Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୁନା ବ୍ଲାଉଜ ପିନ୍ଧିଲେ ନୀତା ଅମ୍ୱାନୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୁନା ବ୍ଲାଉଜ ପିନ୍ଧିଲେ ନୀତା ଅମ୍ୱାନୀ

ଅର୍ଗସ ବ୍ୟୁରୋ:  ଏଇ ନିକଟରେ ବିବାହ କରିଥିଲେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ଦୁହିଁଙ୍କ ବିବାହ ଧୁମଧୁମାରେ ହୋଇଥିଲା। ବଲିଉଡ, ହଲିଉଡ ଏବଂ ଟଲିଉଡର ଅନେକ ସେଲିବ୍ରେଟି ଏହି ବିବାହରେ ନଜର ଆସିଥିଲେ। ଏହି ବିବାହର ସମସ୍ତ ଫଟୋ, ଖାଦ୍ୟପ୍ରେୟ ଏବଂ ଆରେଞ୍ଜମେଣ୍ଟ ସବୁ କିଛି ଚର୍ଚ୍ଚାରେ ଥିଲା। କିନ୍ତୁ ତାଠାରୁ ଅଧିକ ଚର୍ଚ୍ଚାରେ ଥିଲା ନୀତା ଅମ୍ୱାନୀଙ୍କ ଗୋଲ୍ଡ ବ୍ଲାଉଜ।

ଅନନ୍ତ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ନୀତା ଅମ୍ବାନୀ ମନୀଷ ମଲହୋତ୍ରା ଡିଜାଇନରଙ୍କ ଆଉଟଫିଟ ପିନ୍ଧିଥିଲେ । ହେଲେ ଲୋକଙ୍କ ଧ୍ୟାନ ପର୍ପଲ କଲର ବ୍ଲାଉଜ ଉପରେ ଥିଲା । ଏହି ବ୍ଲାଉଜରେ ଖାଲି କାରୁକାର୍ଯ୍ୟ ଖାସ ନଥିଲା ବରଂ ବ୍ଲାଉଜର ଯେଉଁ ଡିଜାଇନ ହୋଇଥିଲା ତାହା ସବୁଠାରୁ ଆକର୍ଷଣୀୟ ହୋଇଥିଲା । ବନାରସୀ ସାଢି ସହ ନୀତା ଅମ୍ବାନୀ ଯେଉଁ ପର୍ପଲ କଲରର ବ୍ଲାଉଜ ପିନ୍ଧିଥିଲେ ତାକୁ ୭୭ ବର୍ଷୀୟ ଶହଜାଦ ଅଲି ଶେରାନୀ ତିଆରି କରିଥିଲେ । ସେ ରାଜସ୍ଥାନର କିଶନଗଡ଼ର ନିବାସୀ ଏବଂ ସେ ଅନେକ ବର୍ଷଧରି ବ୍ଲାଉଜ ତିଆରି କରୁଛନ୍ତି । ଏହି ବ୍ଲାଉଜର କାମରେ ଅସଲି ସୁନାର ବ୍ୟବହାର କରାଯାଇଛି । ଏହି ବ୍ଲାଉଜକୁ ତିଆରି କରିବା ପାଇଁ ଶହଜାଦ ଏବଂ ତାଙ୍କ ପୁଅଙ୍କୁ ୫୦ରୁ ୫୫ ଘଣ୍ଟାର ସମୟ ଲାଗିଥିଲା । ଏହି ବ୍ଲାଉଜ ପଛରେ ପେଟିଙ୍ଗ କରାଯାଇଛି । ଯାହର ସଂଯୋଗ ଶ୍ରୀକୃଷ୍ଣଙ୍କ ରୂପ ଶ୍ରୀନାଥ ଏବଂ ଠାକୁର ଜୀଙ୍କର ଅଟେ । ଶ୍ରୀନାଥଜୀ ମନ୍ଦିରରେ ବିଭିନ୍ନ ଦର୍ଶନ ଅନୁସାରେ ଭିନ୍ନ-ଭିନ୍ନ ପେଟିଙ୍ଗ ପ୍ରଦର୍ଶୀତ କରାଯାଇଥାଏ, ଯେପରି ଶରଦ ପୂର୍ଣ୍ଣିମା, ଅନ୍ନକୋଟ, ଫାଗୋତ୍ସବ, ଗୋପାଷ୍ଟମୀ, ଦାନଲୀଳା ଭଳି ୨୪ ଦର୍ଶନ ଅଟେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା ଅନନ୍ତ-ରାଧିକାଙ୍କ ଗ୍ରାଣ୍ଡ ମ୍ୟାରେଜ୍। ଅତିଥିମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ମିଠା ସହିତ କ୍ରିମି ରାବଡି ଏବଂ ସତେଜ ଲସିର ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ, ତିରାମିସୁର ସହ କ୍ୟାଭିୟର ମଧ୍ୟ ପରସାଯାଇଥିଲା।ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ସରିଛି । ଏହି ଗ୍ରାଣ୍ଡ ଫଙ୍କସନ୍‌ରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ରାଜନେତା ଓ ଦେଶ ବିଦେଶର ନାମୀଦାମୀ ଲୋକ ସାମିଲ୍‌ ହୋଇଥିଲେ। ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ମଧ୍ୟରୁ ଅନନ୍ତଙ୍କ ବିବାହ ଗୋଟିଏ। ତେବେ ଅତିଥିଙ୍କ ପାଇଁ ହୋଇଥିଲା ଖାସ୍‌ ବ୍ୟବସ୍ଥା। ରାଜା ମହାରାଜାଙ୍କ ପରି ଆତିଥ୍ୟ ପ୍ରଦାନ କରାଯିବା ସହ ପରସା ଯାଇଥିଲା ରାଜକୀୟ ଖାଦ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


 

Sponsored
Nita Ambani's pink charbagh saree, purple blouse handpainted by Pichwai artist is an ode to India’s rich heritage | Argus News