Pakistani TV Anchor Rabia Ahsan / ଘରୁ ମିଳିଲା ପାକିସ୍ତାନୀ ଟିଭି ଉପସ୍ଥାପିକା ରାବିଆ ଅହସାନଙ୍କ ମୃତଦେହ; ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚିଲା ମାମଲା

Key Points
ପାକିସ୍ତାନୀ ନ୍ୟୁଜ ଏଜେନ୍ସି ସାମା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରାବିଆ ଅହସାନଙ୍କୁ ତାଙ୍କ ସ୍ୱାମୀ ଅହସାନ ତାହିର ହତ୍ୟା କରିଥିବାର ସ୍ୱୀକାର କରିଛନ୍ତି। ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ଭଉଣୀ ଆଲଭିନା ତାଙ୍କ ବେଡ୍ ରୁମ୍ କୁ ଧାଇଁ ଆସିଥିଲେ। ସେଠାରେ ସେ ରାବିଆଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବାର ଦେଖିବାକୁ ପାଇଥିଲେ। ସେଠାରେ ତାଙ୍କ ସ୍ୱାମୀ ଅହସାନ ତାହିର ଏକ ପିସ୍ତଲ ଧରିଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହର ପ୍ରାଥମିକ ଯାଞ୍ଚ କରିଥିଲା। ଯେଉଁଥିରେ ବେକ ତଳେ ଏବଂ ପଛ ଡାହାଣ ପାର୍ଶ୍ୱରେ ଗୁଳି ବାଜିଥିବାର ଚିହ୍ନ ଦେଖିବାକୁ ମିଳିଥିଲା।
🚨 The FIR for the murder of anchor Rabia Ahsan has been registered on the complaint of her brother; Section 302 (murder) has been invoked in the FIR. https://t.co/I8B3rsjyTq
— Wajiha Tamseel Mirza (@WajihaTamseel) November 8, 2026
ପଞ୍ଜାବ ଫୋରେନସିକ୍ ସାଇନ୍ସ ଅଥରିଟି (PFSA) ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଏକ .୩୦ ବୋର ପିସ୍ତଲ ଏବଂ ଗୁଳିଗୋଳା ଜବତ କରିଛି। ତାଙ୍କ ଘରେ କାମ କରୁଥିବା ଜଣେ ପୁରୁଷ କର୍ମଚାରୀ ପୋଲିସ୍ କୁ କହିଛନ୍ତି ଯେ, ଅହସାନ ତାହିର କହିଥିଲେ ଯେ ଗୁଳି ଦୁର୍ଘଟଣାବଶତଃ ଫୁଟା ଯାଇଥିଲା। ଜେରା ସମୟରେ ତାହିର ପିସ୍ତଲ ପାଇଁ ଏକ ବୈଧ ଲାଇସେନ୍ସ କିମ୍ବା ପରମିଟ୍ ଦେଖାଇ ପାରିନଥିଲେ। ପ୍ରାପ୍ତ ସୂଚନା ଏବଂ ଘଟଣାର ପରିସ୍ଥିତି ଆଧାରରେ, ପାକିସ୍ତାନ ଦଣ୍ଡ ସଂହିତା (PPC) ଧାରା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା।
ଏହା ସହ ପଢନ୍ତୁ: ମିସ୍ ୟୁନିଭର୍ସ ପାକିସ୍ତାନ ମୁକୁଟ ପିନ୍ଧିଲେ ମିସୱାହ ଅର୍ଶଦ
ରାଷ୍ଟ୍ରପତି ଭବନରେ ପହଞ୍ଚିଲା ଘଟଣା
ପାକିସ୍ତାନର ପ୍ରଥମ ମହିଳା ଆସିଫା ଭୁଟ୍ଟୋ-ଜରଦାରୀ "ହତ୍ୟା ପାଇଁ ଗଭୀର ଦୁଃଖ" ପ୍ରକାଶ କରିଥିଲେ ଏବଂ ହିଂସାକୁ ନିନ୍ଦା କରିଥିଲେ। ସେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ କୁହାଯାଇଛି, " ଦେଶର ପ୍ରଥମ ମହିଳା, ସାମ୍ବାଦିକା ରାବିଆ ଅହସାନଙ୍କ ହତ୍ୟା ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ହିଂସାକୁ ଦୃଢ଼ ନିନ୍ଦା କରିଥିଲେ। ସେ ମାମଲାର ସମ୍ପୂର୍ଣ୍ଣ, ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ଦାବି କରିଥିଲେ ଯାହା ଦ୍ୱାରା ସତ୍ୟ ପ୍ରକାଶିତ ହୋଇପାରିବ ଏବଂ ଦୋଷୀଙ୍କୁ ଦାୟୀ କରାଯାଇ ପାରିବ।"
The First Lady has expressed deep sadness over the killing of journalist Rabia Ahsan and strongly condemned the violence. She called for a thorough, impartial and transparent investigation to establish the facts and ensure that those responsible are held accountable. She also expressed dismay over another incident disturbing pattern of killing of another professional woman in the same metropolitan area. Less than three months ago, Hina Javed was killed and the outcome of the investigation into her case is still awaited. Such incidents demand serious attention and accountability. Women must be able to live and work without fear for their lives.
— The President of Pakistan (@PresOfPakistan) November 8, 202
ଦୁଇ ଝିଅର ମାଆ ରାବିଆ ଅହସାନ ୯୨ ନ୍ୟୁଜ (92 News Pakistan) ସଂସ୍ଥାନରେ କାମ କରୁଥିବାର ଜଣାପଡ଼ୁଛି। ଯେତେବେଳେ ତାଙ୍କ ସ୍ୱାମୀ ଓଭରସିଜ୍ ପାକିସ୍ତାନୀ ଫାଉଣ୍ଡେସନ୍ (OPF)ରେ ଜଣେ ଡେପୁଟି ଡାଇରେକ୍ଟର ଅଛନ୍ତି। ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ତାଙ୍କ ହତ୍ୟା ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି।
📱 Get Argus News App
✨Related Topics
Explore more stories