Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫିଲ୍ମ ଷ୍ଟାରଙ୍କ ନାମରେ ହେଉଛି ସ୍କାମ

Entertainment

ଫିଲ୍ମ ଷ୍ଟାରଙ୍କ ନାମରେ ହେଉଛି ସ୍କାମ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫିଲ୍ମ ଷ୍ଟାରଙ୍କ ନାମରେ ହେଉଛି ସ୍କାମ

ଅର୍ଗସ ବ୍ୟୁରୋ:  ସେଲିବ୍ରେଟିଙ୍କୁ କରାଯାଉଛି ହ୍ୟାକ। ଗ୍ଲୋବାଇଲ ସାଇବର ସିକ୍ୟୁରିଟି କମ୍ପାନୀ ମାକାଫି ପକ୍ଷରୁ ସେଲିବ୍ରେଟୀ ହ୍ୟାକର ହଟ ଲିଷ୍ଟ ୨୦୨୪ ଜାରି କରାଯାଇଛି । ଏହି ଲିଷ୍ଟରେ ଭାରତରେ ପପୁଲାର ଥିବା ଅନେକ ସେଲିବ୍ରେଟୀଙ୍କ ନାମ ସାମିଲ ରହିଛି । ଚଳିତ ବର୍ଷ ପ୍ରାରମ୍ଭରେ ମାକାଫି ଏକ ସର୍ଭେ ରିଭିଲ୍ କରିଥିଲା । ୮୦ ପ୍ରତିଶତ ଭାରତୀୟ ଗତ ବର୍ଷ ଅପେକ୍ଷା ଏବେ ଡିପଫେକରେ ଅଧିକ ଶିକାର ହେଉଥିବା କୁହାଯାଇଥିଲା । ସେହିପରି କୃତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଅନଲାଇନ ସ୍କାମକୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇଯଇଥିବା ୬୪ ପ୍ରତିଶତ ମତ ଦେଇଥିଲେ । ସେହିପରି ଇଣ୍ଟରନେଟରେ ଡିପଫେକ କଣ୍ଟେଣ୍ଟ ଦେଖିଥିବା ନେଇ ୭୫ ପ୍ରତିଶତ ଲୋକ କହିଥିଲେ । ୩୮ ପ୍ରତିଶତ ଲୋକ ଡିପଫେକ ସ୍କାମର ଶିକାର ହୋଇଥିବା କହିଥିବା ବେଳେ ୧୮ ପ୍ରତିଶତ ଏପରି ସ୍କାମର ଶିକାର ହୋଇଥିବା କହିଥିଲେ ।

ମାକାଫି ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟରେ ୧୦ ଜଣ ଭାରତୀୟ ସେଲିବ୍ରେଟୀଙ୍କ ନାମ ରହିଛି । ଏହି ଲିଷ୍ଟରେ ସବଠାରୁ ଟପରେ ରହିଛନ୍ତି ଓରି (ଓରହାନ ଅୱାତ୍ରାମଣି)ଙ୍କ ନାମ ରହିଛି । ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲଜୀତ ଦୋସାଂଝ । ସେହିପରି ତୃତୀୟ ସ୍ଥାନରେ ଆଲିଆ ଭଟ୍ଟ, ଚତୁର୍ଥରେ ରଣବୀର ସିଂହ, ପଞ୍ଚମରେ ବିରାଟ କୋହଲୀ, ଷଷ୍ଠରେ ସଚିନ ତେନ୍ଦୁଲକର, ସପ୍ତମରେ ଶାହରୁଖ ଖାନ, ଅଷ୍ଟମରେ ଦୀପିକା ପାଦୁକୋନ, ନବମରେ ଅମୀର ଖାନ ଓ ଦଶମରେ ମନ୍ଦ୍ରେ ସିଂହ ଧୋନୀଙ୍କ ନାମ ରହିଛି ।

ଏହି ସେଲିବ୍ରେଟୀଙ୍କ ନାମରେ ସର୍ବାଧିକ ମାତ୍ରାରେ ସ୍କାମ୍ ହେଉଥିବା କୁହାଯାଉଛି । ହ୍ୟାକର୍ସ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ଏହି ସବୁ ଷ୍ଟାରଙ୍କ ନାମ ବ୍ୟବହାର କରୁଥିବା କୁହାଯାଇଛି । ଏହି ଲିଷ୍ଟରେ ସାମିଲ ଥିବା ସେଲିବ୍ରେଟୀଙ୍କ ନାମରେ ସାଇବର ଅପରାଧୀମାନେ ଲୋକଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏମାନଙ୍କ ସ୍କାମର୍ସ ଲୋକଙ୍କ ଡାଟା ଚୋରି କରିବା ଠାରୁ ଆରମ୍ଭ କରି ଅର୍ଥ ଲୁଟ୍ କରୁଥିବା ଜଣାପଡ଼ିଛି । । ଏମାନଙ୍କୁ ଯଥାଶୀଘ୍ର ଧରିବାକୁ ଦାବି ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Orry, Diljit, Alia Most Used Celeb Names By Cyber Scamsters | Argus News