Videos
|
Entertainment

Raj Kundra / ୬୦ କୋଟି ଠକେଇକୁ ନେଇ ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ

Sushanta Sahoo
Browse all articles by Sushanta Sahoo
·11 months ago·3 min read
୬୦ କୋଟି ଠକେଇକୁ ନେଇ ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ

Key Points

ବିପୁଳ ଆର୍ଥିକ କ୍ଷତି ପରେ କମ୍ପାନୀ ଆଣିଥିବା ଋଣ ଶୁଝିବାରେ ଅସମର୍ଥ ହୋଇଥିବା କହିଛନ୍ତି ୫୦ ବର୍ଷୀୟ ବ୍ୟବସାୟୀ ରାଜ କୁନ୍ଦ୍ରା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ତଦନ୍ତକାରୀ ସଂସ୍ଥା ଦୁଇଥର ଜେଲା କରିଥିବା ବେଳେ ଆସନ୍ତା ସପ୍ତାହରେ ଆଉ ଥରେ ସମନ କରିପାରେ ।

ମୁମ୍ବାଇ: ଠକେଇକୁ ନେଇ ବିବାଦରେ ଫସିଥିବା ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଲାଗି ବଢ଼ୁଛି ଅଡ଼ୁଆ । ଅକ୍ଟୋବର ୧୪ରେ ୬୦ କୋଟି ଠକେଇ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ମୁହଁ ଖୋଲିଛନ୍ତି ଶିଳ୍ପାଙ୍କ ସ୍ଵାମୀ । କାହିଁକି ଋଣ ଶୁଝି ପାରିଲେନି ସେନେଇ କହିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ।


ସୂତ୍ର ଅନୁସାରେ, ୬୦ କୋଟିର ଋଣ ତଥା ନିବେଶ ମାମଲାରେ ବ୍ୟବସାୟୀ ରାଜ କୁନ୍ଦା କହିଛନ୍ତି, "ନୋଟ ବନ୍ଦୀ ଯୋଗୁଁ ବ୍ୟବସାୟରେ ବହୁତ କ୍ଷତି ହୋଇଥିଲା । ଆଉ ବିପୁଳ କ୍ଷତି ସହିବା ପରେ ନେଇଥିବା ଋଣ ଶୁଝି ପାରି ନଥିଲୁ ।"


ରାଜ କୁନ୍ଦ୍ରାଙ୍କ ବିରୋଧରେ ଆସିଥିବା ଠକେଇ ମାମଲାର ତଦନ୍ତ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) କରୁଛି । ନିକଟରେ EOWର ପଚରାଉଚରା ବେଳେ ରାଜ କୁନ୍ଦ୍ରା କହିଥିଲେ, "ତାଙ୍କ କମ୍ପାନୀ ଇଲେକ୍ଟ୍ରିକାଲ୍ ଏବଂ ଘରୋଇ ଉପକରଣ ଉପରେ କାମ କରେ । ୨୦୧୬ରେ କେନ୍ଦ୍ର ସରକାର କରିଥିବା ନୋଟ ବନ୍ଦୀରେ କମ୍ପାନୀ ବିପୁଳ କ୍ଷତି ସହିଥିଲା ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଅଭିନେତ୍ରୀଙ୍କୁ ୬୦ କୋଟି ଟଙ୍କା ଠକେଇ ମାମଲାରେ ମାରାଥନ ଜେରା


ବିପୁଳ ଆର୍ଥିକ କ୍ଷତି ପରେ କମ୍ପାନୀ ଆଣିଥିବା ଋଣ ଶୁଝିବାରେ ଅସମର୍ଥ ହୋଇଥିବା କହିଛନ୍ତି ୫୦ ବର୍ଷୀୟ ବ୍ୟବସାୟୀ ରାଜ କୁନ୍ଦ୍ରା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ତଦନ୍ତକାରୀ ସଂସ୍ଥା ଦୁଇଥର ଜେଲା କରିଥିବା ବେଳେ ଆସନ୍ତା ସପ୍ତାହରେ ଆଉ ଥରେ ସମନ କରିପାରେ । କୁନ୍ଦ୍ରାଙ୍କ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅକ୍ଟୋବର ୪ରେ ତାଙ୍କ ବାସଭବନରେ ୪ ଘଣ୍ଟାରୁ ଅଧିକ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା ।


ଠକେଇ ମାମଲାରେ ଉଭୟ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହୋମ୍ ସପିଂ ଏବଂ ଅନଲାଇନ୍ ରିଟେଲ୍ ପ୍ଲାଟଫର୍ମ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହେଉଛନ୍ତି ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ । ଦୁହେଁ, ବ୍ୟବସାୟୀ ଦୀପକ କୋଠାରୀଙ୍କୁ ପାଖାପାଖି ୬୦ କୋଟି ଠକିଥିବା ନେଇ ଅଗଷ୍ଟ ୧୪ରେ ମୁମ୍ବାଇରେ ମାମଲା ହୋଇଥିଲା ।


ନିବେଶକ ଦୀପକ କୋଠାରୀ ଅଭିଯୋଗ କରିଥିଲେ, "୨୦୧୫ ଏବଂ ୨୦୨୩ରେ ସେ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡରେ ୬୦ କୋଟି ନିବେଶ କରିଛନ୍ତି । କିନ୍ତୁ ନିବେଶ ଅର୍ଥକୁ କମ୍ପାନୀ ପରିବର୍ତ୍ତେ ଦମ୍ପତି ନିଜସ୍ଵ ଲାଭ ପାଇଁ ଉପଯୋଗ ବା ଖର୍ଚ୍ଚ କରିଛନ୍ତି ।"


ଏଥିସହ ପଢ଼ନ୍ତୁ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା


ଆଉ ଏହି ମାମଲାରେ ପୋଲିସ ଶିଳ୍ପା ସେଟ୍ଟୀଙ୍କୁ ଜେରା କରିଥିବା ବେଳେ ସେ କହିଛନ୍ତି, "ସେ କମ୍ପାନୀ ମାମଲା ଦେଖନ୍ତି ନାହିଁ, ସେ କେବଳ ବ୍ୟବସାୟୀ ସ୍ଵାମୀଙ୍କ କମ୍ପାନୀର ସହ ସଂସ୍ଥାପକ ।"


ମାମଲାରେ ଗତମାସରେ ଦମ୍ପତି ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିରେ ଦୁଁହେ ସେମାନଙ୍କ ବିରୋଧରେ ପୋଲିସ ଜାରି କରିଥିବା ଲୁକ୍ ଆଉଟ୍ ସର୍କୁଲାର୍ (LOC) ନିଲମ୍ବନ ପାଇଁ ଆବେଦନ କରିଥିଲେ ।


ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଆବେଦନ ଉପରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ଗୌତମ ଅଙ୍ଖଡ ବୁଧବାର ଶୁଣାଣି କରିଥିଲେ । କହିଥିଲେ, "ଠକେଇ ମାମଲାରେ ଅଭିଯୁକ୍ତ ଦମ୍ପତିଙ୍କୁ ବୁଲିବା ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ।"


ତେବେ ଠକେଇ ମାମଲାର ତଦନ୍ତରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ସହୟୋଗ କରୁଥିବାରୁ ପୋଲିସ ସେମାନଙ୍କୁ ଗିରପ କରି ନଥିବା କହିଛନ୍ତି ହାଇକୋର୍ଟ । ଏଥିସହ ସମ୍ପୂର୍ଣ୍ଣ ୬୦ କୋଟି ଦାଖଲ କରିବା ପରେ ଦମ୍ପତିଙ୍କ ଆବେଦନର ବିଚାର କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ୬୦ କୋଟି ଠକେଇ ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧୪ ତାରିଖରେ ହେବ ।

Related Topics

Explore more stories

Raj Kundra Opens Up on ₹60 Crore Fraud; Hearing on Oct 14 | Argus News | Argus News