Videos
|
Entertainment

'ଦି ଗର୍ଲଫ୍ରେଣ୍ଡ'ରେ ନଜର ଆସିବେ ପୁଷ୍ପାଙ୍କ ଶ୍ରୀବଲୀ, 'ଟିଜର' ପୋଷ୍ଟ କଲେ ବିଜୟ

Ritu Das
Browse all articles by Ritu Das
·1 year ago·1 min read
'ଦି ଗର୍ଲଫ୍ରେଣ୍ଡ'ରେ ନଜର ଆସିବେ ପୁଷ୍ପାଙ୍କ ଶ୍ରୀବଲୀ, 'ଟିଜର' ପୋଷ୍ଟ କଲେ ବିଜୟ

ଅର୍ଗସ ବ୍ୟୁରୋ: ସାଉଥ ଷ୍ଟାର ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଏମଧ୍ୟରେ ପୁଷ୍ପାଙ୍କ ଶ୍ରୀବଲୀ ଅର୍ଥାତ୍ ରଶ୍ମିକା ମନ୍ଦାନାଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ଗର୍ଲଫ୍ରେଣ୍ଡ'ର ଟିଜର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଫିଲ୍ମର ଟିଜର ଶେୟାର କରି ଏକ ଲମ୍ବା ପୋଷ୍ଟ କରିଛନ୍ତି ଅଭିନେତା ବିଜୟ ଦେବରକୋଣ୍ଡା। ଫିଲ୍ମରେ ବିଜୟ ଦେବରକୋଣ୍ଡା ଅଭିନୟ କରିନଥିଲେ ବି ଫିଲ୍ମ ପାଇଁ ସେ ସ୍ୱର ଦେଇଥିବା ଜଣାଯାଇଛି।

ଫିଲ୍ମର ଟିଜର ନିଜ ଏକ୍ସ ଆକାଉଣ୍ଟରେ ସେୟାର କରି ସେ ଲେଖିଛନ୍ତି, ମୁଁ ଏହି ଟିଜରର ପ୍ରତ୍ୟେକ ଭିଜୁଆଲକୁ ପସନ୍ଦ କରୁଛି। ଆମ ମଧ୍ୟରୁ ଅନେକ କଳାକାରଙ୍କ ପାଇଁ ସେ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି। ସେ ଜଣେ ଅଭିନେତ୍ରୀ, କଳାକାର ଏବଂ ଷ୍ଟାର ଭାବରେ ବହୁତ ଆଗକୁ ବଢ଼ିଛନ୍ତି। କିନ୍ତୁ ଏବେ ବି ତାଙ୍କ ଭିତରେ ସେହି ସରଳତା ରହିଛି, ଯାହା ୮ବର୍ଷ ତଳେ ଥିଲା।

ଡେଟିଂ ଚର୍ଚ୍ଚା ମଧ୍ୟରେ 'ଦି ଗର୍ଲଫ୍ରେଣ୍ଡ' ନାମ ଥିବା ଫିଲ୍ମର ଟିଜର ରିଲିଜ୍ କରିବାର ଦାୟିତ୍ବ ନିର୍ମାତା ବିଜୟଙ୍କୁ ଦେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Pushpa's Sribali | Argus News