Nupur Sanon Wedding / ସାନ ହୋଇ କାହିଁକି ଆଗ ବିବାହ କଲେ ନୁପୁର, କ୍ରିତି ରହିଲେ ପଛକୁ
·6 months ago·2 min read

Key Points
ଉଦୟପୁରରେ ନୁପୁର ସାନନ୍ଙ୍କ ଗ୍ରାଣ୍ଡ ୱେଡିଂ
ହଲଦୀ-ସଙ୍ଗୀତ୍ରେ ଠୁମକା ଲଗାଇଲେ କ୍ରିତି ଓ ମାଆ
ଏୟାରପୋର୍ଟରେ ବନ୍ଧୁ ବାନ୍ଧବଙ୍କ ଭିଡ

ବଲିଉଡରେ କାହାର ହୃଦୟ ଭାଙ୍ଗୁଛି ତ ପୁଣି କାହାର ହୃଦୟ ଯୋଡି ହେଉଛି। ୨୦୨୬ କାହା ପାଇଁ ଖୁସି ଆଣୁଛି ତ ପୁଣି କାହା ପାଇଁ ଦୁଃଖ ଆଣୁଛି। ଏମିତି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଲିଉଡ ଅଭିନେତ୍ରୀ ନୁପୁର ସାନନ ତଥା କ୍ରୀତି ସାନନଙ୍କ ଭଉଣୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଦୟପୁରରେ ପୁଣି ଥରେ ଏକ ରାଜକୀୟ ବିବାହ ହେବାକୁ ଯାଉଛି। ବଲିଉଡ୍ କ୍ଵିନ୍ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ଗାୟକ ଷ୍ଟେବିନ୍ ବେନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଦୟପୁରର ଫେୟାରମଣ୍ଟ ପ୍ୟାଲେସରେ ଏହି ଗ୍ରାଣ୍ଡ ୱେଡିଂର ସେଲିବ୍ରେସନ ଆରମ୍ଭ ହୋଇସାରିଛି। କ୍ରିତି ତାଙ୍କ ସାନ ଭଉଣୀଙ୍କ ବିବାହରେ ଖୁବ୍ ଡ୍ୟାନ୍ସ କରିଛନ୍ତି। ଏବେ ସମାରୋହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି।
ସେପଟେ କ୍ରିତି ସାନ ଭଉଣୀଙ୍କ ସଙ୍ଗୀତ ସେରମନିରେ ଭୋଜପୁରୀ ଗୀତ "ଲଲିପପ୍" ଗୀତରେ ଦମ୍ଦାର ଡ୍ୟାନ୍ସ କରିଥିଲେ ।ନୁପୁର ପରିବାରର ସବୁଠାରୁ ସାନ ଝିଅ। ତାଙ୍କ ବିବାହରେ, ତାଙ୍କ ମାଆ ଗୀତା ସାନନ "ଦିଲ୍ ତୁ ଜାନ୍ ତୁ" ଗୀତର ଏକ ଭାବପ୍ରବଣ ପରଫମାନ୍ସ କରିଥିଲେ। ତାଙ୍କ ମାଆଙ୍କ ସହିତ, କ୍ରିତି ମଧ୍ୟ ତାଙ୍କ ଭଉଣୀଙ୍କ ପାଇଁ ଭାବପ୍ରବଣ ହୋଇଗଲେ।ସଙ୍ଗୀତରେ ବଡ଼ ଭଉଣୀ କ୍ରିତିଙ୍କ ସହିତ ନୁପୁର ଏକ ଗ୍ରୁପ ଡ୍ୟାନ୍ସ କରିଥିଲେ । ଯାହାକୁ ଦେଖି ଭାବି ସ୍ୱାମୀ ଷ୍ଟେବିନ ଖୁସି ହୋଇଯାଇଥିଲେ। ନୁପୁରଙ୍କ ମୁହଁରେ ଥିବା ଖୁସି ପ୍ରକାଶ କରୁଥିଲା ଯେ ସେ ତାଙ୍କୁ ଜୀବନସାଥୀ ଭାବରେ ପାଇ ନିଜକୁ ଧନ୍ୟ ମନେ କରୁଛନ୍ତି। ନୁପୁର ସାନନଙ୍କ ବିବାହ ଉତ୍ସବର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।
ଏଥିସହ ପଢ଼ନ୍ତୁ: ଗାଁରେ କଡ଼ା ନିୟମ, ବିନା ଅନୁମତିରେ କରିପାରିବେ ଛୁଆ କି ନେଇପାରିବେନି ନିଶ୍ୱାସ
ହଳଦୀ ସମାରୋହରେ ବର ଷ୍ଟେବିନ୍ ହଳଦିଆ ରଙ୍ଗତ କୁର୍ତ୍ତା-ପାଇଜାମା ସହ ଢୋଲ ବାଜାରେ ନାଚୁଥିବାର ନଜର ଆସିଥିଲେ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ନୁପୁର ହଳଦିଆ ଲେହେଙ୍ଗାରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ବେଳେ ଦୁହେଁ ମନ କୋଲି ନାଚୁଥିବାର ନଜର ଆସିଛନ୍ତି । ଏହା ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ସେମାନଙ୍କ ବିବାହର ପ୍ରତ୍ୟେକ ଦିଗକୁ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି।ନୁପୁର ଏବଂ ଷ୍ଟେବିନ ମଧ୍ୟ ଖୁବ ଖୁସି ଥିବା ଦେଖିବାକୁ ମିଳିଛି। ଏହାସହ ବଲିଉଡ ସେଲିବ୍ରିଟିଙ୍କ ଲମ୍ୱା ଲାଇନ୍ ଏୟାରପୋର୍ଟରେ ଦେଖିବାକୁ ମିଳିଲାଣି। ଉଭୟଙ୍କ ବିବାହରେ ସାମିଲ ହେବା ପାଇଁ ଉଦୟପୁର ଗସ୍ତରେ ବାହାରିଛନ୍ତି। ଏହାସହ ଫ୍ୟାନ୍ସ ମଧ୍ୟ କହୁଛନ୍ତି ଯେ, ନୁପୁର ସାନ ହୋଇ ଆଗ ବିବାହ କଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିତି କାହିଁକି ବିବାହ କରିନାହାନ୍ତି।
ଅଧିକ ପଢ଼ନ୍ତୁ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories