Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Pakistani Actress Fiza Ali / ବିବାହ ପାଇଁ ପୁଣି ଟ୍ରୋଲ ହେଲେ ପାକିସ୍ତାନୀ ଡ୍ରାମା କୁଇନ୍; ଚର୍ଚ୍ଚାରେ ରହିଛି କାରନାମା

Subhramjit Ray
Browse all articles by Subhramjit Ray
·3 months ago·2 min read
ବିବାହ ପାଇଁ ପୁଣି ଟ୍ରୋଲ ହେଲେ ପାକିସ୍ତାନୀ ଡ୍ରାମା କୁଇନ୍; ଚର୍ଚ୍ଚାରେ ରହିଛି କାରନାମା
Pakistani Actress Fiza Ali

Key Points

ପୁଣି ଥରେ ବିବାହ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ଡ୍ରାମା କୁଇନ୍ ଫିଜା ଅଲ୍ଲୀ।
Pakistan Drama Queen Fiza Ali: ପୁଣି ଥରେ ବିବାହ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ଡ୍ରାମା କୁଇନ୍ ଫିଜା ଅଲ୍ଲୀ। ନିଜର ଦ୍ୱିତୀୟ ବିବାହକୁ ନେଇ ଫିଜା ଏବେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଅଭିନୟ ସହ ଉପସ୍ଥାପନା ଏବଂ ମଡେଲିଂ ଦୁନିଆରେ ବେଶ ସକ୍ରିୟ ରହିଥିବା ଫିଜାଙ୍କୁ ବଲିଉଡ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରାଯାଏ। ଏକ ଲାଇଭ ଶୋ ବେଳେ ତାଙ୍କ ସ୍ୱାମୀ ତାଙ୍କୁ ହାତରେ ଉଠାଇବା ପାଇଁ ଫିଜାଙ୍କୁ ପ୍ରବଳ ଟ୍ରୋଲ୍ କରାଯାଉଛି।

ସମାଲୋଚକଙ୍କ ଟାର୍ଗେଟ୍ ରେ ରହିଥାନ୍ତି ଫିଜା
ନିକଟରେ ଏକ ଲାଇଭ୍ ଟିଭି ଶୋ କାର୍ଯ୍ୟକ୍ରମରେ ପାକିସ୍ତାନୀ ଅଭିନେତ୍ରୀ, ମଡେଲ ଏବଂ ହୋଷ୍ଟ ଫିଜା ଅଲ୍ଲୀଙ୍କ ସ୍ୱାମୀ ତାଙ୍କୁ ନିଜ ହାତରେ ଉଠାଇ ନେଇଥିଲେ। ଉଭୟ ଏହି ପତି ପତ୍ନୀଙ୍କୁ ଏପରି ଏକ ଲାଇଭ୍ ଶୋ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖି ତାତି ଉଠିଥିଲେ ପାକିସ୍ତାନୀ ଦର୍ଶକ। ଲୋକେ ସେମାନଙ୍କୁ ନିର୍ଲଜ୍ଜ ବୋଲି କହିବା ସହ ଗାଳି ଗୁଲଜ କରିବାରେ ଲାଗିଥିଲେ। ଟ୍ରୋଲିଂ ପରେ ଜବାବ ରଖି ଫିଜା କହିଥିଲେ ଯେ ଲୋକେ ଏପରି ଏକ ଛୋଟ କଥାକୁ ବଢାଇବାରେ ଲାଗିଛନ୍ତି। ହେଲରେ ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ତାଙ୍କୁ ଟ୍ରୋଲ୍ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦର୍ଶକ ତାଙ୍କର କାର୍ଯ୍ୟକଳାପ ପାଇଁ ତାଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି। ତାଙ୍କୁ ତାଙ୍କର କର୍ଯ୍ୟକଳାପ ପାଇଁ ପାକିସ୍ତାନର ରାକ୍ଷୀ ସାୱନ୍ତ ବୋଲି ମଧ୍ୟ କୁହାଯାଏ।



ଟିଭି ସୋ ସମୟରେ ତଳେ ବସି କରିଥିଲେ ନାଟକ
ଥରେ ତାଙ୍କର ଏକ "ଟକ୍ ଶୋ" କାର୍ଯ୍ୟକ୍ରମରେ ତାଙ୍କୁ ତଳେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଯେଉଁଥିରେ କାନ୍ଦି କାନ୍ଦି ସେ କହୁଥିଲେ ଯେ ଦରମା ପାଇବା ପାଇଁ ତାଙ୍କୁ ଭିକ ମାଗିବାକୁ ପଡୁଛି। ଦରମା ମଧ୍ୟ ଠିକ୍ ସମୟରେ ମିଳୁ ନାହିଁ। ଦରମା ବଢାଇବା ଦୂରର କଥା, ଯଦି କେହି ଦରମା ବଢାଇବା କଥା କହେ ତାହେଲେ ମାଲିକେ ବିରକ୍ତ ହୋଇପପଡ଼ନ୍ତି। ଆମେ ଅନ୍ୟମାନଙ୍କ ପିଲାଙ୍କୁ ଲାଳନ ପାଳନ କରୁଛୁ ହେଲେ ଆମକୁ ଆମ ପିଲା ପାଇଁ ସମୟ ନାହିଁ।

ନିଜର "ଟକ୍ ଶୋ" କାର୍ଯ୍ୟକ୍ରମରେ ଫିଜା ଲୋକଙ୍କୁ ପ୍ରଶ୍ନ କରିବା ଅପେକ୍ଷା ଅଧିକ ଅଭିନୟ କରୁଥିବାର ନଜର ଆସୁଥିଲେ। ସେ କରୁଥିବା ନାଟକବାଜି ଏବଂ ଅଭିନୟ ପାଇଁ ତାଙ୍କୁ ତାଙ୍କ ଦେଶରେ ଉପହାସ କରାଯାଏ। ଏପରିକି ପାକିସ୍ତାନୀ ଦର୍ଶକ ମଧ୍ୟ ତାଙ୍କର ମଜାକ ଉଡ଼ାଇଥାନ୍ତି।

ଦ୍ୱିତୀୟ ବିବାହ ପାଇଁ ଚର୍ଚ୍ଚାରେ ଫିଜା ଅଲ୍ଲୀ
ଅଭିନୟ ସହ ତାଙ୍କର ବ୍ୟକ୍ତିଗତ ଜୀବନ ବିବାଦରେ ରହିଛି। ଏବେ ଦ୍ୱିତୀୟ ବିବାହ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍ ଫିଜା। ପ୍ରକୃତରେ ସେ ଦୁଇଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ଫୱାଦ ଫାରୁକଙ୍କ ସହ ଗତ ୨୦୦୭ ରେ ହୋଇଥିଲା। ହେଲେ ୨୦୧୭ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ପ୍ରଥମ ସ୍ୱାମୀଙ୍କ ପାଖରୁ ତାଙ୍କର ଗୋଟିଏ ଝିଅ ରହିଛି। ଯିଏ ତାଙ୍କ ସହ ରହୁଛି। ଆଉ ଏବେ (୨୦୨୬) ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଫିଜା ଅଲ୍ଲୀ। ସେ ସୋସିଆଲ ମିଡିଆରେ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ସହ ଫଟୋ ସେୟାର କରି ବିବାହ ସମ୍ପର୍କରେ ଘୋଷଣା କରିଥିଲେ। ଫିଜା ପ୍ରକାଶ କରିଥିଲେ ଯେ ତାଙ୍କ ଝିଅ ମଧ୍ୟ ସେମାନଙ୍କ ବିବାହକୁ ଗ୍ରହଣ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fiza Ali Trolled: Pakistan's 'Drama Queen' Sparks Buzz Over Marriage | Argus News