Videos
|
Entertainment

Bollywood News / ବିବାହର ୪ବର୍ଷ ପରେ ଅଲଗା ହେବେ ନୀଲ-ଐଶ୍ବର୍ଯ୍ୟା

Ritu Das
Browse all articles by Ritu Das
·10 months ago·2 min read
ବିବାହର ୪ବର୍ଷ ପରେ ଅଲଗା ହେବେ ନୀଲ-ଐଶ୍ବର୍ଯ୍ୟା

Key Points

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ଏବଂ ଅଭିନେତା ନୀଲ ଭଟ୍ଟଙ୍କ ମଧ୍ୟରେ କିଛି ଠିକ୍ ନାହିଁ। ଦୁହେଁ ସେମାନଙ୍କ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବି-ଟାଉନରେ ଗୋଟିଏ ପରେ ଗୋଟିଏ ଛାଡ଼ପତ୍ର ଖବର ଶୁଣିବାକୁ ମିଳିଛି। ଟେଲିଭିଜନର ଷ୍ଟାର କପଲ ଜୟ ଭାନୁଶାଳୀ ଓ ମାହି ଭିଜଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି। ଏବେ ଆଉ ଏକ କପଲଙ୍କ ବିଷୟରେ ଚର୍ଚ୍ଚା ହେଉଛି । ରିପୋର୍ଟରେ ଦାବି କରାଯାଇଛି ଯେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ଏବଂ ଅଭିନେତା ନୀଲ ଭଟ୍ଟଙ୍କ ମଧ୍ୟରେ କିଛି ଠିକ୍ ନାହିଁ। ଦୁହେଁ ସେମାନଙ୍କ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାସହ ପଢ଼ନ୍ତୁ: ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ରୋମାଣ୍ଟିକ ହେଲେ ସାମନ୍ଥା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଦୀର୍ଘ ଦିନ ଧରି ଏକାଠି ରହୁ ନାହାନ୍ତି , ଦୁହେଁ ଅଲଗା ହୋଇ ସାରିଛନ୍ତି। ହେଲେ ସେମାନଙ୍କ ସମ୍ପର୍କ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ନିଷ୍କର୍ଷରେ ପହଞ୍ଚିନାହିଁ, ସେମାନେ ଏବେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଦୁହେଁ ବିବାହର ଚାରି ବର୍ଷ ପରେ ଏହି ପଦକ୍ଷେପ ନେଇଛନ୍ତି। ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଏକ ଲୋକପ୍ରିୟ ଟେଲି ଦମ୍ପତି। ହେଲେ ଏହି କପଲ ଏବେ ଅଲଗା ହୋଇଯାଇଛନ୍ତି। ଏହି ଖବର ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା।

ଏହାସହ ପଢ଼ନ୍ତୁ : ସାମ୍ନାକୁ ଆସିଲା ବିଜୟ-ରଶ୍ମୀକାଙ୍କ ଓ୍ବେଡିଂ ଡେଟ: ରାଜସ୍ଥାନରେ କରିବେ ବିବାହ

ନୀଲ ଏବଂ ଐଶ୍ୱର୍ଯ୍ୟାଙ୍କ ନିକଟତର ଏକ ସୂତ୍ର କହିଛି ଯେ ଦୁହେଁ ବହୁତ ଦିନ ଧରି ଅଲଗା ରହୁଥିଲେ। ଛାଡପତ୍ରର ଆନୁଷ୍ଠାନିକତା ଖୁବ୍ ଶୀଘ୍ର ହେବାର ସମ୍ଭାବନା ଅଛି। ଆମେ ଜାଣିନାହୁଁ ଯେ ଉଭୟଙ୍କ ମଧ୍ୟରେ କଣ ସମସ୍ୟା ଥିଲା । କିନ୍ତୁ ଏହା ନିଶ୍ଚିତ ହୋଇଛି ଯେ ସେମାନେ ଅଲଗା ହେଉଛନ୍ତି। ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ପ୍ରଥମ ଥର ପାଇଁ ୨୦୨୦ ଧାରାବାହିକ "ଗୁମ୍ ହୈ କିସି କେ ପ୍ୟାର୍ ମେଁ" ସେଟରେ ଦେଖା ହୋଇଥିଲେ। ଏହି ଅନ-ସ୍କ୍ରିନ୍ କପଲ ଅଫ୍-ସ୍କ୍ରିନ୍ ଯୋଡିରେ ପରିଣତ ହୋଇଥିଲେ।

ଏହାସହ ପଢ଼ନ୍ତୁ: ୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରସ୍ପରଙ୍କୁ ଡେଟ୍ କରିବା ପରେ, ନୀଲ ଏବଂ ଐଶ୍ୱର୍ଯ୍ୟା ୨୦୨୧ ମସିହାରେ ଉଜ୍ଜୈନରେ ବିବାହ କରିଥିଲେ। କିନ୍ତୁ, ଏବେ ଚାରି ବର୍ଷ ପରେ, ସେମାନଙ୍କର ବିବାହ ଶେଷ ହେବାକୁ ଯାଉଛି। ନୀଲ ଏବଂ ଐଶ୍ୱର୍ଯ୍ୟା ସ୍ମାର୍ଟ ଯୋଡ଼ି ଏବଂ ବିଗ୍ ବସ୍ ୧୭ ଭଳି ରିଆଲିଟି ଶୋ'ରେ ମଧ୍ୟ ନଜର ଆସିଥିଲେ। ତେବେ ଦେଖାଯାଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥା କେତେଦୂର ସତ। କିନ୍ତୁ ଫ୍ୟାନ୍ସମାନେ ସବୁେଳେ ଚାହୁଁଛନ୍ତି ଏହି ଖବର ମିଛ ହେଇଥାଉ।