Bollywood Update / ମା' ହେଲେ ପରି, ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା
·10 months ago·2 min read

Key Points
ଘରେ ଖୁସିର ମାହୋଲ
ଆସିଲା ଶିଶୁ ପୁତ୍ର
ମା' ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା
ଆସିଲା ଶିଶୁ ପୁତ୍ର
ମା' ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା
ଘରକୁ ଆସିଲା ନୂଆ ଅତିଥି। ଘରେ ଖୁସିର ମାହୋଲ। ମା' ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏଖବର ପରେ ବର୍ତ୍ତମାନ ବି-ଟାଉନରେ ସମସ୍ତେ ପରିଣୀତି ଏବଂ ରାଘବ ଚଢାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଗଧାଡିର ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନାମ ନିରନ୍ତର ଚର୍ଚ୍ଚାରେ ରହିଛି। ପରିଣୀତି ଚୋପ୍ରା ପ୍ରସବ ପାଇଁ ତାଙ୍କ ଶ୍ୱଶୁର ଘର ପହଞ୍ଚିଥିଲେ ଏବଂ ସନ୍ତାନ ଜନ୍ମ ପାଇଁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କିଛି ସମୟ ପୂର୍ବରୁ କରାଯାଇଥିଲା । ଆଉ ଏବେ ଖବର ଆସୁଛି କି ପରିଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ପୁରା ପରିବାରରେ ଖୁସିର ମାହୋଲ। ଏହା ନିଶ୍ଚିତ ଯେ ଶ୍ରୀମତୀ ଚଢା ଏହି ଦୀପାବଳିରେ ଏକ ଶିଶୁକୁ ସ୍ବାଗତ କରିଛନ୍ତି ।
ସେପଟେ ଶିଶୁ ପୁତ୍ରକୁ ସ୍ବାଗତ କରିବା ପାଇଁ ଅଭିନେତ୍ରୀଙ୍କ ଶ୍ୱଶୁର ଘରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ପରିଣୀତି ଚୋପ୍ରାଙ୍କ ଗର୍ଭଧାରଣ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। ରିପୋର୍ଟ ଅନୁଯାୟୀ, ପରିଣୀତିଙ୍କୁ ପ୍ରସବ ପାଇଁ ରାଜଧାନୀ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାମୀ ଏବଂ ଆମ ଆଦମୀ ପାର୍ଟିର ରାଜନେତା ରାଘବ ଚଢା ତାଙ୍କ ପତ୍ନୀଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ ।ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇଗଲାଣି । ଆପଣଙ୍କୁ କହିରଖୁଛୁ କି ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର, ୨୦୨୩ରେ ବିବାହ କରିଥିଲେ । ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ଏବଂ ଭିଡିଓ ସେୟାର କରି ଏହି ଖୁସିଖବରକୁ ସେୟାର କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଘରକୁ ଆସିବ ନୂଆ ଅତିଥି, ହସ୍ପିଟାଲରେ ଭର୍ତ୍ତି ପରିଣୀତି
ଦମ୍ପତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ 1+1=3 ଲେଖାଯାଇଛି । ଏହା ସହିତ ଶିଶୁର ପାଦ ଚିହ୍ନ ମଧ୍ୟ ରହିଥିଲା । ଏହା ସହିତ ଦୁହେଁ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ପରିଣୀତି ଏବଂ ରାଘବ ଏକ ସୁନ୍ଦର ଗାର୍ଡେନରେ ହାତ ଧରି ଚାଲୁଥିବାର ଦେଖାଯାଉଛି । ଦୁହେଁ ପରସ୍ପର ସହିତ କଥା ହେଉଛନ୍ତି ଏବଂ ସେହି ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories