Videos
|
Entertainment

Nana Patekar Last Minutes / ଜୀବନର ସେହି ଶେଷ ୩ ଘଣ୍ଟା; କେମିତି ଥିଲା ନାନା ପାଟେକରଙ୍କ ଶେଷ ମୁହୂର୍ତ୍ତ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଜୀବନର ସେହି ଶେଷ ୩ ଘଣ୍ଟା; କେମିତି ଥିଲା ନାନା ପାଟେକରଙ୍କ ଶେଷ ମୁହୂର୍ତ୍ତ ?
Nana Patekar Last Moments

Key Points

କାର୍ଡିଆକ୍ ଆରେଷ୍ଟରେ ଚାଲିଯାଇଛନ୍ତି ନାନା ପାଟେକର
ଭୋର ୫.୩୦ଟାରେ ମୃତ ଘୋଷିତ ହୋଇଥିଲେ
ରାତି ୨.୩୦ଟାରୁ ଭୋର ୫.୩୦ଟା କେମିତି ଥିଲା ?
ପାନାଜୀ (ଗୋଆ): ବଲିଉଡର ଲୋକପ୍ରିୟ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଗୁରୁବାର (ସେପ୍ଟେମ୍ବର ୮) ଭୋର ୫.୩୦ଟାରେ ହୋଇଛି । ଯାହାକି ପୂରା ଦୁନିଆକୁ ଶୋକ ସାଗରରେ ବୁହାଇଥିଲା । ସମସ୍ତେ ଚକିତ ହୋଇପଡ଼ିଥିଲେ । କାରଣ ନାନାଙ୍କ ଚରିତ୍ର ଦର୍ଶକ ମହଲରେ ବେଶ ଆଦୃତ ଥିଲା । ତେବେ ନାନାଙ୍କ ଶେଷ ମୁହୂର୍ତ୍ତ କିପରି ଥିଲା ? ତାଙ୍କୁ ୪୫ ମିନିଟ୍ ପର୍ଯ୍ୟନ୍ତ ସିପିଆର ଦିଆଯାଇଥିଲା, ହେଲେ ତାଙ୍କ ଜୀବନ ବଞ୍ଚିପାରିନଥିଲା ।

  • ପୁତୁରା ନେଇ ଯାଇଥିଲା ହସ୍ପିଟାଲ
ନାନା ପାଟେକରଙ୍କ ବିଳମ୍ବିତ ରାତିରେ ହିଁ ଦେହ ଖରାପ ହୋଇଥିଲା । ହଠାତ୍ ସେ ଅସୁସ୍ଥତା ଅନୁଭବ କରି ନିଜର ଗୋଆ ସ୍ଥିତ ବାସଭବନରେ ତଳେ ପଡ଼ିଯାଇଥିଲେ । ଗୋଆରେ ନାନା ନିଜ ପୁତୁରା ପ୍ରସାଦ ପାଟେକରଙ୍କ ସହ ରହୁଥିଲେ । ସେ ନିଜ ପୁତୁରାକୁ ଦେହ ଖରାପ ସମ୍ପର୍କରେ କହିଥିଲେ । ଗତ ରାତିରୁ ତାଙ୍କ ମୁଣ୍ଡବିନ୍ଧା ହେଉଛି ଓ କିଛି ଭଲ ଲାଗୁନି ବୋଲି କହିଥିଲେ । ହେଲେ ଠିକ୍ ବିଳମ୍ବିତ ରାତିରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାନାଙ୍କ ଶେଷ ମୁହୂର୍ତ୍ତରେ ତାଙ୍କ ପୁଅ ମଲହାର ସାଥୀରେ ନଥିଲେ, କାରଣ ସେ ପୁଣେରେ ଥିଲେ।

  • ରାତିରେ ନାନାଙ୍କ ସହ କଣ ସବୁ ହେଲା ?
ନାନା ପାଟେକରଙ୍କ ଚିକିତ୍ସା କରିଥିବା ଡାକ୍ତର କହିଥିଲେ ଯେ ଅଭିନେତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ସମସ୍ତ ପ୍ରକାର ଉଦ୍ୟମ କରିଥିଲା । ପ୍ରାୟ ୪୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର ଦିଆଯାଇଥିଲା । ମାତ୍ର ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତରୀ ଟିମ । ଡାକ୍ତର କହିଥିଲେ ଯେ ଅଭିନେତାଙ୍କ ଘରେ ହିଁ ମୃତ୍ୟୁ ଘଟିସାରିଥିଲା ।

  • ରାତି ୨.୩୦ଟାରେ ସାଙ୍ଗକୁ କରିଥିଲେ ମେସେଜ୍
ନାନା ପାଟେକର ବିଳମ୍ବିତ ରାତି ପ୍ରାୟ ୨.୩୦ଟାରେ ନିଜ ବନ୍ଧୁକୁ ମେସେଜ୍ କରିଥିଲେ । ତାଙ୍କ ମନ ଭଲ ଲାଗୁନାହିଁ ଓ ଅସୁସ୍ଥତା ଅନୁଭବ କରୁଥିବା କହିଥିଲେ । ମାତ୍ର ରାତି ହୋଇଥିବା ଯୋଗୁଁ ବନ୍ଧୁ ତାଙ୍କ ମେସେଜ୍ ଦେଖିପାରିନଥିଲେ । ଏହାପରେ ସେ ତାଙ୍କ ବନ୍ଧୁକୁ କଲ୍ କରିଥିଲେ ଓ ଘରକୁ ଆସିବାକୁ କହିଥିଲେ । ଏହାପରେ ଭୋର ୪ଟାରେ ତାଙ୍କ ବନ୍ଧୁ ଘରେ ପହଞ୍ଚିଥିଲେ ଓ ନାନାଙ୍କୁ ଆଶ୍ଵସନା ଦେଇଥିଲେ । ଠିକ୍ ହୋଇଯିବେ ବୋଲି ତାଙ୍କୁ କହିଥିଲେ।

ପଢନ୍ତୁ ଏହି ଖବର: କାର୍ଗିଲ ଯୁଦ୍ଧରେ ନାନା ପାଟେକରଙ୍କ ୬୦ଦିନ; ୭୬କେଜି ଓଜନ କମି ହୋଇଯାଇଥିଲା ୫୬


  • ଧୀରେ ଧୀରେ ଚେତାଶୂନ୍ଯ ହୋଇଗଲେ ନାନା
ଯେତେବେଳେ ତାଙ୍କ ବନ୍ଧୁ ନାନା ପାଟେକରଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ବହୁତ ଝାଳ ବାହାରୁଥିଲା । ଏହାପରେ ନାନାଙ୍କୁ ସେ ସମ୍ଭାଳିଥିଲେ ଓ କିଛି ଜରୁରୀ ଚିକିତ୍ସା ମଧ୍ୟ କରିଥିଲେ । ହେଲେ ନାନା ଧୀରେ ଧୀରେ ବେହୋସ୍ ହୋଇଗଲେ । ଏହାପରେ ସେ ତାଙ୍କ କେୟାର ଟେକରକୁ ହସ୍ପିଟାଲ ପଠାଇଥିଲେ ଓ ତୁରନ୍ତ ଆମ୍ବୁଲାନ୍ସ ଆଣିବାକୁ କହିଥିଲେ । ଏହାପରେ ଇମରଜେନ୍ସି ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କୁ କାର୍ଡିଆକ୍ ମସାଜ୍ ଦେଇଥିଲେ । ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ସିପିଆର୍ ଦିଆଯାଇଥିଲା, ହେଲେ ଡାକ୍ତରୀ ଟିମ ତାଙ୍କୁ ବଞ୍ଚାଇପାରିନଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: