Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି

Entertainment

‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି

Ritu Das
Browse all articles by Ritu Das
·1 year ago·1 min read
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି

ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏକ କାରଣରୁ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଏହି ଫିଲ୍ମକୁ ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ମହାସଂଘ ୨୯ଟି ଚଳଚ୍ଚିତ୍ର ମଧ୍ୟରୁ 'ଲାପତା ଲେଡିଜ୍'କୁ ବାଛିଛି। ଏହି ତାଲିକାରେ 'ଆନିମଲ୍', ମାଲାୟାଲମ୍ ନ୍ୟାସନାଲ୍ ଆୱାର୍ଡ ବିଜେତା 'ଅଟ୍ଟାମ୍', ତାମିଲ ଫିଲ୍ମ ମହାରାଜା ଏବଂ କାନ୍ସ ବିଜେତା 'ଅଲ୍ ୱି ଇମାଜିନ୍ ଇଜ୍ ଲାଇଟ୍' ଅନ୍ତର୍ଭୁକ୍ତ। 

ଆସାମୀ ନିର୍ଦ୍ଦେଶକ ଜାହ୍ନୁ ବରୁଆଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତିକ୍ରମେ ଲାପତା ଲେଡିଜକୁ ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଫିଲ୍ମର ଅଫିସିଆଲ ଏଣ୍ଟ୍ରି ହେବା ପରଠାରୁ ଫିଲ୍ମର ଷ୍ଟାରମାନେ ବହୁତ ଖୁସି ଅଛନ୍ତି । ସମସ୍ତେ ଗଣମାଧ୍ୟମରେ ନିଜର ଖୁସି ଜାହିର କରୁଛନ୍ତି । 'ଲାପତା ଲେଡିଜ୍'ରେ ରବି କିଶନ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ ହେବା ପରେ ରବି କିଶନ ଖୁସି ପ୍ରକାଶ କରିଛନ୍ତି। ରବି କିଶନଙ୍କ ସହ ନିତାଂଶୀ ଗୋୟଲ, ପ୍ରତିଭା ରାଣ୍ଟା ଏବଂ ସ୍ପର୍ଶ ଶ୍ରୀବାସ୍ତବ ମଧ୍ୟ 'ଲପଟା ଲେଡିଜ୍'ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
'Missing Ladies' | Argus News