Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା

International

Nobel Peace Prize / ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା

Key Points

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଭେନେଜୁଏଲାର ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ ।

୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା ଲାଗିଛି । ଚଳିତ ଥର ଡୋନାଲ୍ଡ ଟ୍ରମ୍ପ ନୁହେଁ ବରଂ ଭେନେଜୁଏଲାର ମାରିଆ କୋରିନା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଛି । ଏହି ପୁରସ୍କାର ପ୍ରତିବର୍ଷ ବିଶ୍ୱ ଶାନ୍ତି, ମାନବାଧିକାର ଏବଂ ସଂଘର୍ଷ ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବ୍ୟକ୍ତି କିମ୍ବା ସଂଗଠନକୁ ପ୍ରଦାନ କରାଯାଏ ।

ତେବେ ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଜିତିନାହାନ୍ତି । ବହୁ ଦିନ ଧରି କଳ୍ପନାଜଳ୍ପନା କରାଯାଉଥିଲା ଯେ ଟ୍ରମ୍ପଙ୍କୁ ବିଭିନ୍ନ ଆନ୍ତର୍ଜାତୀୟ ସଂଘର୍ଷରେ ମଧ୍ୟସ୍ଥତା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇପାରେ । କିନ୍ତୁ ଶେଷରେ ଜୁରି ଏହି ବର୍ଷର ପୁରସ୍କାର ମଚାଡୋଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ପୂର୍ବରୁ ଟ୍ରମ୍ପ ନିଜେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ବାରମ୍ବାର ବିଭିନ୍ନ ମଞ୍ଚରେ କହୁଥିଲେ । ଏମିତି କି ସେ କହିଥିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା କିଛି ନ କରି ନୋବେଲ ପାଇଛନ୍ତି ସେ ସାତଟି ଯୁଦ୍ଧ ସମାପ୍ତ କରିଛନ୍ତି । ତେଣୁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍ । ତେବେ ଗୋଟିଏ ନୁହେଁ ବରଂ ସେ ଏହା ମଧ୍ୟ କହିଥିଲେ କି ସାତଟି ଯୁଦ୍ଧ ସମାପ୍ତ କରିଥିବାରୁ ତାଙ୍କୁ ସାତଟି ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ।


ଟ୍ରମ୍ପ ଅନେକ ଥର ଦାବି କରିଥିଲେ ଯେ, ସେ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧ ବନ୍ଦ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, "ସେ ଭାରତ-ପାକିସ୍ତାନ, ଥାଇଲ୍ୟାଣ୍ଡ-କମ୍ବୋଡିଆ, ଆର୍ମେନିଆ-ଆଜରବାଇଜାନ, କୋସୋଭୋ-ସର୍ବିଆ, ଇସ୍ରାଏଲ-ଇରାନ, ମିଶର-ଇଥିଓପିଆ, ରୱାଣ୍ଡା-କଙ୍ଗୋ ଭଳି ଅନେକ ଯୁଦ୍ଧକୁ ରୋକିଛନ୍ତି । ସେଥିମଧ୍ୟରୁ ୬୦ ପ୍ରତିଶତ ଯୁଦ୍ଧ ବାଣିଜ୍ୟ ଯୋଗୁଁ ରୋକି ଦିଆଯାଇଛି ବୋଲି ସେ ବାରମ୍ବାର କହୁଥିଲେ । କିନ୍ତୁ ଏବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ, ସ୍ବପ୍ନରେ ରହିଯାଇଛି ।

Related Topics

Explore more stories

Sponsored
María Corina Machado Wins 2025 Nobel Peace Prize, Trump Loses Out | Argus News