Videos
|
Entertainment

ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ମୋନା

Ritu Das
Browse all articles by Ritu Das
·2 years ago·1 min read
ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ମୋନା

ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ ହାଉସର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ମିଳିଛି। ହରର କମେଡି ଫିଲ୍ମ ମୁଞ୍ଜ୍ୟାରେ ନିଜର ଚମତ୍କାର ଅଭିନୟ ଦ୍ବାରା ମୋନା ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ହିଟ ସାବ୍ୟସ୍ତ ହୋଇଛି। 

ମୋନାଙ୍କୁ ଆଗାମୀ ଦିନରେ ଅଭିନେତା ଆମିର ଖାନଙ୍କ ଦ୍ବାରା ପ୍ରଯୋଜିତ `ହାପି ପଟେଲ ଖତରନାକ ଜାସୁସ' ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଯୋଗେ ମୋନାଙ୍କୁ ତୃତୀୟ ଥର ପାଇଁ ଆମିରଙ୍କ ସହ କାମ କରିବାର ସୁଯୋଗ ମିଳୁଛି। ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ଚଳିତବର୍ଷ ଦୀପାବଳିରେ ଏହି ଫିଲ୍ମ ରିଲିଜ ହେବ। ମୋନା ଏହି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ। ନିକଟରେ ଏହି ଆଡଭେଞ୍ଚର କମେଡି ଫିଲ୍ମରେ ମୋନଙ୍କ ସୁଟିଂ ଶେଷ ହୋଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mona will be seen | Argus News