Videos
|
Entertainment

ଶୋଭିତାଙ୍କ ସହ ନାଗାଙ୍କର ସରିଲା ନିର୍ବନ୍ଧ

Ritu Das
Browse all articles by Ritu Das
·2 years ago·1 min read
ଶୋଭିତାଙ୍କ ସହ ନାଗାଙ୍କର ସରିଲା ନିର୍ବନ୍ଧ

ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ନାଗା ଚୈତନ୍ୟ। ସବୁ ଛାଡ଼ପତ୍ର ପରେ ଖୁବ ଚର୍ଚ୍ଚାରେ ଥିଲେ। ଦୀର୍ଘଦିନ ଧରି ତାଙ୍କ ନାମ ଶୋଭିତା ଧୂଲିପାଲାଙ୍କ ସହ ଯୋଡ଼ା ଯାଇଥିଲା। କୁହାଯାଉଥିଲା କି ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି। ପୂର୍ବରୁ ଦୁହିଁଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ଆଜି ୯.୪୨ରେ ଏହାକୁ ଅଫିସିଆଲି ଭାବେ ଘୋଷଣା କରିଛନ୍ତି। ଏହି ଲଭବାର୍ଡ ଆଜି ନିର୍ବନ୍ଧ କରିଛନ୍ତି। ବର୍ତ୍ତମାନ ନିର୍ବନ୍ଧ ଖବର ଶୁଣିବା ପରେ ଫ୍ୟାନମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। 

 

ନାଗା ଚୈତନ୍ୟ-ଶୋଭିତା ଧୂଲିପାଲା ଆଜି ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେବଳ ପରିବାର ଲୋକ ଉପସ୍ଥିତ ଅଛନ୍ତି। ଫ୍ୟାନ୍ସମାନେ ବର୍ତ୍ତମାନ ନିର୍ବନ୍ଧର ଅଫିସିଆଲ ଆନାଉନ୍ସମେଣ୍ଟ ଶୁଣି ଖୁସି ହୋଇଛନ୍ତି। ସେପଟେ ନାଗାର୍ଜୁନ ତାଙ୍କ ପୁଅର ବିବାହ ନୋଟ ଦେଇଛନ୍ତି। ନାଗା ଲେଖିଛନ୍ତି ଯେ, ଆମ ପରିବାରକୁ ଆଉ ମୋ ପୁଅ ଜୀବନକୁ ତୁମେ ଆସିଥିବାରୁ ମୁଁ ତୁମକୁ ହୃଦୟରୁ ସ୍ବାଗତ କରୁଛି। ମୋ ପୁଅ ଏବଂ ବୋହୂକୁ ଆଶୀର୍ବାଦ କରିବାକୁ ସମସ୍ତ ଫ୍ୟାନମାନଙ୍କୁ ଅନୁରୋଧ କରୁଛି। ତୁମେ ଦୁହେଁ ସବୁବେଳେ ଖୁସିରେ ରୁହ ବୋଲି ନାଗା ଏକ୍ସରେ ଲେଖିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର