Videos
|
Entertainment

Nana Patekar / କେମିତି ହେଲା ନାନା ପାଟେକରଙ୍କ ମୃ*ତ୍ୟୁ ? ପୋଷ୍ଟମର୍ଟମ୍ ରିପୋର୍ଟରେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
କେମିତି ହେଲା ନାନା ପାଟେକରଙ୍କ ମୃ*ତ୍ୟୁ ? ପୋଷ୍ଟମର୍ଟମ୍ ରିପୋର୍ଟରେ ବଡ଼ ଖୁଲାସା
Nana Patekar

Key Points

ନାନା ପାଟେକରଙ୍କ ମୃତ୍ୟୁର କାରଣ କ’ଣ ?
ସାମ୍ନାକୁ ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ
ହୃଦଘାତ ନେଇଗଲା ନାନା ପାଟେକରଙ୍କ ଜୀବନ
ବଲିଉଡ୍‌ର ଦିଗ୍ଜଜ ଅଭିନେତା ନାନା ପାଟେକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ୭୫ ବର୍ଷ ବୟସରେ ଏହି ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଗୋଆ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁଯାୟୀ, ପୋଷ୍ଟମର୍ଟମ୍ ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଉଲ୍ଲେଖ ରହିଛି । ହାର୍ଟର ଏକ ପ୍ରମୁଖ ଧମନୀରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହାର୍ଟର ଏକ ବଡ଼ ଅଂଶକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏହା ହିଁ ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।

ହାର୍ଟର ମୁଖ୍ୟ ଧମନୀରେ ଜମିଥିଲା ରକ୍ତ

ଗୋଆ ମେଡିକାଲ୍ କଲେଜର ବରିଷ୍ଠ ଡାକ୍ତରଙ୍କ ଅନୁଯାୟୀ, ନାନା ପାଟେକରଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ‘ଏକ୍ୟୁଟ୍ ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ୍’ ଅର୍ଥାତ୍ ତୀବ୍ର ହୃଦଘାତକୁ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି । ହାର୍ଟର ବାମ ମୁଖ୍ୟ କୋରୋନାରୀ ଧମନୀରେ ରକ୍ତ ଜମାଟ ବାନ୍ଧିବା ଫଳରେ ଏହି ଗୁରୁତର ସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ଧମନୀ ହାର୍ଟର ଏକ ବଡ଼ ଅଂଶକୁ ରକ୍ତ ଯୋଗାଇଥାଏ । ଏଥିରେ ହଠାତ୍ ରକ୍ତ ପ୍ରବାହ ବନ୍ଦ ହୋଇଯିବାରୁ ହାର୍ଟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଡାକ୍ତରୀ ରିପୋର୍ଟରେ ଏହାକୁ ପ୍ରାକୃତିକ ମୃତ୍ୟୁର କାରଣ ବୋଲି ଦର୍ଶାଯାଇଛି ।

ଗୋଆର ଘରେ ହଠାତ୍ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ନାନା ପାଟେକର ଗୋଆର ଡୋନା ପାଉଲା ଅଞ୍ଚଳରେ ରହୁଥିଲେ । ଅକ୍ଟୋବର ୮ ତାରିଖ ସକାଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହା ଜାଣିବା ପରେ ତାଙ୍କ ନିକଟରେ ଥିବା ବ୍ୟକ୍ତି ତୁରନ୍ତ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ ।

ତାଙ୍କୁ ଗୋଆର ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ (CPR) ଦେଇଥିଲେ। ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଅକ୍ଟୋବର ୮ ତାରିଖ ସକାଳ ପ୍ରାୟ ୫ଟା ୨୦ ମିନିଟ୍‌ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସିନେମା ଜଗତରେ ଅପୂରଣୀୟ କ୍ଷତି

ନାନା ପାଟେକର କେବଳ ଜଣେ ଦକ୍ଷ ଅଭିନେତା ନଥିଲେ, ନିଜର ସ୍ପଷ୍ଟବାଦୀ ସ୍ୱଭାବ ଓ ନିଆରା ଅଭିନୟ ଶୈଳୀ ପାଇଁ ମଧ୍ୟ ସେ ବେଶ୍ ଲୋକପ୍ରିୟ ଥିଲେ । ଭାରତୀୟ ସିନେମାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଜଗତ ଜଣେ ପ୍ରତିଭାବାନ କଳାକାରଙ୍କୁ ହରାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: