Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୀର୍ଘ ଦିନର ବିରତି ପରେ ବଲିଉଡରେ କମବ୍ୟାକ କରିବେ ଦେଶୀ ଗର୍ଲ

Entertainment

ଦୀର୍ଘ ଦିନର ବିରତି ପରେ ବଲିଉଡରେ କମବ୍ୟାକ କରିବେ ଦେଶୀ ଗର୍ଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୀର୍ଘ ଦିନର ବିରତି ପରେ ବଲିଉଡରେ କମବ୍ୟାକ କରିବେ ଦେଶୀ ଗର୍ଲ

ଅର୍ଗସ ବ୍ୟୁରୋ:  ଅନେକ ଦିନର ବିରତି ପରେ ବଲିଉଡରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲ। ରଣବୀର ସିଂହଙ୍କ ସହ କରିବେ ରୋମାନ୍ସ। ପୁଣି ଥରେ ଜଙ୍ଗଲି ବିଲ୍ଲି ଚରିତ୍ରରେ ନଜର ଆସିବେ ପ୍ରିୟଙ୍କା। ପୁଣି ଜଙ୍ଗଲି ବିଲ୍ଲି ହେବେ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା। କ୍ରିତି ସେନନ୍‌ ଓ କିଆରା ଆଡଭାନୀଙ୍କୁ ରିପ୍ଲେସ କଲେ ପ୍ରିୟଙ୍କା। 
'ଡନ୍‌ ୩'ରେ ଏଣ୍ଟ୍ରି କରିଛନ୍ତି ପ୍ରିୟଙ୍କା। ତୃତୀୟ ଭାଗର କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ୨୦୦୬ ଓ ୨୦୧୧ର 'ଡନ୍‌' ରେ ଜଙ୍ଗଲି ବିଲ୍ଲି ଚରିତ୍ରରେ ନଜର ଆସିଥିଲେ ପ୍ରିୟଙ୍କା।

ଡନ୍‌-୩ରେ ଏଥିରେ ଶାହରୁଖଙ୍କ ବଦଳରେ 'ଡନ୍‌' ଭାବେ ଦେଖିବାକୁ ମିଳିବେ ରଣବୀର ସିଂହ। ସର୍ବପ୍ରଥମେ ୨୦୦୬ରେ ପ୍ରିୟଙ୍କା 'ଡନ୍‌'ରେ ରୋମା ଭଗତ ଚରିତ୍ର ନିର୍ବାହ କରିଥିଲେ। ଯିଏ ନିଜ ଭାଇ ରମେଶ ହତ୍ୟାର ପ୍ରତିଶୋଧ ନିଏ ଡନଠାରୁ। ୨୦୧୧ର 'ଡନ୍‌ ୨'ରେ ମଧ୍ୟ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲେ ପ୍ରିୟଙ୍କା। 
ପ୍ରିୟଙ୍କାଙ୍କ ପୂର୍ବରୁ କ୍ରିତି ସେନନ୍‌ ଓ କିଆରା ଆଡଭାନୀଙ୍କ ନାଁ ଏଥିପାଇଁ ଶୁଣାଯାଉଥିଲେ। ତେବେ ସେସବୁ ଚର୍ଚ୍ଚା ଆଉ ନାହିଁ। ନିକଟରେ ଫରହାନ୍‌ ଅଖତାର ଅରିଜିନାଲ ଜଙ୍ଗଲି ବିଲ୍ଲି ପ୍ରିୟଙ୍କାଙ୍କୁ ସାଇନ୍‌ କରାଇ ନେଇଛନ୍ତି। ପ୍ରିୟଙ୍କା ମଧ୍ୟ ନୂଆ ଡନ୍‌ ରଣବୀର ସିଂହଙ୍କ ଜଙ୍ଗଲି ବିଲ୍ଲି ସାଜିବାକୁ ନେଇ ଢ଼େର ଉତ୍ସାହିତ ଅଛନ୍ତି। 
ପୂର୍ବରୁ ଡନ୍‌ ହୋଇଥିଲେ ଅମିତାଭ ବଚ୍ଚନ। ଅମିତାଭଙ୍କ ପରେ ଶାହରୁଖ ଓ ବର୍ତ୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ରଣବୀର ସିଂହ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
 

Sponsored
Priyanka Chopra to RETURN in Don 3 with Ranveer Singh | Argus News