Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁସି ଖବର ଦେଲେ କଙ୍ଗନା, ଦୁଇ ଥର ଘୁଞ୍ଚିବା ପରେ ଏବେ କନଫର୍ମ କଲେ

Entertainment

ଖୁସି ଖବର ଦେଲେ କଙ୍ଗନା, ଦୁଇ ଥର ଘୁଞ୍ଚିବା ପରେ ଏବେ କନଫର୍ମ କଲେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୁସି ଖବର ଦେଲେ କଙ୍ଗନା, ଦୁଇ ଥର ଘୁଞ୍ଚିବା ପରେ ଏବେ କନଫର୍ମ କଲେ

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଲୋକସଭା ସାଂସଦ କଙ୍ଗନା ରଣାଓ୍ୱତ। ନିକଟରେ ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅଭିନେତ୍ରୀ ପ୍ରଶଂସକଙ୍କୁ ଏକ ବଡ ଖୁସି ଖବର ମଧ୍ୟ ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଏମର୍ଜନ୍ସି ରିଲିଜ ତାରିଖ ଘୋଷଣା କରିଛନ୍ତି। ସେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି। ଅଭିନେତ୍ରୀ ଲେଖିଛନ୍ତି-ଦେଶର ସ୍ୱାଧୀନତାର ପ୍ରଥମ ୫୦ ବର୍ଷର କାହାଣୀ ଯାହା ଅନ୍ଧକାର ଅଧ୍ୟାୟ ଅଟେ। ଚଳଚ୍ଚିତ୍ର ୬ ସେପ୍ଟେମ୍ୱର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଭାରତୀୟ ସମ୍ୱିଧାନ ଇତିହାସର ସବୁଠାରୁ ବିବାଦୀୟ ଘଟଣାର ବିସ୍ଫୋରଣ କାହାଣୀ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଦୀର୍ଘ ସମୟ ଧରି ପ୍ରେକ୍ଷାଳୟରେ ସ୍ଥାନ ପାଇବାକୁ ଚେଷ୍ଟା କରୁଥିଲା।

ଫିଲ୍ମର ରିଲିଜ୍‌ ତାରିଖ ପୂର୍ବରୁ ଦୁଇଥର ସ୍ଥଗିତ ରଖାଯାିଥିଲା ଏବଂ ଏହାର ଅନ୍ତିମ ତାରିଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ନୂଆ ରିଲିଜ୍‌ ତାରିଖ ଆସିଛି। କଙ୍ଗନା ଏହି ଫିଲ୍ମ ବିଷୟରେ କହି ସାରିଛନ୍ତି। ଫିଲ୍ମର ବିଶେଷ କଥା ହେଉଛି କଙ୍ଗନା ନିଜେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି।କଙ୍ଗନା କ୍ୟାରିୟରରେ ଏକ ବଡ ମାଇଲଖୁଣ୍ଟ ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MP Kangana Ranaut announces new release date of former PM Indira Gandhi biopic Emergency | Argus News