Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରାଘବଙ୍କ ଆଖିର ହେଲା ବଡ ଅପରେସନ, ନହେଲେ ହରାଇଥାନ୍ତେ ଦୃଷ୍ଟି ଶକ୍ତି 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଘବଙ୍କ ଆଖିର ହେଲା  ବଡ ଅପରେସନ, ନହେଲେ ହରାଇଥାନ୍ତେ ଦୃଷ୍ଟି ଶକ୍ତି 

ନୂଆଦିଲ୍ଲୀ: ଲଣ୍ଡନରେ ଆପ୍‌ ର ନେତା ବା ସାଂସଦ  ରାଘବ ଚଡ୍ଡା ଙ୍କ ଆଖିର କରାଗଲା ସର୍ଜରୀ ।  ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ  ପରିଣିତି ଚୋପ୍ରା ଥିବା ନେଇ ସୂଚନା। 
 ରିପୋର୍ଟସ ଅନୁସାରେ  ରାଘବ ଚଡ୍ଡା  ଗତ କିଛି ଦିନ ହେବ  ଆଖି ସହ ଜଡିତ ଗମ୍ଭୀର ସମସ୍ୟା ଦେଇ ଗତି କରୁଥିଲେ।  ତେବେ ଯନ୍ତ୍ରଣା ଏତେ ହେଲା ଯେ ଆଖି  ସର୍ଜରୀ କରିବା ପାଇଁ ୟୁକେ ଯିବାକୁ ପଡିଲା। ବର୍ତ୍ତମାନ ରାଘବଙ୍କ ଅଖିର ଅପରେଶନ ସଫଳ ହୋଇଛି।  କୁହାଯାଉଛି ଯେ ଆଖି ଅପରେଶନ ପାଇଁ  ଗତ ମାସରୁ  ଲଣ୍ଡନ  ଯାଇଛନ୍ତି ରାଘବ ଚଡ୍ଡା।  ରାଘବ ବର୍ତ୍ତମାନ ସୁସ୍ଥ ଥିବା ସୂଚନା।  ଡାକ୍ତରଙ୍କ ଅନୁମତି ପାଇଲେ ଭାରତ ଫେରିବ।  ଆମ୍‌ ଆଦମୀ  ପାର୍ଟିର ସୂଚନାନୁଯାୟୀ,  ରାଘବ ଚଡ୍ଡା  ଆଖିର 'ରେଟିନା ଡିଟେଚମେଣ୍ଟ' କୁ ରୋକିବା ପାଇଁ  ବ୍ରିଟେନରେ 'ବିଟ୍ରେକ୍ଟୋମୀ ସର୍ଜରୀ' କରାଇଛନ୍ତି। 

ରେଟିନଳ ଡିଟେଚମେଣ୍ଟ କଣ ? 

ରେଟିନଳ ଡିଟେଚମେଣ୍ଟ ଏକ ଏପରି ସ୍ଥିତି ଯାହା ଆଖିର  ପଛପଟେ ଥିବା ସୂକ୍ଷ୍ମ ଟିସୁ ଏହାର ସାଧାରଣ ସ୍ଥିତିରୁ ଅଲଗା ହୋଇଥାଏ । ଯେଉଁଥିରେ  ଆଖିର  ଜ୍ୟୋତି  ଚାଲିଯାଇଥାଏ।  ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା ନକରାଯାଏ ତେବେ  ଛୋଟ ଛିଦ୍ର  ଖୁବ୍‌ ଶୀଘ୍ର  ବଡ ହୋଇଯାଇଥାଏ।  ଯେଉଁ ପାଇଁ ବ୍ୟକ୍ତି ଅନ୍ଧ ହୋଇଯାଇଥାଏ।  ସର୍ଜରୀ ସମୟରେ  ଡାକ୍ତର ବିଟ୍ରିୟସ କୁ  ହଟାଇ ଦିଅନ୍ତି।  ବିଟ୍ରିୟସ ଏକ ଜେଲ ପରି ହୋଇଥାଏ। ଯାହା ଆଖି  ଏବଂ ରେଟିନ୍‌  ମଧ୍ୟରେ  ଥିବା ଦୂରତାକୁ ପୂରଣ କରିଥାଏ। 
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raghav had a major eye surgery, otherwise he would have lost his eyesight | Argus News