Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ

ଅର୍ଗସ ବ୍ୟୁରୋ:  ବଲିଉଡ ସୁ ପରଷ୍ଟାରଙ୍କୁ ଶକ୍ତିମାନଙ୍କ ପ୍ରହାର। କହୁ କହୁ ମାଙ୍କଡ ବୋଲି ସମ୍ୱୋଧନ କଲେ ଶକ୍ତିମାନ ଫ୍ରେମ ମୁକେଶ ଖାନ୍ନା। ପୁଣିଥରେ ଶକ୍ତିମାନ୍ ଓରଫ ମୁକେଶ ଖାନ୍ନା ବଲିଉଡର ବଡ ବଡ ସୁପରଷ୍ଟାରମାନଙ୍କୁ ଘେରିଛନ୍ତି । କଟାକ୍ଷ କରିବାରେ ଏହା ତାଙ୍କର ପ୍ରଥମ ଥର ନୁହେଁ, ବରଂ ଅନେକ ମାମଲାକୁ ନେଇ ସେ ଷ୍ଚାରମାନଙ୍କୁ ଆକ୍ଷେପ କରିଛନ୍ତି । କିନ୍ତୁ ଏବେ ସେ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କୁ ଅପମାନିତ କରିଛନ୍ତି । ପଇସା ରୋଜଗାର କରିବା କେବଳ ଷ୍ଟାରମାନଙ୍କର ଲକ୍ଷ୍ୟ- ମୁକେଶ ଖାନ୍ନା କ୍ୟାପ୍ସନରେ ଲେଖିଛନ୍ତି, କଣ ବିଜ୍ଞାପନ ଗ୍ଲାମରର ଦୁନିଆ କଣ ପଇସାର ଦୁନିଆ ସାଜିଛି । ପେସା ଫେକ୍ ତମାସା ଦେଖ । କଣ ଏହା ଆଧାର ହୋଇଛି ? ଟଙ୍କା ଦିଅ ଏବଂ କିଛିବି ଅର୍ଡର କର । କଣ ମଡେଲ ଏବଂ ଅଭିନେତାମାନଙ୍କର ଲକ୍ଷ୍ୟ କେବଳ ଟଙ୍କା କମାଇବା ବୋଲି କହିଛନ୍ତି ମୁକେଶ ଖାନ୍ନା। ତମାଖୁ, ଗୁଟଖା, ରୁମି ଭଳି ନିଶାଜାତ ଦ୍ରବ୍ୟକୁ ପ୍ରମୋଟ କରିଥାନ୍ତି ଏହି ଷ୍ଟାର । ଏହି ବିଷୟକୁ ନେଇ ସେ ଇନଷ୍ଟାଗ୍ରାମରେ ଏକ ଲମ୍ବାଚଉଡା ପୋଷ୍ଟ କରିଛନ୍ତି ।

ଅଜୟ ଦେବଗନ, ଅକ୍ଷୟ କୁମାରଙ୍କଠୁ ନେଇ ମହେଶ ମଞ୍ଜରେକର ଭଳି ଷ୍ଟାରମାନଙ୍କୁ ସେ ଟାର୍ଗେଟ କରିଛନ୍ତି ।  ଏଥିରେ ଅଜୟ ଦେବଗନଙ୍କ ପାନ ମସଲା ବିଜ୍ଞାପନ ଫଟୋ ଏବଂ ମହେଶ ମଞ୍ଜରେକର ଫଟୋ ଦେଖାଯାଇଛି । ଏହି ଫଟୋକୁ ନେଇ ସେ ଲେଖିଛନ୍ତି, ବହୁତ ହୋଇଗଲା ଆଦାବ, ବହୁତ ହୋଇଗଲା ଜଙ୍ଗଲିପଣ, କିଏ ଏହାକୁ ବନ୍ଦ କରିବେ କି ? ବିଜ୍ଞାପନ ନିର୍ମାତାମାନେ ମଦାରୀ ହୋଇଗଲେ ଏବଂ କଳାକାରମାନେ ସେମାନଙ୍କର ଡମ୍ବୁରୁ ଆଧାରରେ ମାଙ୍କଡ଼ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସେ ସାଫ୍ରନ୍, ଗୁଟଖା କିମ୍ବା ମଦ ହେଉ, ଏହି ଲୋକମାନେ ଉତ୍ପାଦର ବିଶ୍ୱସନୀୟତା ଯାଞ୍ଚ ନକରି ଖାଲି କହି ଯାଉଛନ୍ତି କାହିଁକି । କାରଣ ଏଥିପାଇଁ ସେମାନଙ୍କୁ ସେମାନଙ୍କ ଫି ନାମରେ ବିପୁଳ ପରିମାଣର ଅର୍ଥ ଦିଆଯାଉଛି ।

ପାନ ମସଲା ବିଜ୍ଞାପନକୁ ନେଇ ଘେରିଲେ- ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେଲିବ୍ରିଟିମାନେ ସେମାନଙ୍କର ବିବେକ, ସମାଜ ପ୍ରତି ତଥା ଯୁବପିଢିଙ୍କ ପ୍ରତି ସେମାନଙ୍କର ଦାୟିତ୍ୱକୁ ଅବହେଳା କରିଛନ୍ତି କି? କୌଣସି ଜିନିଷ ଖରାପ ହେଲେ ମଧ୍ୟ ସେମାନେ ସମାଜକୁ ଭଲ ବୋଲି କହୁଛନ୍ତି । କାରଣ ଏହା ସେମାନଙ୍କର ଧର୍ମ ହୋଇପାରିଛି । କାରଣ ସେମାନେ ମାଗିଥିବା ଟଙ୍କା ପାଇପାରିବେ । ଆପଣ କେତେ ଟଙ୍କା ରୋଜଗାର କରିବେ? ଷ୍ଟାରମାନଙ୍କୁ ସାଧାରଣ ଲୋକମାନେ ଖୁବ ପସନ୍ଦ କରନ୍ତି। ସେମାନେ ଯାହା କରନ୍ତି ସେସବୁ ଆପଣାଇବାକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଭଲ ପାଆନ୍ତି। ଏଭଳି ପରିସ୍ଥିତିରେ ଯଦି ବଡ ବଡ ତାରକାମାନେ ଗୁଟଖାର ବିଜ୍ଞାପନ କରିବେ ତେବେ ତାଙ୍କଠାରୁ ଲୋକେ କଣ ଶିଖିବେ ବୋଲି କହିଛନ୍ତି ମୁକେଶ ଖାନ୍ନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
 

Sponsored
Mukesh Khanna slams 'big stars' for running behind 'money' and endorsing pan masala | Argus News