Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଚଳିତ ମାସରେ ବିବାହ କରିବେ ପୁଲକିତ-କ୍ରୀତି

Ritu Das
Browse all articles by Ritu Das
·2 years ago·1 min read
ଚଳିତ ମାସରେ ବିବାହ କରିବେ ପୁଲକିତ-କ୍ରୀତି

ଅର୍ଗସ ବ୍ୟୁରୋ: ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଦୁହିଁଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି। କାର୍ଡ ଦେଖିବା ପରେ ଦୁହିଁଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା‌ ଆରମ୍ଭ କରିଛନ୍ତି।

କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ବିବାହ କାର୍ଡ ବିଷୟରେ କହିବାକୁ ଗଲେ ଏଥିରେ ଦୁଇ ଜଣ ପୁରୁଷ ଓ ମହିଳା ଚେୟାରରେ ବସିଥିବାର ନଜର ଆସିଛନ୍ତି। ଘରର ବାଲକୋନିରେ ଦୁହେଁ ବସିଥିବା ବେଳେ ପୁରୁଷଜଣକ ହାତରେ ଗିଟାର ଧରି ବସିଛନ୍ତି ଏବଂ ମହିଳାଜଣକ ତାଙ୍କ ସହ ବସି ବାହାରକୁ ଦେଖୁଛନ୍ତି। ତାଙ୍କ ଚାରିପାଖରେ ତାଙ୍କର କୁକୁରମାନେ ବସିଥିବା ଦେଖାଯାଇଛି। କାର୍ଡର ଉପରେ ଲେଖା ଯାଇଛି ଯେ, ମୋ ସ୍କ୍ବାଡ ସହ ଜୀବନର ବଡ଼ ଦିନକୁ ପାଳନ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ। ପୁଲକିତ ଏବଂ କ୍ରିତି।

ପୁଲକିତ ଏବଂ କ୍ରିତି ଏପର୍ଯ୍ୟନ୍ତ ବିବାହ ତାରିଖ ପ୍ରକାଶ କରିନାହାନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଦମ୍ପତି ମାର୍ଚ୍ଚ ୧୩ରେ ସାତଫେରା ନେବେ। ତେବେ ଏପର୍ଯ୍ୟନ୍ତ ଦୁହେଁ ବିବାହ ତାରିଖକୁ ନେଇ ନିରବତା ବଜାୟ ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Pulkit-Kriti | Argus News