Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିଗବସ ୧୭ ବିଜୟୀ ହେଲେ ମୁନାୱର ଫାରୁକି

Ritu Das
Browse all articles by Ritu Das
·2 years ago·1 min read
ବିଗବସ ୧୭ ବିଜୟୀ ହେଲେ ମୁନାୱର ଫାରୁକି

ଅର୍ଗସ ବ୍ୟୁରୋ: ବିଗବସ ବିଜେତା ହେଲେ ମୁନାଓ୍ବର ଫାରୁକି। ଗତକାଲି ରାତି ୧୨ଟାରେ ସମସ୍ତଙ୍କ ନଜର ଥିଲା ଟପ-୩ କଣ୍ଟେଷ୍ଟଣ୍ଟଙ୍କ ଉପରେ। ଶେଷ ମୁହୂର୍ତ୍ତରେ ଗେମରୁ ଆଉଟ ହୋଇଥିଲେ ମନାରା ଚୋପ୍ରା। ଶେଷରେ ଭାଇଜାନ ମାନେ ବିଗବସର ହୋଷ୍ଟ ସଲମାନ ଖାନ ଦୁଇ ପ୍ରତିଯୋଗୀ ଅଭିଷେକ ଏବଂ ମୁନାଓ୍ବାରଙ୍କ ହାତ ଧରିଥିଲେ। ଆଉ ମୁନାଓ୍ବରଙ୍କ ହାତ ଉପରକୁ କରି ବିଜେତା ଘୋଷଣା କରିଥିଲେ। ଏହି ସୋ’ର ଉପସ୍ଥାପକ ତଥା ବଲିଉଡ୍‌ ଅଭିନେତା ସଲ୍‌ମନ୍‌ ଖାନ୍‌ ୩୨ ବର୍ଷିୟ ଫାରୁକିଙ୍କୁ ବିଜୟୀ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ଫାରୁକିଙ୍କୁ ମିଳିଛି ଏକ ଟ୍ରଫି, ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର୍‌।
ଫିନାଲେରେ ଲାଇଭ୍‌ ଭୋଟିଙ୍ଗ୍‌ ଦ୍ବାରା ମୁନୱାର୍‌ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ। ଏହି ଭୋଟିଙ୍ଗ୍‌ ବେଳେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବଲିଉଡ୍‌ର ଅଜୟ ଦେବଗନ ଓ ଆର୍‌. ମାଧବନ।

ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇ ‘ଏକ୍ସ’ ପୋଷ୍ଟ୍‌ରେ ଫାରୁକି ସଲ୍‌ମନ୍‌ ଖାନ୍‌ଙ୍କଠାରୁ ବିଗ୍‌ ବସ୍‌ ସିଜନ୍‌ ୧୭ର ଟ୍ରଫି ଗ୍ରହଣ କରିଥିବା ସମୟର ଫଟୋ ପୋଷ୍ଟ୍‌ କରିଛନ୍ତି।
‘ବିଗ୍‌ ବସ୍‌ ୧୭’ ପ୍ରାରମ୍ଭରୁ ହିଁ ମୁନାୱର୍‌ ଚର୍ଚ୍ଚିତ ହୋଇ ଆସିଥିଲେ। ଏହି ସୋ’ରେ ସେ ଅନେକ ପ୍ରତିବନ୍ଧକ ଏଡ଼ାଇବାରେ ସଫଳ ହୋଇଥିଲେ। ଏହାଛଡ଼ା, ଏଥିରେ ସେ ତାଙ୍କ ଜୀବନ, ପୂର୍ବତନ ସ୍ତ୍ରୀ ଓ ପୁଅଙ୍କ ବିଷୟରେ ଅନେକ କଥା କହିଥିଲେ।

ଏହି ରିୟାଲିଟି ସୋ’ର ଫିନାଲେରେ ଅଂଶ ଗ୍ରହଣ କରିଥିବା ଅନ୍ୟମାନେ ହେଉଛନ୍ତି, ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରୁଣ ଶ୍ରୀକାନ୍ତ ମହାସେଟ୍ଟୀ। ସୂଚନାଯୋଗ୍ୟ, ୨୦୨୨ରେ ଫାରୁକୀ ରିୟାଲିଟି ଟିଭି ସୋ ‘ଲକ୍‌ ଅପ୍‌’ର ପ୍ରଥମ ସିଜନ୍‌ରେ ବିଜୟୀ ହୋଇଥିଲେ। ଏହି ସୋ’ର ଉପସ୍ଥାପିକା ଥିଲେ କଙ୍ଗନା ରଣାୱାତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Munawar Farooqui | Argus News