Pawan Kalyan / OG ଇଭେଣ୍ଟରେ ଖଣ୍ଡା ଧରି ଏଣ୍ଟ୍ରି କଲେ ପାଓ୍ବାର ଷ୍ଟାର ପଓ୍ବନ କଲ୍ୟାଣ: ଭିଡିଓ ଭାଇରାଲ

Key Points
ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ପାଓ୍ବାର ଷ୍ଟାର୍ ପୱନ୍ କଲ୍ୟାଣଙ୍କର କ୍ରେଜ ଅଲଗା ପ୍ରକାର। ଫ୍ୟାନ ମାନେ ତାଙ୍କ ମୁଭିକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଆଗକୁ ତାଙ୍କର ଆଉ ଏକ ମୁଭି ରିଲିଜ ହେବାକୁ ଯାଉଛି। ମୁଭିର ନାଁ ହେଉଛି They Call Him OG.
ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ପାଓ୍ବାର ଷ୍ଟାର୍ ପୱନ୍ କଲ୍ୟାଣଙ୍କର କ୍ରେଜ ଅଲଗା ପ୍ରକାର। ଫ୍ୟାନ ମାନେ ତାଙ୍କ ମୁଭିକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଆଗକୁ ତାଙ୍କର ଆଉ ଏକ ମୁଭି ରିଲିଜ ହେବାକୁ ଯାଉଛି। ମୁଭିର ନାଁ ହେଉଛି They Call Him OG. କିନ୍ତୁ ଏହି ମୁଭିରେ ପ୍ରମୋସନାଲ୍ ଇଭେଣ୍ଟ୍ରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଫ୍ୟାନ୍ମାନଙ୍କୁ ଏହି ଇଭେଣ୍ଟରେ ଆଶ୍ଚର୍ଯ୍ୟ କରିବାକୁ ପାୱନ୍ କଲ୍ୟାଣ୍ ମଞ୍ଚକୁ ଏକ ଖଣ୍ଡା ଧରି ଏଣ୍ଟ୍ରି କରିଥିଲେ। ତାଙ୍କର ଏହି ଆକର୍ଷଣୀୟ ଏଣ୍ଟ୍ରିକୁ ଦେଖି ଦର୍ଶକମାନେ ପୁରା ଉତ୍ସାହିତ ହୋଇପଡ଼ିଥିଲେ। କିନ୍ତୁ ଏହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ଆପଣ ବି ଦେଖିଲେ ଚକିତ ହୋଇଯିବେ। ପଓ୍ବନ କଲ୍ୟାଣ ଏହି ଖଣ୍ଡା ଧରି ବୁଲାଉଥିବାବେଳେ ତାଙ୍କ ସୁରକ୍ଷାକର୍ମୀଙ୍କ ଦେହରେ ଆଉ ଟିକେ ହୋଇଥିଲେ ଖୁବ ଜୋରସେ ଆଘାତ ଲାଗିଥାଆନ୍ତା। ଅଳ୍ପକେ ସେ ବର୍ତ୍ତିଯାଇଛନ୍ତି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେମିତି ପଓ୍ବନ ଏମିତି ଦାୟିତ୍ବହୀନତାର କାର୍ଯ୍ୟ କରିଛନ୍ତି। ସେ ଜଣେ ଉପମୁଖ୍ୟମନ୍ତ୍ରୀ ହୋଇ ବି ଏଭଳି କାର୍ଯ୍ୟ କେମିତି କରିପାରୁଛନ୍ତି। ମୁଭି ରିଲିଜ ପାଇଁ ଜଣେ ଲୋକର ଜୀବନ ଚାଲିଯାଇଥାଆନ୍ତା। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହି ଖଣ୍ଡା ବାଜିଥିଲେ ତାଙ୍କର କିଛି ବି ହୋଇପାରିଥାଆନ୍ତା।
ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, ପଓ୍ବନଙ୍କ ଖଣ୍ଡା ବୁଲାଇବା ଅଳ୍ପ ଅଳ୍ପରେ ତାଙ୍କ ବଡିଗାର୍ଡଙ୍କ ଜୀବନ ବଞ୍ଚାଇଛି। ଭାଗ୍ୟକ୍ରମେ ତାଙ୍କୁ କୌଣସି ଚୋଟ ଲାଗି ନ ଥିଲା। ଏହି ଇଭେଣ୍ଟରେ ପୱନ୍ କଲ୍ୟାଣ୍ OG ଟିମ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଇଭେଣ୍ଟ୍ର ପରିବେଶ ତାଙ୍କୁ କିଛି ସମୟ ପାଇଁ ରାଜନୈତିକ ଭୂମିକାକୁ ଭୁଲାଇ ଦେଇଥିଲା। ଆପଣମାନେ କେବେ ଉପମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡା ନେଇ ବୁଲୁଥିବାର କଣ ଦେଖିଛନ୍ତି। କିନ୍ତୁ ଏହା ଏକ ସିନେମା। ଆଉ ମୁଁ ପ୍ରଥମେ ଜଣେ ଅଭିନେତା ସେଥିପାଇଁ ମୁଁ ଏଭଳି କରିପାରିବି। ଯାହାକୁ ଶୁଣି ଦର୍ଶକମାନେ ତାଳି ମାରି ସ୍ବାଗତ କରିଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର
ପଓ୍ବନଙ୍କର ଫ୍ୟାନବେଶ ମଧ୍ୟ ବହୁତ ଅଧିକ। ସୁଜିତଙ୍କର ବହୁପ୍ରତିକ୍ଷୀତ ଗ୍ୟାଙ୍ଗଷ୍ଟର ଡ୍ରାମା ମୁଭି "They Call Him OG" ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର ରିଲିଜରେ ବଡ଼ ଘୋଷଣା କରାଯାଇଛି ଯେ, ସହରରେ ପୁଣି ଥରେ ଅରାଜକତା ଆରମ୍ଭ ହୋଇଯାଇଛି। ଆଉ ଟାର୍ଗଟେରେ ଅଛି ସତ୍ୟା ଦାଦା। ଇମ୍ରାନ୍ ହାଶମିଙ୍କ ପାଇଁ ଏହା ହେଉଛି ପ୍ରଥମ ସାଉଥ୍ ଡେବ୍ୟୁ ଫିଲ୍ମ। ଯେଉଁଥିରେ ସେ ନେଗେଟିଭ ଚରିତ୍ରରେ ନଜର ଆସିବେ। ଅନ୍ୟ ଅଭିନେତାଙ୍କ ମଧ୍ୟରେ ଅର୍ଜୁନ୍ ଦାସ୍, ପ୍ରକାଶ ରାଜ୍, ପ୍ରିୟଙ୍କା ମୋହନ, ଅର୍ଜୁନ ଦାସ ଶ୍ରିୟା ରେଡ୍ଡି ପ୍ରମୁଖ କଳାକାରମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫ୍ୟାନ୍ମାନେ ଏହି ମୁଭିକୁ ନେଇ ବେଶ ଆଶାବାଦୀ ଅଛନ୍ତି।
Related Topics
Explore more stories