Haunted Bungalow / ନିଜ ଘର ଛାଡି ଭୂତ ବଙ୍ଗଳାରେ ପଟୌଦି ପରିବାର, କରୀନା କହିଲେ ସବୁବେଳେ...

Key Points
ଭୂତ ବଙ୍ଗଳାରେ ରୁହନ୍ତି ପଟୌଦି ପରିବାର
ଜଣାପଡ଼ିଲା ପୁରା ଘଟଣା
ଭୂତ ସହ ରୁହନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ। ହେଲେ କାହିଁକି ଏମିତି କଣ ହୋଇଛି ବେବୋଙ୍କର ଯେ, ଶେଷରେ ସେ ଭୂତଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି। ତେବେ ଘର ଥାଉ ଥାଉ କାହିଁକି ସେ ଭୂତକୋଠିରେ ଭୂତମାନଙ୍କ ସହ ରହୁଛନ୍ତି। ପଟୌଦି ପରିବାର, ଯାହା ତାର ରାଜକୀୟ ଜୀବନଶୈଳୀ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଏହି ପଟୌଦି ପରିବାରର ଏକ କାହାଣୀ ଅଛି ଯାହା ଶୁଣି ଆପଣ ବି ଥରହର ହୋଇଯିବେ । କୁହାଯାଏ ଯେ କରୀନା କପୁରଙ୍କ ଶ୍ୱଶୁର ଘର, ପଟୌଦି ପରିବାରର ଏକ ମହଲ ଅଛି ଯାହା ବର୍ଷ ବର୍ଷ ଧରି ପରିତ୍ୟକ୍ତ ହୋଇ ପଡିଛି । କାରଣ ସେଠାରେ ଘଟୁଥିବା ରହସ୍ୟମୟ ଘଟଣା ସମସ୍ତଙ୍କୁ ଭୟଭୀତ କରିଥାଏ ।
ସୋହା ଅଲ୍ଲୀ ଖାନ କଣ କହିଲେ ?
📱 Get Argus News App
✨ନିକଟରେ, ସୈଫ୍ ଅଲ୍ଲୀ ଖାନଙ୍କ ଭଉଣୀ ଏବଂ ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କୁ ତାଙ୍କ ହରର୍ ଫିଲ୍ମ “ଛୋରି ୨” ର ପ୍ରମୋସନ୍ ସମୟରେ ସେହି ଭୟଙ୍କର କାହାଣୀ କହିଥିଲେ । ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯେ, ସେ କେବେ ଭୂତପ୍ରେତ ସ୍ଥାନରେ ସୁଟିଂ କରିଛନ୍ତି କି, ସେତେବେଳେ ସେ ତାଙ୍କ ପରିବାରର ଏକ କାହାଣୀ ବର୍ଣ୍ଣନା କରିଥିଲେ ଯାହା ଶୁଣି ଲୋକମାନେ ସହଜରେ ବିଶ୍ଵାସ କରିନଥିଲେ । ତାଙ୍କ ଫିଲ୍ମ ପରି, ସୋହାଙ୍କ ବାସ୍ତବ ଜୀବନର କାହାଣୀ ମଧ୍ୟ କୌଣସି ଭୟଙ୍କର ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ସେ କୁହନ୍ତି ଯେ, ଏହା ସତ୍ୟ ହେଉ କି ଗୁଜବ ସେହି ହଳଦିଆ କୋଠାକୁ ଆଜି ପର୍ଯ୍ୟନ୍ତ ବି ସେମିତି ପରିତ୍ୟକ୍ତ ହୋଇ ରହିଛି । ଏବେବି ସେଠାକୁ ଯିବାକୁ ଲୋକେ ଡରନ୍ତି ।
ହଳଦିଆ କୋଠାର କାହାଣୀ:
ସୋହା କହିଥିଲେ ଯେ ବହୁ ବର୍ଷ ପୂର୍ବେ, ତାଙ୍କ ପରିବାର ଏବେକାର ପଟୌଦି ପ୍ରାସାଦର ଠିକ୍ ପାଖରେ ଅବସ୍ଥିତ “ହଳଦିଆ କୋଠା” ନାମରେ ପରିଚିତ ଏକ ସ୍ଥାନରେ ରହୁଥିଲେ। ଗୋଟିଏ ରାତିରେ ଏପରି କିଛି ଅପ୍ରତ୍ୟାଶିତ ଘଟଣା ଘଟିଲା, ଯାହା ଫଳରେ ସମଗ୍ର ପରିବାର ଶୀଘ୍ର ନିଜ ଘର ଛାଡି ରାଜପ୍ରାସାଦକୁ ଚାଲିଗଲେ।
ସୋହାଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେମାଆଙ୍କୁ ଗୋଟିଏ ରାତିରେ ଏକ ଅଦୃଶ୍ୟ ଶକ୍ତି ଚାପୁଡ଼ା ମାରିଥିଲା। ସକାଳେ ତାଙ୍କ ମୁହଁରେ ଏହାର ଚିହ୍ନ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରିଦେଇଥିଲା ଏବଂ ବିଳମ୍ବ ନକରି ସମଗ୍ର ଘର ଖାଲି କରିଦିଆଯାଇଥିଲା। ତେବେ ସୋହା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଜାଣନ୍ତି ନାହିଁ ଯେ ଏହି କାହାଣୀ କେତେ ସତ୍ୟ, କାରଣ ଏହା ତାଙ୍କ ଜନ୍ମର ବହୁ ପୂର୍ବରୁ ଏହା ଘଟିଥିଲା।ସୋହା ଆହୁରି କହିଛନ୍ତି ଯେ, ସେହି “ହଳଦିଆ କୋଠା”ଟି ଏବେବି ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଏହାର ପ୍ରମୁଖ ସ୍ଥାନ ଏବଂ ସମ୍ଭାବ୍ୟ ମୂଲ୍ୟ ସତ୍ତ୍ୱେ, କେହି ସେଠାରେ ରହିବାକୁ ଚାହାଁନ୍ତି ନାହିଁ। ଲୋକମାନେ କୁହନ୍ତି ଯେ ଏହି ମହଲ ଭିତରେ କିଛି ଅଦ୍ଭୁତ ଏବଂ ଭୟଙ୍କର ଜିନିଷ ରହିଛି, ଯାହା କାହାକୁ ସେଠାରେ ରହିବାକୁ ବାଧା ଦେଉଛି।
ଏଥିସହ ପଢ଼ନ୍ତୁ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତାରେ କରୀନା
କରୀନା କପୁର ୨୦୧୨ ମସିହାରେ ଅଭିନେତା ସୈଫ ଅଲି ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୫ ବର୍ଷ ଏକାଠି ରହିବା ପରେ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ହେଲେ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ଦୁହେଁ ବିବାହ କରିଲେ । ବିବାହ ପରେ କରୀନା ୨୦୧୬ରେ ତାଙ୍କର ପ୍ରଥମ ସନ୍ତାନ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ୨୦୨୧ରେ ତାଙ୍କର ଦ୍ୱିତୀୟ ପୁଅ ଜେହଙ୍କ ଜନ୍ମ ହୋଇଥିଲା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories