Priyanka Chopra / କ୍ୟାରିଅର ପାଇଁ ବଡ଼ ବଳିଦାନ ଦେଇଛି, ଅସୁସ୍ଥ ବାପାଙ୍କୁ ବି ଦେଖିବାକୁ ଯାଇ ପାରିଲିନି: ପ୍ରିୟଙ୍କା
·7 months ago·4 min read

Key Points
ହସ୍ପିଟାଲରେ ଅସୁସ୍ଥ ବାପାଙ୍କୁ ବି ଦେଖିବାକୁ ଯାଇ ପାରିଲିନି ପିସି
ଏହି ଯନ୍ତ୍ରଣା ହିଁ ଥିଲା ମୋ କ୍ୟାରିଅର ପାଇଁ ସବୁଠୁ ବଡ଼ ବଳିଦାନ: ପ୍ରିୟଙ୍କା

ବଡ଼ କଥା କହିଦେଲେ ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରା। କହୁ କହୁ ଅନେକ କଥା କହିଦେଲେ ପିସି। ନିଜ ପରିବାର କୁ କିପରି ଭାବରେ ଭୁଲିଯାଇଥିଲେ ପିସି, ଯାହା ସିଏ ନିଜେ କହିଛନ୍ତି। ଏବେ ପ୍ରାୟ ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ, ପ୍ରିୟଙ୍କା ଏସଏସ ରାଜମୌଲିଙ୍କ ଫିଲ୍ମ "ବାରାଣସୀ" ସହିତ ତେଲୁଗୁ ଓ ହିନ୍ଦୀ ସିନେମାରେ କମାଲ୍ କରିବାକୁ ଯାଉଛନ୍ତି । ଏହି ଆକ୍ସନ୍ ଓ ରୋମାଞ୍ଚକର ଫିଲ୍ମର ଫାର୍ଷ୍ଟଲୁକ୍ ଜାରି ହୋଇଛି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଏହାର ବଜେଟ୍, ଷ୍ଟାରକାଷ୍ଟ ଏବଂ ବିପୁଳ ଫି’ ପାଇଁ ଶୀର୍ଷରେ ରହିଛି। ଏହାର ଷ୍ଟାରକାଷ୍ଟଙ୍କ ଫି’ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ ନଜର ଆସିବେ । ରାଜାମୌଲିଙ୍କ ଏହି ଡ୍ରିମ ଫିଲ୍ମଟି ବଜେଟ୍ ଓ ଦମଦାର ଆକ୍ସନ ଉଭୟ ଅନ୍ତର୍ଜାତୀୟ ଫିଲ୍ମଠାରୁ କମ୍ ନୁହେଁ। ରାଜାମୌଲିଙ୍କ ଫିଲ୍ମଟି ବହୁତ ସମୟ ଧରି ଆଲୋଚନାରେ ରହିଛି। ଏହି ଫିଲ୍ମକୁ ନେଇ ନିର୍ମାତା ବହୁତ ଆଶା ରଖିଛନ୍ତି ବୋଲି ଜଣାପଡ଼ିଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମଟି ୨୦୨୭ରେ ରିଲିଜ୍ ହୋଇପାରେ।
ଏହା ଭିତରେ ପ୍ରିୟଙ୍କାଙ୍କ ଏକ କଥା ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ତାଙ୍କ ବୃତ୍ତିଗତ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । କିନ୍ତୁ ଏହି ସଫଳତା ହାସଲ କରିବା ଏତେ ସହଜ ନଥିଲା। କ୍ୟାରିଅର ଆରମ୍ଭରେ ତାଙ୍କୁ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଯାହାର ଫଳ ଏବେ ତାଙ୍କୁ ମିଳୁଛି। କିନ୍ତୁ ଏମିତି ଅନେକ ଅସୁମାରି କଥା ମନରେ ଚାପି ରଖିଛନ୍ତି ପ୍ରିୟଙ୍କା, ଯାହା ଭାବିଲେ ଆଜି ବି ସେ ଖୁବ୍ କଷ୍ଟ ପାଆନ୍ତି। ପ୍ରିୟଙ୍କା ଚୋପ୍ରା ଆଜି ଜଣେ ଗ୍ଲୋବାଲ୍ ଷ୍ଟାର। ବଲିଉଡରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ସେ ନିଜର ଜଲୱା ଦେଖାଉଛନ୍ତି। ନିଖୁଣ ଅଭିନୟ ସହ ଷ୍ଟାଇଲ୍ ଓ ପର୍ସନାଲିଟି ଯୋଗୁ ସମସ୍ତଙ୍କ ହୃଦଦୟରେ ରାଜ କରୁଛନ୍ତି।
ଅଭିନେତ୍ରୀ ଏବେ ଆବୁଧାବିରେ BRIDGE ସମ୍ମିଳନୀରେ ତାଙ୍କ କ୍ୟାରିଅର ବିଷୟରେ ଅନେକ କଥା କହିଥିଲେ। ପ୍ରିୟଙ୍କା କହିଛନ୍ତି ଯେ, ସେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାକୁ ଅନେକ ତ୍ୟାଗ କରିଛନ୍ତି। ବୃତ୍ତିଗତ ଜୀବନ ସଠିକ ଭାବେ ଗଢ଼ିବା ପାଇଁ, ସେ ଅନେକ ବ୍ୟକ୍ତିଗତ ଦିଗକୁ ଅଣଦେଖା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, "ଯେତେବେଳେ ମୁଁ ପ୍ରଥମେ କାମ ଆରମ୍ଭ କରିଥିଲି, ମୁଁ ଆଦୌ ସିଲଲେକ୍ଟିଭ୍ ନଥିଲି।" ମୋତେ ଯେଉଁ କାମ ମିଳୁଥିଲା ତାକୁ ମୁଁ କରୁଥିଲି। କାରଣ କାମ ମିଳିବା ବି ସେତେବେଳେ କେଉଁ ସୌଭାଗ୍ୟ ଠୁ କମ୍ ନ ଥିଲା। ମୁଁ କାମ ପାଇଁ ପ୍ରତ୍ୟେକ ଫିଲ୍ମ ଅଫରକୁ ହଁ କହିଥିଲି। ମୁଁ 20 ବର୍ଷ ବୟସରେ, ଫିଲ୍ମ ଲୋଭୀ ଥିଲି। ମୁଁ ପ୍ରତିଦିନ କାମ କରିବାକୁ ଚାହୁଁଥିଲି। କିନ୍ତୁ ମୁଁ ମୋ କ୍ୟାରିଅର ଆରମ୍ଭରେ ଯେଉଁ ବଳିଦାନ ଦେଇଛି, ତାର ଫଳ ସ୍ୱରୂପ ଆଜି ମୋତେ ସଫଳତା ମିଳିଛି। ବଡ଼ କଥା, ପୂର୍ବରୁ ସବୁ ପ୍ରୋଜେକ୍ଟକୁ ହଁ ମାରୁଥିବାବେଳେ ଏବେ କୌଣସି ପ୍ରୋଜେକ୍ଟକୁ ଆକସେପ୍ଟ କିମ୍ବା ରିଜେକ୍ଟ କରିବାର ପୂରା ସ୍ୱାଧୀନତା ପାଇଛି। କିନ୍ତୁ ସଫଳତାର ଶ୍ରେୟ ଯାଉଛି ମୋ ଡିସିପ୍ଲିନ୍ ଓ ୱାର୍କ ଏଥିକ୍ସକୁ।
ଏଥିସହ ପଢ଼ନ୍ତୁ: ଦିନିକିଆରେ ନମ୍ବର-୨ ବ୍ୟାଟର ହେଲେ କୋହଲି, ଶୀର୍ଷରେ ରୋହିତ୍...
