Videos
|
Entertainment

Bollywood Update / ମନୀଷଙ୍କ ପାର୍ଟିରେ ନୀତା-ରାଧିକାଙ୍କ କମାଲ, ଭାଇରାଲ ହେଉଛି ଦୁହିଁଙ୍କ ଶାଢ଼ୀ

Banajyotshna Ray
Browse all articles by Banajyotshna Ray
·11 months ago·3 min read
ମନୀଷଙ୍କ ପାର୍ଟିରେ ନୀତା-ରାଧିକାଙ୍କ କମାଲ, ଭାଇରାଲ ହେଉଛି ଦୁହିଁଙ୍କ ଶାଢ଼ୀ

Key Points

ମନୀଷ ମଲହୋତ୍ରାଙ୍କ ଦିଓ୍ୱାଲୀ ପାର୍ଟି
ଶାଶୁ ନୀତା ଅମ୍ବାନୀଙ୍କ ହାତ ଧରି ପହଞ୍ଚିଲେ ବୋହୁ ରାଧିକା
ଲାଇମଲାଇଟ୍ ରେ ଉଭୟଙ୍କ ଶାଢ଼ୀ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସବୁ ସଜେଇ ହେଲେଣି। ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ଭଳିକି ଭଳି ଲାଇଟରେ ସଜେଇ ହେବା ଆରମ୍ଭ କଲାଣି ମାର୍କେଟ୍। ଆଉ ପାର୍ଟି ଫଙ୍ଗସନ ମଧ୍ୟ ଚାଲିଲାଣି। ହେଲେ ଏବେ ଏହି ଦିଓ୍ୱାଲୀ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନୀତା ଅମ୍ବାନୀ ଏବଂ ତାଙ୍କ ସାନ ବୋହୁ ରାଧିକା ମର୍ଚାଣ୍ଟ। ପାର୍ଟିରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତେ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ନୀତା ଅମ୍ବାନୀ ତାଙ୍କ ସାନ ବୋହୂ ରାଧିକା ମର୍ଚାଣ୍ଟଙ୍କ ସହ ପାର୍ଟିରେ ପହଞ୍ଚିଥିଲେ। ଆଉ ରାଧିକା ତାଙ୍କ ଶାଶୁଙ୍କ ହାତ ଧରି ପାର୍ଟିରେ ପହଞ୍ଚିଥିଲେ ଏବଂ ପାପାରାଜିଙ୍କ ପାଇଁ ପୋଜ୍ ମଧ୍ୟ ଦେଇଥିଲେ।


ଏହି ପାର୍ଟିରେ ରାଧିକା ଏକ ଅଫ୍-ହ୍ୱାଇଟ୍ ରଙ୍ଗର ଶାଢ଼ି ପିନ୍ଧିଥିଲେ ଏବଂ ଶାଢୀ ସହ ମ୍ୟାଚ୍ କରି ଏକ ହାର ଏବଂ କାନଫୁଲ ମଧ୍ୟ ପିନ୍ଧିଥିଲେ। ସେ ଏକ ଛୋଟ ପର୍ସ ମଧ୍ୟ ଧରିଥିଲେ। ଗୋଟେ ପାଖକୁ ଚୁଟି ଆଉ ମୁହଁରେ ହସ ତାଙ୍କ ଲୁକ୍ କୁ ଦ୍ୱିଗୁଣିତ କରୁଥିଲା। ନୀତାଙ୍କ କଥା କହିବାକୁ ଗଲେ, ସେ ଏକ ଚମକଦାର ଶାଢ଼ି ପିନ୍ଧିଥିଲେ ଏବଂ ଏହା ସହ ଏକ ସ୍ଲିଭଲେସ୍ ବ୍ଲାଉଜ୍ ମଧ୍ୟ ପିନ୍ଧିଥିଲେ। ନୀତା ଏହି ଲୁକରେ କେବଳ କାନଫୁଲ ପିନ୍ଧିଥିଲେ, ତାଙ୍କ କେଶକୁ ଖୋସାରେ ବାନ୍ଧିଥିଲେ ଏବଂ ହାଲୁକା ମେକଅପ୍ କରିଥିଲେ। ନୀତା ଅମ୍ବାନୀ ସମ୍ପୂର୍ଣ୍ଣ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ଏକ ଛୋଟ ପର୍ସ ମଧ୍ୟ ଧରିଥିଲେ। ଆଉ ଏହି ଶାଶୁ-ବୋହୁଙ୍କ ଶାଢୀ ଲାଇମଲାଇଟରେ ଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଭାରତର କଳା ଓ ଐତିହ୍ୟକୁ ବିଶ୍ବସ୍ତରୀୟ କରିବାକୁ ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ


ପ୍ରକୃତରେ ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟି ପ୍ରତିବର୍ଷ ଏକ ଚର୍ଚ୍ଚିତ ବିଷୟ ପାଲଟିଥାଏ।ଏଥିରେ ବଲିଉଡର ଅନେକ ବଡ଼ ବଡ଼ ଷ୍ଟାର ଯୋଗ ଦେଇଥାନ୍ତି। ଆଉ ଚଳିତ ବର୍ଷ ମଧ୍ୟ ଏହି ଦିଓ୍ୱାଲୀ ପାର୍ଟି ମହା ଆଡ଼ମ୍ୱରରେ ପାଳନ ହୋଇଛି। ଯେଉଁଥିରେ କରୀନା କପୁରଙ୍କଠାରୁ ଆରମ୍ଭ କରି ନୀତା ଅମ୍ବାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ପାର୍ଟିରେ ଯୋଗ ଦେଇଥିଲେ।


ଦୀପାବଳି ପର୍ବର ମହତ୍ତ୍ୱ:


ଓଡ଼ିଶାରେ ଦୀପାବଳି ଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ।


କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତରେ ବିଭିନ୍ନ କାରଣକୁ ନେଇ ଏହି ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି। ସେଯାହା ବି ହେଉ, ଆଜିକାଲି ଦୀପାବଳି ପର୍ବ ଏକ ଫ୍ୟାସନ ହୋଇଗଲାଣି। ଲୋକମାନେ ବାଣ ଫୁଟାଇ, ସାଜସଜା ହୋଇ ଏହାକୁ ପାଳୁଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories