କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ

ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହୋଇଥିଲା। ଏବେ ଅଶୋକଙ୍କ କ୍ୟାରିୟରରେ ଆଉ ଏକ ନୂଆ ମାଇଲଷ୍ଟୋନ ଯୋଡି ହୋଇଛି। ଯାହାର ଅପେକ୍ଷା ସବୁ ଅଭିନେତା କରିଥାନ୍ତି। ଅଶୋକଙ୍କ ଅପକମିଂ ମୁଭି `ସିଷ୍ଟର ମିଡନାଇଟ'ର ପ୍ରିମିୟର ଦୁନିଆର ସବୁଠୁ ବଡ଼ ଫେଷ୍ଟିଭାଲ ମାନେ କାନ୍ସ ଫେଷ୍ଟିଭାଲରେ ସାମିଲ ହୋଇଛି।
ନିର୍ଦ୍ଦେଶକ କରଣ କାନ୍ଧାରୀଙ୍କ ଫିଲ୍ମ `ସିଷ୍ଟର ମିଡନାଇଟ' ରେ ଲୋକପ୍ରିୟ ଅଭିନେତ୍ରୀ ରାଧିକା ଆପତେ ଏବଂ ଅଶୋକ ପାଠକ ଲିଡ ରୋଲରେ ଅଛନ୍ତି। ଏହି ଦୁଇଜଣ ମୁମ୍ବାଇର ସ୍ଲମ ଅଞ୍ଚଳରେ ଏକ ଗରିବ ଦମ୍ପତିର ଚରିତ୍ର ପ୍ଲେ କରୁଛନ୍ତି। ଏହି ମୁଭିକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଠାରେ ଦୁନିଆର ସବୁ ଶ୍ରେଷ୍ଠ ଫିଲ୍ମକୁ ଫ୍ୟାନ୍ସ ମାନଙ୍କ ସାମ୍ନାରେ ପରିବେଷଣ କରାଯାଏ। `ସିଷ୍ଟର ମିଡନାଇଟ' ମୁଭି ହେଉଛି ଭାରତ ପକ୍ଷରୁ କାନ୍ସକୁ ଯାଇଥିବା ଏକମାତ୍ର ଫିଲ୍ମ।
ଏବିପି ଅନକଟ ପକ୍ଷରୁ କୁହାଯାଇଛି ଯେ, କାନ୍ସରେ ଅଶୋକଙ୍କ ଏହି ମୁଭିକୁ ୧୦ ମିନିଟର ଷ୍ଟାଣ୍ଡିଙ୍ଗ ଅଡିସନ ମିଳିଥିଲା। ଅଶୋକ ତାଙ୍କର ଏହି ମୁଭିର ସ୍କ୍ରିନିଂ ଏବଂ ଷ୍ଟାଣ୍ଡିଙ୍ଗ ଅଡିସନର ଭିଡିଓକୁ ଷ୍ଟାଟସରେ ରଖିଛନ୍ତି। ତେବେ ଇଣ୍ଟରନ୍ୟାସନାଲ ମିଡିଆ ପ୍ଲାଟଫର୍ମରେ ରାଧିକା ଏବଂ ଅଶୋକଙ୍କର ଏହି ମୁଭିକୁ ବହୁତ ଭଲ ରିଭ୍ୟୁ ମିଳୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨
