Videos
|
Entertainment

ଇଦ୍‌ରେ ସଲମାନ ଖାନଙ୍କ ଘର ଆଗରେ ଏକାଠି ହୋଇଥିବା ଫ୍ୟାନ୍‌ଙ୍କ ଉପରେ ପୋଲିସର ଲାଠିଚାର୍ଜ

Ritu Das
Browse all articles by Ritu Das
·2 years ago·1 min read
ଇଦ୍‌ରେ ସଲମାନ ଖାନଙ୍କ ଘର ଆଗରେ ଏକାଠି ହୋଇଥିବା ଫ୍ୟାନ୍‌ଙ୍କ ଉପରେ ପୋଲିସର ଲାଠିଚାର୍ଜ

ଅର୍ଗସ ବ୍ୟୁରୋ: ଇଦ୍‌ର ସ୍ୱତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ତାଙ୍କୁ ଦେଖିବା ପାଇଁ କିଛି ସମୟ ଅପେକ୍ଷା କରିଥିବା ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଏହା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।

ସଲମାନ ଖାନ ନିଜ ଫ୍ୟାନଙ୍କ ପାଇଁ ଇଦ୍‌କୁ ସ୍ପେଶାଲ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଆଜି ସଲମାନ ତାଙ୍କ ନୂଆ ଫିଲ୍ମ ’ସିକନ୍ଦର’ର ଘୋଷଣା କରିଛନ୍ତି, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ।

ଇନଷ୍ଟାଗ୍ରାମରେ ଫିଲ୍ମର ଟାଇଟଲ ପ୍ରକାଶ କରି ସଲମାନ ଲେଖିଛନ୍ତି, ‘ଇସ୍‌ ଇଦ୍‌’ ବଡେ ମିଆଁ ଛୋଟେ ମିଆଁ’ ଏବଂ ’ମୈଦାନ’ କୋ ଦେଖୋ ଓ ଅଗଲି ଇଦ୍‌ ସିକନ୍ଦର ସେ ଆ କର ମିଲୋ (ଏହି ଇଦ୍‌ରେ ଦେଖନ୍ତୁ ବଡ଼େ ମିଆଁ ଛୋଟେ ମିଆଁ ଏବଂ ମୈଦାନ ଦେଖନ୍ତୁ, ଆସନ୍ତା ଇଦ୍‌, ସିକନ୍ଦରଙ୍କୁ ଭେଟିବା)। ଆପଣମାନଙ୍କୁ ସମସ୍ତଙ୍କୁ ଇଦ୍‌ ମୁବାରକ! ଶୁଭେଚ୍ଛା।

ବର୍ଷ ବର୍ଷ ଧରି ସଲମାନ ଇଦ୍‌ରେ ଫିଲ୍ମ ନେଇ ଆସୁଛନ୍ତି। କିନ୍ତୁ ଏବର୍ଷ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନି। ଚଳିତ ବର୍ଷ ସେ ଏହି ଢାଞ୍ଚାକୁ ଭାଙ୍ଗିଥିଲେ ମଧ୍ୟ ଫିଲ୍ମ ଘୋଷଣା ସହିତ ତାଙ୍କ ପ୍ରଶଂସକଙ୍କ ପାଇଁ ଇଦ୍‌କୁ ସ୍ପେଶାଲ କରିବା ନିଶ୍ଚିତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର