Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Poonam Pandey / 'ଆମ ପ୍ୟାଡ୍ ବି ବିରିୟାନୀଠୁ ମହଙ୍ଗା'; ଏମିତି କମେଡିଆନଙ୍କ କ୍ଲାସ୍ ନେଲେ ପୁନମ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
'ଆମ ପ୍ୟାଡ୍ ବି ବିରିୟାନୀଠୁ ମହଙ୍ଗା'; ଏମିତି କମେଡିଆନଙ୍କ କ୍ଲାସ୍ ନେଲେ ପୁନମ୍
Poonam Pandey

Key Points

ଷ୍ଟାଣ୍ଡଅପ୍ କମେଡିଆନଙ୍କୁ ନେଇ ତେଜୁଛି ବିବାଦ
ଜଣେ ପରେ ଜଣେ ଅଭିନେତ୍ରୀ ନେଉଛନ୍ତି କ୍ଲାସ୍
ଏବେ ପୁନମ୍ ପାଣ୍ଡେଙ୍କ ବୟାନକୁ ନେଇ ଚର୍ଚ୍ଚା
ବିଗ୍ ବସ୍ ସିଜିନ ୧୯ର ପ୍ରତିଯୋଗୀ ତଥା ଷ୍ଟାଣ୍ଡଅପ୍ କମେଡିଆନ୍ ପ୍ରଣିତ ମୋରେଙ୍କୁ ଘେରିଛି ବିବାଦ । ଯେବେଠୁ ତାଙ୍କ କମେଡି ଶୋ'ରେ ଦର୍ଶକଙ୍କ ମଧ୍ୟରେ ବସିଥିବା ହିମାଂଶୁ ଜାଙ୍ଗଡ଼ା ମହିଳାଙ୍କୁ ନେଇ ଅଭଦ୍ର ଟିପ୍ପଣୀ ଦେଇଛନ୍ତି, ସେବେଠୁ ବିବାଦ ଘନେଇବାରେ ଲାଗିଛି । ସେ ୩୭୦ ଟଙ୍କିଆ ବିରିୟାନୀ ବଦଳରେ ଡେଟରେ ଯାଇଥିବା ଯୁବତୀଙ୍କଠାରୁ ସେ ପ୍ରତିବଦଳରେ କିଛି ଆଶା କରୁଥିବା କହିଥିଲେ, ଯାହାକି ତାଙ୍କ ଉପରେ ଭାରି ପଡ଼ିଛି ।

  • ପ୍ରଣିତଙ୍କ କ୍ଲାସ୍ ନେଲେ ପୁନମ
ଏବେ ପ୍ରଣିତଙ୍କ କମେଡି ଶୋ'ର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ କମେଡିଆନଙ୍କ ଭାବନାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଅଭଦ୍ର ଟିପ୍ପଣୀ ଦେଉଥିବା ଯୁବକଙ୍କୁ ରୋକିବା ପରିବର୍ତ୍ତେ ପ୍ରଣିତ ତାଙ୍କ ସହ ସ୍ଵର ମିଳାଇଥିଲେ । ଏହି ବିବାଦୀୟ ଘଟଣାରେ ଏବେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ନିଜର ଭିଡିଓ ସେୟାର କରି ପୁନମ କହିଛନ୍ତି, "ଏସବୁ କଣ ଚାଲିଛି । ମହିଳାଙ୍କୁ ପ୍ରତି ମାସରେ ପିରିୟଡ୍ସ ଆସେ ଓ ଆମେ ପ୍ୟାଡ୍ ବ୍ୟବହାର କରୁ । ଆମ ପ୍ୟାଡ୍ ବି ୩୭୦ ଟଙ୍କାରୁ ମହଙ୍ଗା ଆସେ, ଯାହାକୁ ଆମେ ବ୍ୟବହାର କରି ଫିଙ୍ଗି ଦେଉ । ଏଣୁ କଥା କହିବା ପୂର୍ବରୁ ଥରେ ଭାବ, କାରଣ ତୁମେ ଜଣେ ମହିଳା ଉପରେ ଟିପ୍ପଣୀ ଦେଉଛ ।"

  • ବିବାଦରେ ପ୍ରଣିତଙ୍କ ଶୋ'
ପ୍ରଣିତ ମୋରେଙ୍କ ଶୋ'ରେ ହିଂମାଶୁ ଜାଙ୍ଗଡ଼ାଙ୍କ ବ୍ୟତୀତ ଆଉ ଜଣେ ଯୁବତୀଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯିଏକି ଶବକୁ ନେଇ ଅଭଦ୍ର ଟିପ୍ପଣୀ ରଖିଥିଲେ । ଶୋ'ରେ ଆସିଥିବା ଯୁବତୀ ଜଣକ କହିଥିଲେ ଯେ ବୃତ୍ତିରେ ଡାକ୍ତର ହୋଇଥିବା ଯୋଗୁଁ ସେ ମଣିଷ ଶରୀରକୁ ବୁଝିବା ଲାଗି ଶବକୁ ଚିରନ୍ତି । ଗୋଟିଏ ଶବ ଉପରେ ସେମାନେ ପ୍ରାୟ ୧ବର୍ଷ କାମ କରନ୍ତି । ଏହାପରେ ସେ ଶବର ଗୁପ୍ତାଙ୍ଗକୁ ନେଇ ମଜା କରୁଥିବା କହିଥିଲେ । ଏହି ମନ୍ତବ୍ୟ ଦେବା ପରେ ଡକ୍ଟର ସେଜେଲ୍ ପୱାରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ସେପଟେ ହିମାଂଶୁ ଜାଙ୍ଗଡ଼ାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ଏବେ ପ୍ରଣିତଙ୍କ ଶୋ' ଉପରେ ମଧ୍ୟ ବିପଦ ପଡ଼ିଛି ।

ପଢନ୍ତୁ ଏହି ଖବର: '୩୭୦ ବିରିୟାନୀ' ବିବାଦ କଣ ? କମେଡିଆନ ପ୍ରଣିତଙ୍କ ଉପରେ ବର୍ଷିଲେ ଆକ୍ଟର

ଏହାକୁ ଅନେକ ଅଭିନେତ୍ରୀ ନାପସନ୍ଦ କରିଛନ୍ତି । ଅଭିନେତ୍ରୀ ଆୟେଶା ଖାନ୍ ଲେଖିଛନ୍ତି ଯେ, "ଯଦି ତୁମେ କୌଣସି ଝିଅକୁ ୩୭୦ ଟଙ୍କା ଖର୍ଚ୍ଚ କରି ବିରିୟାନୀ ଖୁଆଇଛ, ଏହାର ଅର୍ଥ ନୁହେଁ ଯେ ତାର ଶରୀର ଉପରେ ତୁମର ଅଧିକାର ଅଛି । ଏହା ଅତ୍ୟନ୍ତ ହୀନ ମାନସିକତା ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pranit More’s ₹370 Biryani Joke Sparks Row; Poonam Pandey Reacts to Viral Controversy | Argus News