ବିବାହ ବନ୍ଧନରେ ବାନ୍ଧି ହେଲେ ମୁକ୍ତି ମୋହନ
·2 years ago·1 min read

ଅର୍ଗସ ବ୍ୟୁରୋ: ବଲିଉଡ ସିଙ୍ଗର ନୀତି ମୋହନ ଏବଂ ଡ୍ୟାନ୍ସର ଶକ୍ତି ମୋହନଙ୍କ ଭଉଣୀ ମୁକ୍ତି ମୋହନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆଜି ତାଙ୍କ ପ୍ରେମିକ କୁନାଲ ଠାକୁରଙ୍କୁ ବିବାହ କରିଛନ୍ତି । ନିକଟରେ ମୁକ୍ତି ସୋସିଆଲ ମିଡିଆରେ ଏନେଇ ଫଟୋ ଶେୟାର କରିଛନ୍ତି। ଆଉ ଫଟୋ ଶେୟାର ପରେ ଏବେ ତାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ମୁକ୍ତି ମୋହନଙ୍କ ପ୍ରେମିକ କୁନାଲ ଠାକୁର ବୃତ୍ତି ଅନୁଯାୟୀ ଜଣେ ଅଭିନେତା। ଇନଷ୍ଟାଗ୍ରାମରେ କୁନାଲ ମଧ୍ୟ ବହୁତ ସକ୍ରିୟ ଅଛନ୍ତି।
ମୁକ୍ତି ମୋହନ ଏବଂ କୁନାଲ ଠାକୁର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ନିଜ ବିବାହର ବହୁତ ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଉଲ୍ଲେଖ ଥାଉ କି ମୁକ୍ତି ମୋହନ ବ୍ଲଡ଼ ବ୍ରଦର୍ସ, ସାହେବ, ବିବି ଓର ଗ୍ୟାଙ୍ଗଷ୍ଟର, ମୁରାନ୍, ଦାରୁଭୁ, ହେଟଷ୍ଟୋରି, ଟୋପିୱାଲା, କାଞ୍ଚି, ଦିଲ୍ ହୈ ହିନ୍ଦୁସ୍ତାନୀ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: