Videos
|
International

Village Rules / ଗାଁରେ କଡ଼ା ନିୟମ, ବିନା ଅନୁମତିରେ କରିପାରିବେ ଛୁଆ କି ନେଇପାରିବେନି ନିଶ୍ୱାସ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଗାଁରେ କଡ଼ା ନିୟମ, ବିନା ଅନୁମତିରେ କରିପାରିବେ ଛୁଆ କି ନେଇପାରିବେନି ନିଶ୍ୱାସ
This village doesn't allow

Key Points

ଦୁନିଆର ସବୁଠୁ ଅଜବ ଗାଁ
ବିନା ଅନୁମତି ନା ନିଶ୍ୱାସ ନେଇପାରିବ ନା ବଞ୍ଚିପାରିବ
କୁହାଯାଏ ଛୁଆ ଜନ୍ମ କରିବା ଏକ ସୁନ୍ଦର ମୁହୂର୍ତ୍ତ। ମା'କୁ ଯେତେ କଷ୍ଟ ହୋଇଥିଲେ ବି ଗୋଟେ ଛୁଆ ପାଇଁ ସେ କିଛି ବି କରିପାରନ୍ତି। ବିବାହ ପରେ କେବେ ଛୁଆ କରିବ ତାହା ନିଜ ଉପରେ ନିର୍ଭର କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି ଦେଶ ରହିଛି ଯେଉଁଠି ନିଜ ଇଛାରେ କରିପାରିବେ ନାହିଁ ଛୁଆ ଜନ୍ମ । କେବଳ କଣ ସେତିକି ନିଜ ଇଛାରେ ମରିପାରିବେ ନାହିଁ। ଆଉ ଏକ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ନିଶ୍ୱାସ ପ୍ରଶ୍ୱାସ ପାଇଁ ବି ନେବାକୁ ପଡ଼େ ଅନୁମତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ଗାଁ ଲୋକଙ୍କ ଭାବନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ନିୟମ ଅନୁସାରେ ଚାଲିଥାଏ। ଏଠାକାର ବ୍ୟବସ୍ଥା ଏବଂ ଜୀବନଶୈଳୀ ବିଶ୍ୱର ଅନ୍ୟ ଦେଶଠାରୁ ବହୁତ ଭିନ୍ନ ବୋଲି ବିବେଚନା କରାଯାଏ।

ଏହି କାରଣରୁ ଏହି ସ୍ଥାନଟି ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଉତ୍ତର ମେରୁରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ ସ୍ୱାଲବାର୍ଡ ନାମକ ଏକ ନରୱେଜିଆନ୍ ଦ୍ୱୀପପୁଞ୍ଜ ଅଟେ । ଏହା ନରୱେର ଏକ ଅଂଶ, କିନ୍ତୁ ଏଠାକୁ ଭିସା ବିନା ଯାତ୍ରା ସମ୍ଭବ। ବିଶ୍ୱରେ ୧୯୫ଟି ଦେଶ ଅଛି ଏବଂ ପ୍ରତ୍ୟେକ ଦେଶ ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ପ୍ରସିଦ୍ଧ ।ଏଗୁଡ଼ିକ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଜନ୍ମ କିମ୍ବା ମୃତ୍ୟୁ ସମ୍ପୁର୍ଣ୍ଣ ନିଷେଧ । ସେହି ଗାଁରେ ପହଞ୍ଚିବା ସହଜ ହୋଇଥିଲେ ମଧ୍ୟ, ସେଠାରେ ପିଲା ଜନ୍ମ କରିବା କିମ୍ବା ମୃତ୍ୟୁବରଣ କରିବା ପ୍ରାୟ ଅସମ୍ଭବ। ଯେଉଁଥିପାଇଁ ଏହି ସ୍ଥାନକୁ ବିଶ୍ୱର ସବୁଠାରୁ ଅଜବ ଗ୍ରାମ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।ଏଠାରେ ମଣିଷ ଅପେକ୍ଷା ପୋଲାର ଭାଲୁଙ୍କ ସଂଖ୍ୟା ଅଧିକ, ତେଣୁ ରାଇଫଲ୍ ବିନା ବାହାରକୁ ବାହାରିବା ବେଆଇନ। ଏଠାରେ ଅପରାଧ ବହୁତ କମ୍, ଏବଂ ଲୋକମାନେ ସେମାନଙ୍କର ଦ୍ୱାର ବନ୍ଦ ମଧ୍ୟ କରନ୍ତି ନାହିଁ। ଏହି ଅଜବ ନିୟମ ସତ୍ତ୍ୱେ ମଧ୍ୟ ଏହି ଗାଁ ବିଶ୍ଵରେ ଅନନ୍ୟ ।

ସ୍ୱାଲବାର୍ଡକୁ ମଧ୍ୟରାତ୍ରି ସୂର୍ଯ୍ୟର ଦେଶ ଭାବରେ ମଧ୍ୟ ଜଣାଶୁଣା। ଶୀତଦିନେ ମାସ ମାସ ଧରି ସୂର୍ଯ୍ୟ ଉଦୟ ହୁଏ ନାହିଁ, ଏବଂ ଗ୍ରୀଷ୍ମଦିନେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ। ଏଠାରେ ପ୍ରାୟ ୨୫୦୦ ରୁ ୩୦୦୦ ଲୋକ ବାସ କରନ୍ତି ଏବଂ ପଚାଶରୁ ଅଧିକ ଦେଶର ନାଗରିକ ଭିସା ବିନା ଏକାଠି ରୁହନ୍ତି।ଜଣେ ଇନଫ୍ଲୁଏନସର କହିଛନ୍ତି ଯେ,ସ୍ୱାଲବାର୍ଡରେ କୌଣସି ଡାକ୍ତରଖାନା ନାହିଁ ଏବଂ ଏହା ଅତ୍ୟନ୍ତ ଥଣ୍ଡା। ଏହି ଗାଁ ବର୍ଷସାରା ବରଫରେ ଜମାଟ ବାନ୍ଧି ହୋଇ ରହିଥାଏ। ଏପରିକି କାହାର ମୃତ୍ୟୁ ହୋଇଗଲେ ସେ ପୋତି ହୋଇ ରହିଥିବା ମୃତଦେହଗୁଡ଼ିକୁ ପଚିଯିବାରୁ ରୋକିଥାଏ।

ଏଥିସହ ପଢ଼ନ୍ତୁ: ଭାରତର ଏହି ସ୍ଥାନରେ ତାପମାତ୍ରା -୨୪.୬ ଡିଗ୍ରୀ ସେଲସିୟସ୍‌, ପାଇପିରେ ପାଣି ଗରମ କରି ପିଅନ୍ତି ଲୋକେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିଲା, ଯାହା ଫଳରେ କବର ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଯଦି କେହି ଗୁରୁତର ଅସୁସ୍ଥ କିମ୍ବା ଅତ୍ୟଧିକ ବୃଦ୍ଧ ହୁଅନ୍ତି, ତେବେ ସେମାନଙ୍କୁ ଦ୍ୱୀପ ଛାଡି ମୁଖ୍ୟଭୂମି ନରୱେକୁ ଯିବାକୁ ପଡିବ। ଉନ୍ନତ ଚିକିତ୍ସା ସୁବିଧା ଅଭାବରୁ ଗର୍ଭବତୀ ମହିଳାଙ୍କୁ ପ୍ରସବ ପୂର୍ବରୁ ବିଦାୟ ଦିଆଯାଏ। ଏଠାରେ କୌଣସି ଅବସର ଗୃହ ମଧ୍ୟ ନାହିଁ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories