Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆସନ୍ତାକାଲି ଇଡି କାର୍ଯ୍ୟାଳୟରେ ହାଜିର ହେବେ ରାଜକୁନ୍ଦ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତାକାଲି ଇଡି କାର୍ଯ୍ୟାଳୟରେ ହାଜିର ହେବେ ରାଜକୁନ୍ଦ୍ରା

ଅର୍ଗସ ବ୍ୟୁରୋ :  ବଢ଼ିଲା ରାଜ କୁନ୍ଦ୍ରାଙ୍କ ସମସ୍ୟା । ଆସନ୍ତାକାଲି ଦିନ ୧୧ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଜାରି ହୋଇଛି ସମନ । ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ କୁନ୍ଦ୍ରାଙ୍କୁ ଡକାଯାଇଛି।  ଅଶ୍ଳୀଳ ଭିଡିଓ କଣ୍ଟେଣ୍ଟ ବିତରଣରେ ଅର୍ଥ ହେରଫର ମାମଲାର ତଦନ୍ତ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 2 ଦିନ ପୂର୍ବରୁ କୁନ୍ଦ୍ରାଙ୍କ ସାନ୍ତା କ୍ରୁଜରେ ଥିବା ବାସଭବନ ସହ ଉତ୍ତର ପ୍ରଦେଶ ଓ ମୁମ୍ବାଇରେ 15ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ଇଡି।

ଅଧିକ ପଢନ୍ତୁ : ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ୧୦୦ କୋଟିର ସମ୍ପତ୍ତି ଜବତ କଲା ଇଡି

ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିତରଣ କରିବା ମାମଲାରେ ଦୀର୍ଘ ଦିନ ହେବ ଇଡି ସ୍କାନରରେ ଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ମୋବାଇଲ୍ ଆପ୍ଲିକେସନ ସହ ଅନ୍ୟାନ୍ୟ ମାଧ୍ୟମଗୁଡିକ ଉପରେ ମଧ୍ୟ ଅନୁସନ୍ଧାନ ଜାରି ରହିଛି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raj kundra will appear in the ED office tomorrow | Argus News