Videos
|
Entertainment

ଷ୍ଟେଜରୁ ଦୌଡିପଳାଇଲେ ନିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଷ୍ଟେଜରୁ ଦୌଡିପଳାଇଲେ ନିକ

ଅର୍ଗସ ବ୍ୟୁରୋ:  ନିକଙ୍କ ଜୀବନ ପ୍ରତି ବିପଦ। କନସର୍ଟ ଛାଡି ଦୌଡି ପଳାଇଲେ ନିକ । ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍‌ଷ୍ଟାର ନିକ୍‌ ଜୋନାସଙ୍କ ଜୀବନ ପ୍ରତି ବିପଦ ରହିଛି । ଏଖବର ପରେ ଚିନ୍ତାରେ ନିକ ଏବଂ ପ୍ରିୟଙ୍କାଙ୍କ ଫ୍ୟାନ୍ସ। କଣ ହୋଇଛି କାହିଁକି , କିଏ ନିକଙ୍କୁ ମାରିବାକୁ ଚାହୁଁଛି। ନିକଟରେ ‘ଜୋନାସ୍‌ ବ୍ରଦର୍ସ’ଙ୍କର ଏକ କନ୍‌ସର୍ଟ ସମୟରେ ସେଭଳି କିଛି ଘଟଣା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ନିକ୍‌ ‘ଟାଇମ୍‌ ଆଉଟ୍‌’ ବୋଲି ଇଙ୍ଗୀତ କରି ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ‘ଜୋନାସ୍‌ ବ୍ରଦର୍ସ’ଙ୍କୁ କିଛି ସମୟ ପାଇଁ ଶୋ’ ରୋକିବାକୁ ପଡ଼ିଥିଲା। ମଙ୍ଗଳବାର ପରାଗ୍ବେରେ କନସର୍ଟ ସମୟରେ ନିକ୍‌ଙ୍କ ଉପରେ ଏକ ଲେଜର୍‌ ଲାଇଟ୍‌ ପଡ଼ିଥିଲା। ଏହାକୁ ସେ ଲକ୍ଷ୍ୟ କରିବା ପରେ ନିଜର ସୁରକ୍ଷାକର୍ମୀଙ୍କୁ ଇଙ୍ଗୀତ କରିଥିଲେ। କେବଳ ସେତିକି ନୁହେଁ ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା। 

କାରଣ ଦର୍ଶକ ଗ୍ୟାଲେରିରୁ କେହି ଲେଜର୍‌ ପକାଇ ଟାର୍ଗେଟ କରିଥିଲେ। ସେହି ବ୍ୟକ୍ତି ଧରାପଡ଼ିବା ପରେ ଶୋ’ ପୂର୍ବବତ୍‌ ଚାଲିଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ ହେଁ ବଲିଉଡ୍‌ ଭଳି ହଲିଉଡ଼ରେ ମଧ୍ୟ କଳାକାରଙ୍କ ଜୀବନ ବିପଦରେ ବୋଲି ଅନେକେ ପ୍ରତିକ୍ରିୟା ରଖୁଛନ୍ତି। ଅପରପକ୍ଷେ ଘଟଣା ସମ୍ପର୍କରେ ନିକ୍‌ କିମ୍ବା ତାଙ୍କ ଭାଇମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରବିବାର ପ୍ୟାରିସରେ ତାଙ୍କ ଶେଷ ଶୋ’ ରହିଥିଲା। ଏବେ ଏଭଳି ଘଟଣା ଘଟିବା ଯୋଗୁ ପିସିଙ୍କ ପ୍ରଶଂସକ ମଧ୍ୟ ଚିନ୍ତାରେ ରହୁଛନ୍ତି। ଏଥିସହ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ଯେ କିଏ ଏବଂ କାହିଁକି ନିକଙ୍କୁ ମୋେରିବାକୁ ଚେଷ୍ଟା କରୁଥିଲା। ଏହା ଶିଘ୍ର ଜଣାପଡୁ ବୋଲି ପ୍ରଶଂସକ ଚାହୁଁଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Nick Jonas Runs Off Stage After Being Targeted by Laser Pointer During Jonas Brothers Concert | Argus News