ପ୍ରିୟଙ୍କା ଆହୁରି କହିଛନ୍ତି, ଯେ ତାଙ୍କ ବ୍ୟକ୍ତିଗତ ଜୀବନକୁ ତାଙ୍କ ବୃତ୍ତିଗତ ଜୀବନରେ ପାଇଁ ପଛରେ ପକାଇଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, " ମୋତେ ଲାଗୁଛି ଯେ ମୁଁ ଏବେ ମୋର କଠିନ ପରିଶ୍ରମ ଏବଂ ବଳିଦାନର ଫଳ ପାଇଛି। ମୁଁ ବହୁତ କଠିନ ପରିଶ୍ରମ କରିଥିଲି। ସେ ସମୟରେ ନା ମୁଁ ମୋ ଜନ୍ମଦିନ ପାଳନ କରୁଥିଲି ନା ପରିବାର ସହ ସମୟ ବିତାଉଥିଲି। । ଏମିତି କି ଯେତେବେଳେ ମୋ ବାପା ହସ୍ପିଟାଲରେ ଥିଲେ, ମୁଁ ଦେଖିବାକୁ ବି ଯାଇପାରି ନଥିଲି। ମୁଁ ଖ୍ରୀଷ୍ଟମାସ ପାଳନ କରେ ନା ଦୀପାବଳି ପାଳନ କରେ। ମୁଁ ମୋ ପରିବାର ସହ କୌଣସି ସେଲିବ୍ରେସନରେ ରହିପାରେନି। ସେହି ସମୟରେ, ମୋତେ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ସେତେବେ ସେହି 20 ବର୍ଷୀୟ ଝିଅ ପାଇଁ ଏସବୁ ତ୍ୟାଗ କରିବା ଆବଶ୍ୟକ ଥିଲା ଯାହା ଦ୍ୱାରା ସେ ଆଜିର ଜୀବନ ବଞ୍ଚିପାରିବେ।"ପ୍ରିୟଙ୍କା କହିଛନ୍ତି ଯେ, ସେତେବେଳର ସେ କଠିନ ପରିଶ୍ରମ ପାଇଁ ଆଜି ମୁଁ ନିଷ୍ପତ୍ତି ନେଇ ପାରୁଛି। ମୋତେ କେତେବେଳେ କେଉଁ ପ୍ରୋଜେକ୍ଟ ଆକ୍ସେପ୍ଟ କରିବାର ଅଛି। ମୁଁ ମୋ ୟଙ୍ଗ୍ ସମୟରେ କରିଥିବା ସେହି ପରିଶ୍ରମ ଓ ତ୍ୟାଗ ପାଇଁ ଆଜି ମୁଁ ମୋ ନିଜକୁ ଧନ୍ୟବାଦ ଜଣାଉଛି ।"
ପ୍ରିୟଙ୍କାଙ୍କ ଫି' କେତେ ?
ପ୍ରିୟଙ୍କା ଚୋପ୍ରା ଯିଏ ବଲିଉଡ ଏବଂ ହଲିଉଡ ଉଭୟରେ ନିଜର ପରିଚୟ ହାସଲ କରିଛନ୍ତି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଏହି ଫିଲ୍ମ ପାଇଁ ୩୦ କୋଟି ଟଙ୍କାର ଫି’ ନେଇଛନ୍ତି। ଏହି ଫି’ ତାଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସ୍ଥାନ ଦେଇଛି। ରାଜାମୌଲି ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରଥମ ପ୍ରୋଜେକ୍ଟ। ନିର୍ମାତାମାନେ ଚାହୁଁଥିଲେ ଯେ ଫିଲ୍ମରେ ଦମ୍ଦାର ଗ୍ଲୋବାଲ୍ ଫେସ୍ ରହିବା ଜରୁରୀ । ଫିଲ୍ମର ମୁଖ୍ୟ ଅଭିନେତା ମହେଶ ବାବୁ। ତାଙ୍କ ଭୂମିକା ଏହି ପ୍ରୋଜେକ୍ଟରେ ବହୁ ଆକର୍ଷଣୀୟ। ମହେଶ ବାବୁ ଏହି ଫିଲ୍ମ ପାଇଁ କୌଣସି ଫିସ୍ ନେଇନାହାଁନ୍ତି; ସେ ରାଜାମୌଲିଙ୍କ ସହ ମିଶି ପ୍ରଫିଟ୍ ସେୟାରିଂ ମଡେଲରେ କାମ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ଜଣାପଡୁଛି ଯେ ପ୍ରାୟ ୪୦% ପ୍ରଫିଟ୍ ସେୟାର ଏହି ଦୁଇ ଜଣଙ୍କ ପାଖରେ ରହିବ । ମହେଶ ବାବୁ ଏବଂ ରାଜାମୌଲିଙ୍କ ଏହି ପଦକ୍ଷେପ ସୂଚାଇ ଦିଏ ଯେ ଫିଲ୍ମର ପରିମାଣ ଏତେ ବଡ଼ ଯେ ଏହାର ରୋଜଗାର ଆଶାଠାରୁ ଅଧିକ ହୋଇପାରେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories