ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
·1 year ago

ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍ବସ୍ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲି ନିୟା ଶର୍ମା ପ୍ରଶସଂକଙ୍କୁ କହିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମାମାଗିବାକୁ ଚାହୁଁଛି। ‘ବିଗ୍ବସ୍ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇପାରୁନାହିଁ ବୋଲି ନିୟା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
‘ବିଗ୍ବସ୍ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ନିୟା ବିଗ ବସ୍ରେ ସାମିଲ ହେବେ ନାହିଁ। ଏହାସହ ରବିବାର ସନ୍ଧ୍ୟାରେ ଅନ୍ୟ ସବୁ କଣ୍ଟେଷ୍ଟେଣ୍ଟଙ୍କ ନା ପ୍ରକାଶ ପାଇଛି। ବିଗବସ୍ କୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବାବେଳେ ବର୍ତ୍ତମାନ ଏହି ସୋ ଆରମ୍ଭ ହୋଇସାରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: