Jyotirmayee Nayak / ଗ୍ରାଣ୍ଡ ଫିନାଲେରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
·1 hour ago·3 min read

Key Points
ଜାତୀୟସ୍ତରୀୟ ମଞ୍ଚରେ ଚମକୁଛନ୍ତି ଓଡ଼ିଆ ଝିଅ
ଇଣ୍ଡିଆନ ଆଇଡଲ୍ ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ
ଇଣ୍ଡିଆନ ଆଇଡଲ୍ ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ
ଭୁବନେଶ୍ଵର: ଓଡ଼ିଶାର ଗର୍ବ ତଥା ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬’ର ଗ୍ରାଣ୍ଡ ଫିନାଲେରେ ପହଞ୍ଚି ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ନିଜର ଅସାଧାରଣ ଗାୟିକୀ ଏବଂ ଶାସ୍ତ୍ରୀୟ ସଙ୍ଗୀତର ଯାଦୁରେ ସେ ବିଚାରକ ଏବଂ ଦର୍ଶକଙ୍କ ମନ ଜିତି ‘ଇଣ୍ଡିଆନ୍ ଆଇଡଲ୍’ର ଟପ୍ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜ୍ୟୋତିର୍ମୟୀଙ୍କୁ ଖାସ୍ ଅଭିନନ୍ଦନ ଜଣାଇଛନ୍ତି ।
ଓଡ଼ିଶାର ସଙ୍ଗୀତ ଗୌରବକୁ ଜାତୀୟ ସ୍ତରରେ ଆଗକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ତେବେ ଗ୍ରାଣ୍ଡ ଫିନାଲେରେ ନିଜ ଜାଗା ବନାଇଛନ୍ତି ଜ୍ୟୋତିର୍ମୟୀ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗ୍ରାମର ଝିଅ ହେଉଛନ୍ତି ଜ୍ୟୋତିର୍ମୟୀ ନାୟକ । ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

- ସଫଳତା କାମନା କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ 'ଇଣ୍ଡିଆନ୍ ଆଇଡଲ୍'ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁଯୋଗ୍ୟା କନ୍ୟା ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି।
— Mohan Charan Majhi (@MohanMOdisha) July 8, 2026
ଜ୍ୟୋତିର୍ମୟୀଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଓ ଆଶୀର୍ବାଦ… pic.twitter.com/ylXVwPBNSM
- ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ
Iss dhamakedaar performances mein se kisne jeeta aapka dil? Comments mein batayein!
— sonytv (@SonyTV) July 8, 2026
Dekhiye Indian Idol, Sat-Sun raat 8 baje #SonyEntertainmentTelevision aur SonyLIV par.#YaadonKiPlaylist #IndianIdol16 #SonyTV pic.twitter.com/OoAr3vft8C
- ସଙ୍ଗୀତ ମାଧ୍ୟମରେ ପ୍ରାଣ ଭରନ୍ତି ଜ୍ୟୋତିର୍ମୟୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories