Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Smriti Mandhana wedding / କେବେ ହେବ ସ୍ମୃତି ମନ୍ଧାନାଙ୍କ ବିବାହ ? ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କେବେ ହେବ ସ୍ମୃତି ମନ୍ଧାନାଙ୍କ ବିବାହ ? ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍‌

Key Points

ସ୍ମୃତି–ପଲାଶ ବିବାହ କେବେ ?
ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍
ଖୁବଶୀଘ୍ର ହେବ ବିବାହ
ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସ୍ମଅତି ମନ୍ଧାନା ଏବଂ ପଲାଶ ମୁଚ୍ଛଲ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରହିଥିଲା । ହଲଦୀ ଓ ମେହେନ୍ଦୀ ମଧ୍ୟ ଧୁମାଧାମରେ ହୋଇଥିଲା । କିନ୍ତୁ ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଆଉ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

କିନ୍ତୁ ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଗୁଜବ ଭାଇରାଲ ହେଉଛି । ଏମିତି କି କିଛି ଚାଟ୍‌ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ପଲାଶ ମୁଚ୍ଛଲ ସ୍ମୃତିଙ୍କ ସହ ପ୍ରତାରଣା କରିଛନ୍ତି । କିନ୍ତୁ ଚାଟ୍‌ର ସତ୍ୟତାକୁ ନେଇ ପଲାଶ କିମ୍ବା ସ୍ମୃତି ମୁହଁ ଖୋଲି ନାହାନ୍ତି । ଏସବୁ ମଧ୍ୟରେ ସ୍ମୃତିଙ୍କ ପରିବାର ପାଇଁ ଆଶ୍ବସ୍ତିର ଖବର ହେଉଛି ତାଙ୍କ ପିତା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ତେବେ ଏହି ଗୁଜବ ମଧ୍ୟରେ ପଲାଶ ମୁଚ୍ଛଲଙ୍କ ମାଆ ଅମିତା ମୁଚ୍ଛଲଙ୍କ ଏକ ବୟାନ ଏବେ ସାମ୍ନାକୁ ଆସିଛି । ଅମିତା କହିଛନ୍ତି ଯେ ସବୁକିଛି ଯୋଜନା ଅନୁଯାୟୀ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ପଲାଶ ସ୍ମୃତିଙ୍କ ପିତାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଧୋନିଙ୍କ ଘରେ ଡିନର ପାଇଁ ପହଞ୍ଚିଲେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି



ଅମିତା ମୁଚ୍ଛଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, "ହଳଦୀ ଉତ୍ସବ ପରଠାରୁ ଆମେ ପଲାଶଙ୍କୁ ବାହାରକୁ ଯିବାକୁ ଦେଇନାହୁଁ । ସେ ବହୁତ ଚାପଗ୍ରସ୍ତ ଏବଂ କାନ୍ଦୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଛି । ତେଣୁ ତାଙ୍କୁ ଚାରି ଘଣ୍ଟା ପାଇଁ ହସ୍ପିଟାଲରେ ରଖିବାକୁ ପଡିଲା । ତାଙ୍କ ଉପରେ ଏକ IV ଡ୍ରିପ୍ ଲଗାଯାଇଥିଲା ଏବଂ ECG କରାଯାଇଥିଲା । ସବୁକିଛି ସ୍ୱାଭାବିକ ଆସିଥିଲା'' ।

ଅମିତା ମୁଚ୍ଛଲ କହିଛନ୍ତି ଯେ ସ୍ମୃତି ଏବଂ ପଲାଶ ଉଭୟ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି । ପରିବାର ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅମିତା ଆହୁରି କହିଛନ୍ତି ଯେ ତାଙ୍କ ପୁଅ ଖୁବ୍ ଶୀଘ୍ର ବିବାହ କରି କନ୍ୟାକୁ ଘରକୁ ଆଣିବ ।

ଅମିତା ମୁଚ୍ଛଲ ଆହୁରି କହିଛନ୍ତି, "ସବୁକିଛି ଯୋଜନା ଅନୁଯାୟୀ ହେବ ଏବଂ ବିବାହ ଖୁବ୍ ଶୀଘ୍ର ହେବ । ପଳାଶଙ୍କର ସ୍ମୃତିଙ୍କ ବାପାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ଅଛି । ସେ ସ୍ମୃତିଙ୍କ ଅପେକ୍ଷା ତାଙ୍କ ବାପାଙ୍କ ନିକଟତର । ତେଣୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ପଲାଶ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ସୁସ୍ଥ ହେଉଛନ୍ତି, ତେଣୁ ସବୁକିଛି ଠିକ୍ ହୋଇଯିବ।"

ସୂଚନା ଅନୁସାରେ, ସ୍ମୃତି ମନ୍ଧାନା ନଭେମ୍ବର ୨ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ICC ମହିଳା କ୍ରିକେଟ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ମୃତି ଦମଦାର ବ୍ୟାଟିଂ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ସେ ଶେଫାଳୀ ବର୍ମାଙ୍କ ସହ ଶତକୀୟ ପାର୍ଟନରସିପ୍‌ କରି ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored