ବିନା ମେଡିସିନରେ ୨୧ ଦିନରେ ପତଳା ହେଲେ ମାଧବନ୍

ଅର୍ଗସ ବ୍ୟୁରୋ: ପତଳା ଏବଂ ଫିଟ ରହିବାକୁ କିଏ ବା ନଚାହେଁ। ସେ ସେଲିବ୍ରାଟି ହୁଅନ୍ତୁ ଅବା ସାଧାରଣ ଲୋକ। ହେଲେ ସାଧାରଣ ଲୋକଟିଏ ସବୁବେଳେ ଜାଣିବାକୁ ଚାହେଁ ଯେ ସେଲିବ୍ରେଟି ଏତେ ଶୀଘ୍ର କେମିତି ପତଳା ହୋଇଯାଆନ୍ତି। ଏଇ ଯେମିତି ଆର ମାଧବନ୍ ମାତ୍ର ୨୧ ଦିନରେ ନିଜର ଓଜନ ହ୍ରାସ କରିଛନ୍ତି। ବିନା ଅସ୍ତ୍ରୋପଚାର, ଔଷଧ କିମ୍ୱା ବ୍ୟାୟାମରେ ୨୧ ଦିନରେ ସେ ନିଜର ଓଜନ ହ୍ରାସ କରିଛନ୍ତି। ଏଥିପାଇଁ ସେ ଏକ ରୁଟିନ୍ ପ୍ରସ୍ତୁତ କରିଥିଲେ। ଫିଲ୍ମ 'ସୈତାନ'ରେ ବନରାଜଙ୍କ ଦମଦାର ଚରିତ୍ରରେ ନଜର ଆସିଥିବା ମାଧବନ୍ ଏବେ ଚର୍ଚ୍ଚାରେ। ଏଥିପାଇଁ ସେ ସଠିକ୍ ଭାବରେ ଖାଇବା ଆରମ୍ଭ କରିଥିଲେ। ଅଧିକ ପାଣି ପିିଥିଲେ ଏବଂ ସନ୍ଧ୍ୟା ୭ଟା ପୂର୍ବରୁ ରାତ୍ରୀ ଭୋଜନ କରିବାର ରୁଟିନ୍ ତିଆରି କରିଥିଲେ।
ଆର ମାଧବନ୍ ନିକଟରେ ଏକ୍ସରେ କହିଥିଲେ ଯେ, ସ୍ୱଳ୍ପ ସମୟ ପାଇଁ ଉପବାସ ତାଙ୍କୁ ମେଦବହୁଳତା ହୟାସ କରିବାରେ ଏବଂ ଫିଟନେସ୍ ବଜାୟ ରଖିବାରେ ସାହାଯ୍ୟ କରିଛି। ୪୫-୬୦ଥର ଖାଦ୍ୟ ଚୋବାଇ ଖାଆନ୍ତୁ। ଶେଷ ଭୋଜନ ସନ୍ଧ୍ୟା ସାତଟା ଭିତରେ, କେବଳ ରନ୍ଧା ଖାଦ୍ୟ ଓ ଅପରାହ୍ନ ୩ଟା ପରେ କଞ୍ଚା ଖାଦ୍ୟ ଖାଇବା ଠିକ୍ ନୁହେଁ। ସକାଳେ ଦୀର୍ଘ ସମୟ ଧରି ଚାଲନ୍ତୁ। ରାତିରେ ଗଭୀର ନିଦରେ ଶୁଅନ୍ତୁ। ଏହା କରି ସେ ମାତ୍ର ୨୧ ଦିନରେ ଓଜନ ହ୍ରାସ କରିଛନ୍ତି। ଅଭିନେତାଙ୍କ ଏହି ସ୍ୱାସ୍ଥ୍ୟ ଟିପ୍ସରେ ପ୍ରଶଂସକମାନେ ବହୁତ ଖୁସି। 'ଖାଦ୍ୟ ଖାଇବା ପାଇଁ ଶରୀର ଏକ ନୂତନ ଉପାୟରେ ଆଡଜଷ୍ଟ ହୋଇଥିବାରୁ ସମୟକ୍ରମେ ଉପବାସ ଧୀରେ ଧୀରେ ଓଜନ ହୟାସ କରିଥାଏ। ସେ ବର୍ତ୍ତମାନ ସିଦ୍ଧାର୍ଥ ଏବଂ ନୟନତାରାଙ୍କ ସହ ପରବର୍ତ୍ତୀ ତାମିଲ ଚଳଚ୍ଚିତ୍ର 'ଟେଷ୍ଟ'ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଆପଣ ବି ଆପଣାନ୍ତୁ ଏହି ଉପାୟ ଯାହା ଦ୍ୱାରା ଆପଣ ବି ଓଜନ ହ୍ରାସ କରିପାରିବେ। ଏହାସହ ଏହି ରୋଟିନ୍ ଫଲୋ କରନ୍ତୁ, ସେଲିବ୍ରେଟିଙ୍କ ପରି ସୁସ୍ଥ ରୁହନ୍ତୁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