Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକଙ୍କୁ ଧରିଧରି ନେଲେ, ମିଳିଲା ପଦ୍ମ ପୁରସ୍କାର

Entertainment

Alka Yagnik / ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକଙ୍କୁ ଧରିଧରି ନେଲେ, ମିଳିଲା ପଦ୍ମ ପୁରସ୍କାର

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକଙ୍କୁ ଧରିଧରି ନେଲେ, ମିଳିଲା ପଦ୍ମ ପୁରସ୍କାର
Alka Yagnik

Key Points

ପ୍ରସିଦ୍ଧ ବଲିଉଡ ଗାୟିକା ଅଲକା ୟାଗ୍ନିକଙ୍କୁ ପଦ୍ମ ପୁରସ୍କାର
ଅନ୍ୟର ସାହାରାରେ ଆୱାର୍ଡ ନେବାକୁ ପହଞ୍ଚିଲେ
ଜାଣନ୍ତୁ କେଉଁ ମାରାତ୍ମକ ରୋଗରେ ପୀଡ଼ିତ ଅଲକା ?
ନୂଆଦିଲ୍ଲୀରେ ଅନୁଷ୍ଠିତ ଆଜି ଦ୍ୱିତୀୟ ପଦ୍ମ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୫ ଜଣ ବିଜେତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମୟରେ ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକ୍ଙ୍କୁ ସିନେମା ଜଗତରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସମାରୋହ ସମୟରେ ୬୦ ବର୍ଷୀୟ ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକଙ୍କ ଏକ ଫଟୋ ସମସ୍ତଙ୍କୁ ଚିନ୍ତିତ କରିଛି । ଯେତେବେଳେ ଅଲକା ୟାଗ୍ନିକ୍ ତାଙ୍କର ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବାକୁ ରାଷ୍ଟ୍ରପତିଙ୍କ ପାଖକୁ ଯାଉଥିଲେ, ସେତେବେଳେ ଜଣେ ମହିଳା ତାଙ୍କ ଧରିଧରି ନେଇଯାଇଥିବା ଦେଖିବାକୁ ମିଳିଛି ।

ଯେତେବେଳେ ଅଲକା ୟାଗ୍ନିକଙ୍କ ନାମ ଘୋଷଣା କରାଗଲା, ସେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏବଂ ତା’ପରେ ପୁରସ୍କାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚାଲିଗଲେ । ଏହି ସମୟ ମଧ୍ୟରେ ଜଣେ ମହିଳା ତାଙ୍କୁ ପଛରୁ ଧରି ରାଷ୍ଟ୍ରପତିଙ୍କ ନିକଟକୁ ନେଇ ଯାଇଥିଲେ । ପୁରସ୍କାର ଗ୍ରହଣ କରିବା ସମୟରେ ସେ ନିଜେ ଏକାକୀ ଠିଆ ହୋଇଥିଲେ । ଏହି ଚିତ୍ରଗୁଡ଼ିକ ତାଙ୍କ ପ୍ରଶଂସକଙ୍କୁ ଚିନ୍ତିତ କରିଛି ।

  • ଦୁଇ ବର୍ଷ ପୂର୍ବେ ହଠାତ୍ ବଧିର ହୋଇଗଲେ
ଜୁନ ୨୦୨୪ରେ, ଅଲକା ୟାଗ୍ନିକ୍ ତାଙ୍କର ଶ୍ରବଣଶକ୍ତି ହରାଇଥିବା ନିଜ ପ୍ରଶଂସକଙ୍କୁ ଜଣାଇଥିଲେ । ସେ କହିଥିଲେ ଯେ ଏକ ଭାଇରାଲ୍ ସଂକ୍ରମଣ ଯୋଗୁଁ ସେ ଶ୍ରବଣଶକ୍ତି ହରାଇଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଅବସ୍ଥା ବିଷୟରେ ସୂଚନା ସେୟାର କରିଥିଲେ । ସେ କହିଥିଲେ ଯେ ବିମାନରୁ ଓହ୍ଲାଇବା ସମୟରେ ସେ ହଠାତ୍ ଅନୁଭବ କରିଥିଲେ ଯେ ତାଙ୍କର ଶ୍ରବଣଶକ୍ତି ହ୍ରାସ ପାଉଛି । ତାଙ୍କର ଶ୍ରବଣଶକ୍ତି ହ୍ରାସ 'ସେନ୍ସରି ନ୍ୟୁରାଲ ହିୟରିଂ ଲସ୍' ଯୋଗୁଁ ହୋଇଥିଲା ।


  • ଅଲକାଙ୍କ କ୍ୟାରିଅର
୨୦ ମାର୍ଚ୍ଚ ୧୯୬୬ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଅଲକା ୟାଗନିକ୍ ତାଙ୍କ କ୍ୟାରିଅରରେ ୨୫ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି । ଏହି ସମୟ ମଧ୍ୟରେ ସେ ୧୧୦୦ ଚଳଚ୍ଚିତ୍ରରେ ୨୨,୦୦୦ରୁ ଅଧିକ ଗୀତରେ କଣ୍ଠସ୍ୱର ଦେଇଛନ୍ତି । ତାଙ୍କୁ ଦୁଇଟି ଜାତୀୟ ପୁରସ୍କାର ଏବଂ ୭ଟି ଫିଲ୍ମଫେୟାର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଅଲକା ୬ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ।

ପଢନ୍ତୁ ଏହି ଖବର: ରୋହିତଙ୍କୁ ସଫଳତା: ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର

  • ମମୁଟି ଏବଂ ଆର ମାଧବନଙ୍କୁ ବି ପଦ୍ମ ସମ୍ମାନ
ଏଠାରେ କହିରଖୁଛୁ କି, ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି । ମେ ୨୫ ତାରିଖରେ ଅନେକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଜି ଜୁନ ୨୩ରେ ମାଲାୟଲମ ଚଳଚ୍ଚିତ୍ର ସୁପରଷ୍ଟାର ମମୁଟିଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି । ମମୁଟି ତାଙ୍କ ପରିବାର ସହିତ ପୁରସ୍କାର ବିତରଣ ସମାରୋହରେ ପହଞ୍ଚିଥିଲେ । ଏହି ବର୍ଷର ବିଜେତାଙ୍କ ମଧ୍ୟରେ ଆର. ମାଧବନ ମଧ୍ୟ ଅଛନ୍ତି । ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ କରିବା ପୂର୍ବରୁ ମାଧବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି କିଛି ମୁହୂର୍ତ୍ତ ପାଇଁ କଥା ହୋଇଥିଲେ । "ଧୁରନ୍ଧର" ଅଭିନେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରତାଳି ମଧ୍ୟରେ ପୁରସ୍କାର ପ୍ରଦାନ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored