Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରେକର୍ଡ ଭାଙ୍ଗୁଛି କଲ୍‌କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରେକର୍ଡ ଭାଙ୍ଗୁଛି କଲ୍‌କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର

ଅର୍ଗସ ବ୍ୟୁରୋ:  ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍‌କୀ 2898 AD  କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍‌କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।

ସେହିପରି କଲ୍‌କୀ 2898 AD୯୦୦ କୋଟି ଟଙ୍କା ରୋଜଗାର କରି ପିକେକୁ ପଛରେ ପକାଇଛି । କଲ୍ଲୀ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି କଲ୍‌କୀ 2898 AD ର ବକ୍ସ ଅଫିସରେ ଦମଦାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୧୧ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୯୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି । ଏହି ସୂଚନା ନିଜେ ଫିଲ୍ମର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Prabhas, Amitabh Bachchan film crosses ₹900 crore | Argus News