Raj Kapoor / ଏମିତି ହେଲା ବର୍ଷା ଓ ଭୂମିକମ୍ପ: ଭାଙ୍ଗିଗଲା ରାଜ କପୁରଙ୍କ ପୈତୃକ ଗୃହ
·5 months ago·2 min read

Key Points
କପୁର ପରିବାରରେ ଦୁଃଖର ପାହାଡ଼
ବର୍ଷା ଓ ଭୂମିକମ୍ପରେ ଭୂଷୁଡି ପଡିଲା ରାଜ କପୁରଙ୍କ ପେଶାବର ସ୍ଥିତ ପୈତୃକ ଗୃହ

ସାମ୍ନାକୁ ଆସିଲା ବଡ଼ ଖବର। ବର୍ଷାରେ ଭୂଷୁଡିଲା ରାଜ କପୁରଙ୍କ ଘର। ପୁରା ଘଟଣାକ୍ରମ ଜାଣିବାକୁ ଫ୍ୟାନ୍ସ ବି ଜାଣିବାକୁ ଇଛା କରିଛନ୍ତି। ବଲିଉଡ ଦିଗ୍ଗଜ ଅଭିନେତା ରାଜ କପୁରଙ୍କ ପାକିସ୍ତାନ ପେଶାୱରରେ ଥିବା ପୈତୃକ ବାସଭବନର ଏକ ଅଂଶ ଭୂଷୁଡିପଡିଛି । ନିକଟରେ ହୋଇଥିବା ବର୍ଷା ଓ ଶୁକ୍ରବାର ରାତିର ଭୂମିକମ୍ପରେ ବିଲ୍ଡିଂର ଗୋଟିଏ ପାର୍ଶ୍ୱ ଭାଙ୍ଗିପଡିଛି।ଯଦିଓ ଏହି ବିଲ୍ଡିଂଟି ଏବେ ଜରାଜିର୍ଣ୍ଣ ଅବସ୍ଥାକୁ ପହଞ୍ଚି ଯାଇଛି ତଥାପି ଦୀର୍ଘ ବର୍ଷରେ ଏହା ସୌନ୍ଧର୍ଯ୍ୟ ନଷ୍ଟ ହୋଇ ନାହିଁ। ଏହି ବିଲ୍ଡିଂରେ ରାଜ କପୁରଙ୍କ ଦୁଇ ସାନ ଭାଇ ଓ ଭଉଣୀଙ୍କର ମଧ୍ୟ ଜନ୍ମ ହୋଇଥିଲା।
ତେବେ ରାଜ କପୁରଙ୍କ ଭାଇ ସମ୍ମି କପୁର ଓ ଶଶି କପୁରଙ୍କ ଜନ୍ମ ଭାରତରେ ହୋଇଥିଲା। ଏହି ବିଲ୍ଡିଂରେ କପୁର ପରିବାରଙ୍କ ପ୍ରାରମ୍ଭିକ ପିଢୀର ଜୀବନ ଅତିବାହୀତ ହୋଇଥିଲା। ତେବେ ଭାରତ ବିଭାଜନ ପରେ ପରିବାର ଏହି ବିଲ୍ଡିଂକୁ ଛାଡି ଭାରତରେ ସବୁଦିନ ପାଇଁ ରହିଯାଇଥିଲେ। ରାଜ କପୁରଙ୍କ ପୁଅ ଋଷି କପୁର ଓ ରଣଧୀର କପୁର ୧୯୯୦ ମସିହାରେ ଏହି ସ୍ଥାନକୁ ଗସ୍ତ କରିଥିଲେ। ଖୈବର ପୁକ୍ତନଖ୍ୱା ପ୍ରୋଭିନ୍ସରେ ଥିବା ପ୍ରାଚୀନ କପୁର ହାଭେଲୀକୁ ପାକିସ୍ତାନ ସରକାର ୨୦୧୬ ମସିହାରେ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ। ଖୈବରପୁକ୍ତନଖ୍ୱା ହେରିଟେଜ କାଉନସିଲର ସାଧାରଣ ସମ୍ପାଦକ କହିଛନ୍ତି ଯେ ଭୂମିକମ୍ପ ଝଟକାରେ ଭବନର ଏକ କାନ୍ଥ ଭାଙ୍ଗିଯାଇଛି। ଏଣୁ ଭବନର ବାକି ଅଂଶର ସୁରକ୍ଷାକୁ ନେଇ ଏବେ ଚିନ୍ତା ଉପୁଜିଛି।
ଏହି ପ୍ରାଚୀନ ବିଲ୍ଡିଂଟି ଅଭିନେତା ପୃଥିରାଜ କପୁରଙ୍କ ପୈତୃକ ଘର, ଯିଏ ଫିଲ୍ମ ଉଦ୍ୟୋଗରେ ପ୍ରବେଶ କରିଥିବା କପୁର ପରିବାରର ପ୍ରଥମ ସଦସ୍ୟ। ଏହି ଘରକୁ ପୃଥିରାଜ କପୁରଙ୍କ ପିତା ଦିୱାନ ବିଶେଶ୍ୱରନାଥ କପୁର ୧୮୧୮ମସିହାରେ ନିର୍ମାଣ କରାଇଥିଲେ। ଅଭିନେତା ରାଜ କପୁର ଓ ତ୍ରିଲୋକ କପୁରଙ୍କ ଜନ୍ମ ଏହି ଘରେ ହୋଇଥିଲା। ନିର୍ମାଣ କାଳରେ ଏହି ଭବନଟିକୁ ଉତ୍କୃଷ୍ଟ ବାସ୍ତୁକଳାର ଉଦାହରଣ ମନେ କରାଯାଉଥିଲା। ଏହି ଘରେ ପାଖାପାଖି ୪୦ଟି କୋଠରୀ ଥିଲା। ଭବନର ଶୀର୍ଷ ଭାଗକୁ ଜଟିଳ ଆକୃତି ଓ ଝରକାରେ ସଜା ଯାଇଥିଲା।
ଏଥିସହ ପଢ଼ନ୍ତୁ: ବିବାହ କରିବାର ମାତ୍ର ଦେଢ଼ ମାସ ପରେ, ରଶ୍ମିକା କହିଲେ"ଆମେ ଏବେ ତିନି ଜଣ"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସକିଲ ବହିଦୁଲ୍ଲାହ ପ୍ରତ୍ନତତ୍ୱ ବିଭାଗ ଓ ପ୍ରାନ୍ତିୟ ସରକାର ଐତିହାସିକ ଭବନଗୁଡିକର ସଂରକ୍ଷଣ ନିମନ୍ତେ ତତ୍କାଳ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଯଦି ଏପରି ଅବହେଳା ଲାଗି ରହେ ତେବେ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ଅପୁରଣୀୟ କ୍ଷତି ହୋଇପାରେ। କପୁର ହାଭେଲୀ ପେଶାୱର ସହରର ପ୍ରସିଦ୍ଧ କିସସାଖାନୀ ବଜାରର କେନ୍ଦ୍ରସ୍ଥଳରେ ରହିଛି। ଏହା ପାକିସ୍ତାନର ପ୍ରମୁଖ ସ୍ମାରକ ମଧ୍ୟରୁ ଅନ୍ୟତମ। ଏହା ସଂରକ୍ଷଣ ଆବଶ୍ୟକ କରୁଥିବା ବେଳେ ଦୀର୍ଘ ସମୟରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories