Videos
|
Entertainment

ଝିଅ ରାଶାଙ୍କ ସହ ୧୨ ଜ୍ୟୋର୍ତିଲିଙ୍ଗର ଦର୍ଶନ ଯାତ୍ରା ଶେଷ କଲେ ରବୀନା

Ritu Das
Browse all articles by Ritu Das
·2 years ago·1 min read
ଝିଅ ରାଶାଙ୍କ ସହ ୧୨ ଜ୍ୟୋର୍ତିଲିଙ୍ଗର ଦର୍ଶନ ଯାତ୍ରା ଶେଷ କଲେ ରବୀନା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ ଦଶକର ହେଲେ ବି ଏବେବି ତାଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ ରହିଛି। ଏବେ ବି ତାଙ୍କର ସେହିଭଳି କ୍ରେଜ ରହିଛି।  ରବୀନା ଏବଂ ତାଙ୍କ ଝିଅ ରାଶା ଟଣ୍ଡନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ ରବୀନା। ସେ ଝିଅ ରାଶାଙ୍କ ସହ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ ଇନଷ୍ଟାରେ କିଛି ଫଟୋ ଶେୟାର କରି ଜଣାଇଛନ୍ତି। ଏହାପରେ ରବୀନାଙ୍କ ବନ୍ଧୁ ମାନେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏହି ଫଟୋ ଦେଖି ଅଦ୍ଭୁତ ବୋଲି ଲେଖିଛନ୍ତି। 

ରବୀନା ରାମେଶ୍ବରମର ଜ୍ୟୋର୍ତିଲିଙ୍ଗର ଦର୍ଶନ କରୁଥିବା ବେଳର ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରି କ୍ୟାପଶନରେ ସେ ଲେଖିଛନ୍ତି କେଦାରନାଥରୁ ନେଇ ରାମେଶ୍ବରମ ଯାଏ ୧୨ ପବିତ୍ର ଜ୍ୟୋର୍ତିଲିଙ୍ଗ ଦର୍ଶନ ପୂର୍ଣ୍ଣ ହୋଇଛି। ପ୍ରତିଟି ଜିନିଷ ଲାଗି ଧନ୍ୟବାଦ ଶିବ। ହର ହର ମହାଦେବ। ଜୟ ଭୋଲେନାଥ ଶିବ ଶମ୍ଭୁ। 
ଓ୍ବାର୍କଫ୍ରଣ୍ଟ କଥା କହିଲେ ରବୀନା ନିକଟରେ ମିଲିନ୍ଦ ସୋମେନଙ୍କ ସହ ସସପେନ୍ସ ଥ୍ରୀଲର ଫିଲ୍ମ ଓ୍ବାନ ଫ୍ରାଇଡେ ନାଇଟରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ କମେଡି ଫିଲ୍ମ ଓ୍ବେଲକମ ଟୁ ଦ ଜଙ୍ଗଲରେ ନଜର ଆସିବେ।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rabina completed | Argus News