ ଇଟାସାରାଗ୍ରିସିଲ୍ (Nawat Itsaragrisil) ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ପ୍ରତିଯୋଗୀଙ୍କୁ ବାଦ ଦେବା ନୋଟିସ୍ ର କୌଣସି ଆଇନଗତ ପ୍ରଭାବ ନାହିଁ। ନାୱାଟ୍ ହେଉଛନ୍ତି ମିସ୍ ୟୁନିଭର୍ସ ଇଷ୍ଟର୍ଣ୍ଣ (Miss Universe Eastern) ମୁଖ୍ୟ। ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ଆଞ୍ଚଳିକ ଫ୍ରାଞ୍ଚାଇଜ୍ ଅଧିକାର ଏବଂ ବୈଶ୍ୱିକ ବ୍ରାଣ୍ଡ୍ (Miss Universe Global Brand) ରେ ୫୦ ପ୍ରତିଶତ ଅଂଶଧନ ରହିଛି।
ଏହା ସହ ପଢନ୍ତୁ: ମିସ୍ ୟୁନିଭର୍ସ ପାକିସ୍ତାନ ମୁକୁଟ ପିନ୍ଧିଲେ ମିସୱାହ ଅର୍ଶଦ
ମିସ୍ ୟୁନିଭର୍ସ ସିଙ୍ଗାପୁରଙ୍କ ବିବୃତ୍ତି
ଅକ୍ଟୋବର ୧୩ ତାରିଖରେ ଭିଓନ୍ ଏରିକୋ ଟାନ୍, ଅନ୍ୟ ୮ ଜଣ ଫାଇନାଲିଷ୍ଟ (Miss Universe Singapre Finalist 2026) ଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ସିଙ୍ଗାପୁର ୨୦୨୬ (Miss Universe Singapre 2026 Winner) ମୁକୁଟ ପିନ୍ଧିଥିଲେ। ଅକ୍ଟୋବର ୨୧ ତାରିଖରେ, ସେ ଇନଷ୍ଟାଗ୍ରାମ୍ ରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ସେ ଏହି ନିଷ୍ପତ୍ତି ବିଷୟରେ ସମ୍ପ୍ରତି ଜାଣିବାକୁ ପାଇଲେ। ଯାହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେ କହିଥିଲେ ଯେ ଆଗକୁ କ'ଣ ଅଛି ସେ ବିଷୟରେ ତାଙ୍କର ଚିନ୍ତାଧାରା ବାଣ୍ଟିବା ପୂର୍ବରୁ ତାଙ୍କୁ କିଛି ସମୟ ଆବଶ୍ୟକ। ସେ ଏହା ମଧ୍ୟ କହିଥିଲେ ଯେ ଏହି ଘଟଣାକ୍ରମ ତାଙ୍କ ମନୋବଳକୁ ଦୁର୍ବଳ କରିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ମିସ୍ ୟୁନିଭର୍ସ ୨୦୨୭ ଉପରେ ଧ୍ୟାନ ଦେଉଛି
ଏହି ସମୟରେ, ମିସ୍ ୟୁନିଭର୍ସ ସିଙ୍ଗାପୁର ସଙ୍ଗଠନ ନିଷ୍ପତ୍ତିକୁ ନିରାଶାଜନକ ବୋଲି ବର୍ଣ୍ଣନା କରିଛି। ସଙ୍ଗଠନ କହିବା ଅନୁଯାୟୀ, ଟାନ୍ ତାଙ୍କର ପ୍ରସ୍ତୁତି ଜାରି ରଖିବେ। ସେ ଏବେ ଅନ୍ୟ ଏକ ଆୟୋଜକ ଦେଶରେ ଅନୁଷ୍ଠିତ ହେବାକୁ ଥିବା ମିସ୍ ୟୁନିଭର୍ସ ୨୦୨୭ ପ୍ରତିଯୋଗୀତାରେ ସିଙ୍ଗାପୁର (Miss Universe 2027 Singapore) ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Related Topics
Explore more stories
Miss Universe 2026 franchise dispute6 Southeast Asian countries Miss Universe pulloutMiss Grand International vs MUO controversyNawat Itsaragrisil Raul Rocha disputeMiss Universe Eastern franchise rightsTharina Botes Miss Universe Thailand 2026Miss Universe Singapore Vion Erico Tan withdrawal75th Miss Universe Puerto Rico controversy