Videos
|
Entertainment

ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ଅଭିଷେକ ଜଣାଇଲେନି ଶୁଭେଚ୍ଛା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ଅଭିଷେକ ଜଣାଇଲେନି ଶୁଭେଚ୍ଛା

ଅର୍ଗସ ବ୍ୟୁରୋ:  ଛାଡପତ୍ର, ଛାଡପତ୍ର ଛାଡପତ୍ର। କନଫର୍ମ ହେଲା ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଡିଭୋର୍ସ। ସତ କହିଲେ ବଚ୍ଚନ ପରିବାର। ଅମିତାଭ ଏବଂ ଅଭିଷେକ ଖୋଲିଲେ ଗୁମର। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଥମିବାର ନାଁ ନେଉନାହିଁ। ଏଭଳି ପରିସ୍ଥିତିରେ ଐଶ୍ୱ ର୍ଯ୍ୟାଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ବି ଜଣାଇଲେନି ଅଭିଷେକ। । ଏହି ଘଟଣା ପରେ ଛାଡପତ୍ର ଗୁଜବ ଏବେ ଆହୁରି ଘନେଇବାରେ ଲାଗିଛି। ନଭେମ୍ବର ୧ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ ଥିଲା। ଅନେକ ସେଲିବ୍ରିଟି, ପ୍ରଶଂସକ ଏବଂ ବନ୍ଧୁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ କେବଳ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇନଥିଲେ। ପ୍ରଶଂସକଙ୍କ ମନରେ ଏବେ ଅଧିକ ସନ୍ଦେହ ଆରମ୍ଭ ହୋଇଛି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଆଜିକାଲି କେଉଁଠି ଏକାଠି ଦେଖାଯାଉନାହାନ୍ତି। ଐଶ୍ୱର୍ଯ୍ୟା ରାୟ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଏକୁଟିଆ ଆସିଥିଲେ। ଏବେ ଅଭିଷେକ ବଚ୍ଚନ ତାଙ୍କ ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇନାହାନ୍ତି । ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ବଚ୍ଚନ ପରିବାରର କେହି ନ ହେଲେ ନାହିଁ ଅଭିଷେକ ବି ଶୁଭେଚ୍ଛା ଜଣାଇ ନାହାନ୍ତି।

ଅଭିଷେକଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଗତବର୍ଷ ଜନ୍ମଦିନରେ ଅଭି ଐଶ୍ୱଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛା ସହ ତାଙ୍କ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ସେ ବହୁ ବିଳମ୍ବରେ କରିଥିଲେ। ସେହିପରି ଗତକାଲିର ଜନ୍ମଦିନରେ ବଲିଉଡର ଅଧିକାଂଶ ବଡ଼ ବଡ଼ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇ ନ ଥିଲେ। କେବଳ କାଜୋଲ ଓ ରକୁଲ ପ୍ରୀତ ସିଂହ ସାର୍ବଜନିକ ଭାବରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଐଶ ଏବଂ ଅଭିଷେକ ଅଲଗା ଅଲଗା ରହୁଛନ୍ତି। ତେବେ ଏସବୁ ଭିତରେ ସବୁଠାରୁ ଏଖବର ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି। କୁହାଯାଉଛି ଯେ, ଦୁହେଁ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । ଏବଂ ଏହା ସତ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

No birthday wishes for Aishwarya Rai from husband Abhishek, father-in-law Amitabh Bachchan and family | Argus News