ସଂସଦରେ ରାଘବ ଭାଷଣ ଦେଉଥିବାର ଭିଡିଓ ଶେୟାର କଲେ ପରୀ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ହେଉଛନ୍ତି ବଲିଉଡର ଚର୍ଚ୍ଚିତ କପଲ। ସୋସିଆଲ ମିଡିଆରେ ଉଭୟଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ ବି କରିଛନ୍ତି। ପରିଣୀତି ପ୍ରାୟତଃ ସୋସିଆଲ ମିଡିଆରେ ରାଘବଙ୍କ ସହ ଫଟୋ ସେୟାର କରିଥାଆନ୍ତି। ବର୍ତ୍ତମାନ ଅଭିନେତ୍ରୀ ଲଣ୍ଡନରେ ଅଛନ୍ତି ଏବଂ ରାଘବ ଦିଲ୍ଲୀରେ ଅଛନ୍ତି।
ପରିଣୀତି ସ୍ବାମୀ ରାଘବଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏକ ସୁନ୍ଦର କ୍ୟାପସନ ଦେଇଛନ୍ତି। ଭିଡିଓରେ ପରିଣୀତି ଚୋପ୍ରା କ୍ୟାମେରାରେ ହସୁଥିବା ନଜର ଆସୁଛନ୍ତି। ଏହାପରେ ସେ କ୍ୟାମେରାକୁ ଲାପଟପ୍ ଆଡକୁ ବୁଲାଇ ଦେଇଛନ୍ତି, ଯେଉଁଥିରେ ରାଘବ ଚଢ଼ା ସଂସଦରେ ଭାଷଣ ଦେଉଥିବାର ଦେଖିବାକୁ ମିଳୁଛି।
ଏହି ଭିଡିଓ ସେୟାର କରି ପରିଣୀତି ଲେଖିଛନ୍ତି, ରାଘବ ମୋଠାରୁ ବହୁ ଦୂରରେ ଅଛନ୍ତି। ମୋର ତୁମ କଥା ବହୁତ ମନେପଡ଼ୁଛି। ଆଉ ତୁମକୁ ଦେଖିବାର ଏହା ହେଉଛି ଏକମାତ୍ର ଉପାୟ। ମୁଁ କେବେ ବି ଆଗରୁ ପାର୍ଲିଆମେଣ୍ଟ ସେସନ ଦେଖେନି। ଯେବେଠୁ ତୁମେ ମୋ ଲାଇଫକୁ ଆସିଛ ମୁଁ ତୁମର ପ୍ରତିଟି ସେସନ ବାରମ୍ବାର ଦେଖେ। ଏପରି ଭାବେ ଆମେ ଦୁହେଁ ଦୁହିଁଙ୍କ ସହିତ ଯୋଡ଼ି ହୋଇ ରହିଛୁ। ତେବେ ମୁଁ ବହୁତ ଭାଗ୍ୟବାନ ଯେ, ମୁଁ ତୁମକୁ ଲାଇଫ ପାର୍ଟନର ଭାବେ ପାଇଛି। miss you raghav...
📱 Get Argus News App
✨ସେହିପରି ଗତ ମାସରେ ପରିଣୀତି ଏବଂ ରାଘବ ଦୁହେଁ ମିଶି ଓ୍ବିମ୍ବଲଡନରେ ଚାଲୁଥିବା ମ୍ୟାଚ ଦେଖିବାକୁ ଯାଇଥିଲେ। ନୋଭାକ ଜୋକୋଭିକ ଏବଂ କାର୍ଲସ ଆଲକାରାଜଙ୍କୁ ସପୋର୍ଟ କରିବାକୁ ଯାଇଥିଲେ ଉଭୟ କପଲ। ଏହି ସମୟରେ ରାଘବ ଏକ ବ୍ରାଉନ ବ୍ଲେଜର ଏବଂ ଧଳା ଟି-ସର୍ଟ ପିନ୍ଧିଥିଲେ। ପରିଣୀତି ଏକ ଚିକ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ। ଦୁହିଁଙ୍କ ଯୋଡି ଖୁବ ସୁନ୍ଦର ଦିଶୁଥିଲା। ପରିଣୀତି ଓ୍ବିମ୍ବଲଡନ ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ ଏହାର ମଧ୍ୟ ଫଟୋ ଶେୟାର କରି କ୍ୟାପସନରେ ଲେଖିଥିଲେ stawberries, cream and my love..ଆଉ କହିଥିଲେ this is my best weekend..
୨୦୨୩ ମସିହା ସେପ୍ଟେମ୍ବର ମାସରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦ୍ମୀ ପାର୍ଟି ସାଂସଦ ରାଘବ ଚଢା ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି। ଉଭୟ ରବିବାର ଉଦୟପୁରର ଲୀଲା ପ୍ୟାଲେସ୍ରେ ପଞ୍ଜାବୀ ରୀତିନୀତିରେ ଧୁମ୍ଧାମ୍ରେ ବିବାହ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର