Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ନିଜ ହାତରେ ବାସନ ମାଜିଲେ ପିୟଙ୍କା ଚୋପ୍ରା: ସ୍ବର୍ଣ୍ଣମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ

Ritu Das
Browse all articles by Ritu Das
·3 months ago·2 min read
ନିଜ ହାତରେ ବାସନ ମାଜିଲେ ପିୟଙ୍କା ଚୋପ୍ରା: ସ୍ବର୍ଣ୍ଣମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ
India

Key Points

ପ୍ରିୟଙ୍କା ସିଧା ତାଙ୍କ ସ୍ବାମୀଙ୍କ ସହ ଅମ୍ରିତସର ବିମାନବନ୍ଦରରେ ପହଞ୍ଚିଥିଲେ। ଆଉ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଆଉ ତା'ପରେ ଘଟିଲା ଏମିତି...
ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କର ସମସ୍ତେ ଦିଓ୍ବାନା। ଏତେ ବଡ଼ ଷ୍ଟାର ହେଲେ ବି ମନରେ ଟିକେ ବି ଗର୍ବ ଅହଙ୍କାର ନାହିଁ। ବିଦେଶୀ ବୋହୂ ହେଲେ ବି ଦେଶର ସଂସ୍କୃତିକୁ ଜମା ବି ଭୁଲିନାହାନ୍ତି। ବଲିଉଡ ତଥା ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପିୟଙ୍କା ଚୋପ୍ରା ନିକଟରେ ୨୦୨୬ ମସିହାର ଓସ୍କାର ପୁରସ୍କାର ସେରିମନୀରେ ଯୋଗଦେଇଥିଲେ। ଏବେ ପ୍ରିୟଙ୍କା ଭାରତ ଗସ୍ତରେ ଅଛନ୍ତି। ଏହାପରେ ପ୍ରିୟଙ୍କା ସିଧା ତାଙ୍କ ସ୍ବାମୀଙ୍କ ସହ ଅମ୍ରିତସର ବିମାନବନ୍ଦରରେ ପହଞ୍ଚିଥିଲେ। ଆଉ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ପ୍ରିୟଙ୍କା ଅମୃତସରରେ ସେବା କରିଛନ୍ତି। ଲଙ୍ଗରରେ ଖାଇଥିବା ଶ୍ରଦ୍ଧାଳୁଙ୍କ ବାସନ ମାଜୁଛନ୍ତି ପ୍ରିୟଙ୍କା ଚୋପ୍ରା। ଏତେ ବଡ଼ ଅଭିନେତ୍ରୀ ହୋଇ ମଧ୍ୟ ଏହି କାମ କରିବାରେ ଟିକେ ବି ପଛଘୁଞ୍ଚା ଦେଇନାହାନ୍ତି। ଖୁସି ମନରେ ଭକ୍ତଙ୍କ ସେବା କରିଛନ୍ତି। ସାଧାରଣ ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଏହି କାମ କରି ସ୍ପଷ୍ଟ କରିଛନ୍ତି ଯେ, "ମାନବ ସେବା ହିଁ ମାଧବ ସେବା।" ଆଉ ଈଶ୍ବରଙ୍କ ନିକଟରେ ସମସ୍ତେ ସମାନ। କେହି ଧନୀ ଗରିବ ନୁହଁନ୍ତି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରିୟଙ୍କା ଏକ ସାଧାରଣ ଗୋଲାପି ରଙ୍ଗର ସୁଟ ପିନ୍ଧି ଏବଂ ମୁଣ୍ଡରେ ଓଢ଼ଣି ଦେଇ ମନ୍ଦିର ପରିସରରେ ବାସନ ମାଜୁଥିବାର ଦେଖିବାକୁ ମିଳିଛି। ଶିଖ୍‌ ପରମ୍ପରାରେ ‘ସେବା’ର ବିଶେଷ ଗୁରୁତ୍ୱ ରହିଛି, ଯେଉଁଠାରେ ପ୍ରତିଟି ବ୍ୟକ୍ତି ବିନା କୌଣସି ଭେଦଭାବରେ ଯୋଗଦାନ ଦିଅନ୍ତି। ପ୍ରିୟଙ୍କାଙ୍କର ଏହି ସାଧାରଣ ରୂପ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। ମହାବୀର ଜୟନ୍ତୀ ଅବସରରେ ସେ ଏହି ସେବା କରିଥିବାରୁ ଏହାର ଧାର୍ମିକ ଗୁରୁତ୍ୱ ଆହୁରି ବଢ଼ିଯାଇଛି।


ପ୍ରିୟଙ୍କାଙ୍କର ଏହି ଗସ୍ତକୁ ତାଙ୍କର ଆଗାମୀ ବଡ଼ ପ୍ରୋଜେକ୍ଟ ‘ବାରାଣସୀ’ସହ ଯୋଡ଼ି ଦେଖାଯାଉଛି। ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଏସ.ଏସ. ରାଜାମୌଲି ସମ୍ଭାଳିଛନ୍ତି। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ସାଉଥ ସୁପରଷ୍ଟାର୍‌ ମହେଶ ବାବୁଏବଂ ପୃଥ୍ବୀରାଜ ସୁକୁମାରନ ମଧ୍ୟ ନଜର ଆସିବେ। ପ୍ରିୟଙ୍କା ଏଥିରେ ’ମନ୍ଦାକିନୀ’ ଚରିତ୍ରରେ ଅଭିନୟ କରୁଛନ୍ତି, ଯାହା ମାଧ୍ୟମରେ ସେ ଦୀର୍ଘ ସମୟ ପରେ ଭାରତୀୟ ସିନେମାକୁ ଫେରୁଛନ୍ତି।

ଏହାସହ ପଢ଼ନ୍ତୁ: ପୁଣି ବଲିଉଡରେ ଧମାଲ କରିବେ ଅନୁଷ୍କା; ୧୮୦୦ କୋଟି ଫିଲ୍ମରେ ଦିଶିବେ ବିରାଟଙ୍କ କ୍ଵିନ୍


ଫିଲ୍ମ ’ବାରାଣସୀ’ର ଟିଜର୍‌ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଟିଜ୍‌ରରୁ ଜଣାପଡ଼ୁଛି ଯେ ଏହି କାହାଣୀ ଏକ ବଡ଼ ଧରଣର ବିପତ୍ତି ଉପରେ ଆଧାରିତ, ଯେଉଁଥିରେ ’ସାମ୍ଭବୀ’ ନାମକ ଏକ ଗ୍ରହାଣୁ (Asteroid) ପୃଥିବୀ ସହିତ ଧକ୍କା ହେବାର ଦୃଶ୍ୟ ରହିଛି।

ଟିଜର୍‌ ଶେଷରେ ମହେଶ ବାବୁ ବଳଦ ଉପରେ ବସି ହାତରେ ତ୍ରିଶୂଳ ଧରିଥିବାର ଏକ ଦମଦାର ଲୁକ ଦେଖିବାକୁ ମିଳିଛି। ଏହି ମେଗା ବଜେଟ ଫିଲ୍ମ ୭ ଏପ୍ରିଲ ୨୦୨୭ରେ ଥିଏଟରରେ ମୁକ୍ତିଲାଭ କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Priyanka Chopra Performs Seva at Golden Temple, Wins Hearts | Argus News