Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ଦିନିକିଆରେ ନମ୍ବର-୨ ବ୍ୟାଟର ହେଲେ କୋହଲି, ଶୀର୍ଷରେ ରୋହିତ୍‌...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଦିନିକିଆରେ ନମ୍ବର-୨ ବ୍ୟାଟର ହେଲେ କୋହଲି, ଶୀର୍ଷରେ ରୋହିତ୍‌...
Virat Kohli

Key Points

ରୋ-କୋଙ୍କ ବ୍ୟାଟିଂ, ଶୀର୍ଷରେ ହିଟମ୍ୟାନ
ଦିନିକିଆରେ ନମ୍ବର-୨ ବ୍ୟାଟର ହେଲେ କୋହଲି

ପୁଣି ଥରେ ନିଜର ଫର୍ମକୁ ଫେରିଛନ୍ତି ବିରାଟ କୋହଲି। ଦିନିକିଆରେ ନମ୍ୱର-୨ ବ୍ୟାଟର ହେଲେ ବିରାଟ କୋହଲି। ରୋହିତ ଶର୍ମା ଦିନିକିଆରେ ବିଶ୍ୱର ନମ୍ବର-୧ ବ୍ୟାଟର ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ସଦ୍ୟତମ ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ବଡ଼ ଫାଇଦା ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଦୁଇଟି ଶତକ ସହ ୩୦୨ ରନ କରିଥିବା କୋହଲି ଏବେ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କେଏଲ ରାହୁଲ ମଧ୍ୟ ବ୍ୟାଟିଂ ମାନ୍ୟତାରେ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । 

ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶ୍ରେଷ୍ଠ ୧୦ରେ ଚାରି ଜଣ ଭାରତୀୟ କ୍ରିକେଟର ଅଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳି ନ ଥିବା ଶୁଭମନ ଗିଲ୍ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ତାଙ୍କ ରେଟିଂ ପଏଣ୍ଟ ବାବର ଆଜମଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନ ରହିଛି। ଶ୍ରେଷ୍ଠ ୧୦ରେ ଚତୁର୍ଥ ଭାରତୀୟ ହେଉଛନ୍ତି ଶ୍ରେୟସ ଆୟର, ଯିଏ ଗୋଟିଏ ସ୍ଥାନ ଖସି ୧୦ମ ସ୍ଥାନରେ ଅଛନ୍ତି। କେଏଲ ରାହୁଲ ମଧ୍ୟ ଦୁଇଟି ସ୍ଥାନ ବୃଦ୍ଧି ପାଇ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନକୁ ଉଠିଛନ୍ତି।

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ତିନୋଟି ମ୍ୟାଚରେ ୩୦୨ ରନ କରିଥିଲେ। ଏଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍। ଏହି ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ୍ ଦି ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରଦର୍ଶନ ବଳରେ ସେ ଚତୁର୍ଥ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। କୋହଲିଙ୍କ ରେଟିଂ ପଏଣ୍ଟ ୭୭୩କୁ ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ ଥିବା ରୋହିତ ଶର୍ମାଙ୍କ ୭୮୧ ରେଟିଂ ପଏଣ୍ଟ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୧୪୬ ରନ କରିବା ଯୋଗୁଁ ରୋହିତ ଶର୍ମା ତାଙ୍କର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୁଲଦୀପ ଯାଦବ ସବୁଠାରୁ ସଫଳ ବୋଲର।

ଏଥିସହ ପଢ଼ନ୍ତୁ: ସାନିଆ ମିର୍ଜାଙ୍କର ନୂଆ ମିଶନ୍‌, ଏବେଠୁ ପୁଅକୁ ଦେଉଛନ୍ତି ଟେନିସ୍ ଟ୍ରେନିଂ

ସେ ନଅଟି ୱିକେଟ ନେଇଥିଲେ। ଏହି ପ୍ରଦର୍ଶନ ବଳରେ ସେ ଦିନିକିଆ ବୋଲିଂ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ୧୦ରେ କୁଲଦୀପ ଏକମାତ୍ର ଭାରତୀୟ ବୋଲର। ରବୀନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ଖସି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ଅକ୍ଷର ପଟେଲ ମଧ୍ୟ ବୋଲିଂ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ହରାଇଛନ୍ତି। କିନ୍ତୁ ଅର୍ଶଦୀପ ସିଂହ ୨୯ ସ୍ଥାନ ଉପରକୁ ଉଠି ୬୬ତମ ସ୍ଥାନରେ ପହଞ୍ଚିଛନ୍ତି ।

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ରୋହିତ ଶର୍ମା ଏବଂ ବିରାଟ କୋହଲି ଟିମ୍ ଇଣ୍ଡିଆ ପାଇଁ କେବଳ ODI ଫର୍ମାଟରେ ଖେଳନ୍ତି । କାରଣ ଉଭୟ ଖେଳାଳି T20I ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ସେମାନଙ୍କୁ ସମ୍ପ୍ରତି ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ODI ସିରିଜରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରଶଂସକମାନେ ଏବେ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରୋହିତ ଏବଂ ବିରାଟ ପୁଣି କେବେ ମଇଦାନକୁ ଫେରିବେ?

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli | Virat Kohli takes ICC ODI rankings by storm, goes after Rohit Sharma's No.1 spot | Argus News | Argus News