Rajinikanth / ସିନେମାରେ ୫୦ ବର୍ଷ, ଗୋଟିଏ ଫିଲ୍ମକୁ ନିଅନ୍ତି ୧୦୦ କୋଟି ପାରିଶ୍ରମିକ
·7 months ago·2 min read

Key Points
ସିନେମାରେ ଗୋଲ୍ଡେନ ଜୁବଲି
ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲେ ରଜନୀକାନ୍ତ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି । ସେ ତାଙ୍କର ଚମତ୍କାର ଅଭିନୟ ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କ ମନ କିଣିଛନ୍ତି। ଏବେବି ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ଲାଗିଥାଏ ଦର୍ଶକଙ୍କ ଭିଡ। ଦେଖୁ ଦେଖୁ ସିନେମାରେ ୫୦ ବର୍ଷ ବିତିଗଲାଣି । ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ରାଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି । ଏହା ସହ ତାଙ୍କର ଫିଲ୍ମ ‘ଲାଲ୍ ସଲାମ’ର ସ୍କ୍ରିନିଂ ହୋଇଥିଲା । ତାଙ୍କ ଝିଅ ଏବଂ ଫିଲ୍ମ ନିର୍ଦ୍ଦେଶକ ଏଶ୍ବର୍ଯ୍ୟା ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ଅଭିନେତା ରଜନୀକାନ୍ତ ନୀଳ ହାଫ-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ଉତ୍ସବରେ ପହଞ୍ଚିଥିଲେ। ଏକ ଭାଇରାଲ ଭିଡିଓରେ, ଅଭିନେତା ହସି ହସି ହାତ ଯୋଡି ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବାର ଦେଖାଯାଉଛି। ତାଙ୍କ ଝିଅ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ବାପାଙ୍କ ସହିତ ଚାଲିଥିଲେ। ଦର୍ଶକମାନେ ଦୁହିଁଙ୍କର ଗୋଟିଏ ଝଲକ ଦେଖିବାକୁ ଉତ୍ସାହିତ ଥିଲେ।ଜାତୀୟ ଗଣମାଧ୍ୟମ ମୁତାବକ, ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା ରଜନୀକାନ୍ତ ଏବେ ୪୩୦କୋଟିର ମାଲିକ ଅଟନ୍ତି। ଏବେ ଗୋଟାଏ ଫିଲ୍ମ ପାଇଁ ୧୦୦କୋଟିରୁ ଅଧିକ ପାରିଶ୍ରମିକ ନେଉଥିବା ରଜନୀକାନ୍ତଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି ।
ଏଥିସହ ପଢ଼ନ୍ତୁ: ସତ ଆସିଲା ସାମ୍ନାକୁ, କିଛି ନକହି ଏମିତି କଲେ ସ୍ମୃତି-ପଲାଶ
ସୂଚନା ମୁତାବକ, ''ରଜନୀକାନ୍ତ ପାଖରେ ୧୬.୫କୋଟିର ରୋଲ୍ସ ରଏସ୍ ଫାଣ୍ଟୋମ, ୬କୋଟିର ରୋଲ୍ସ ରଏସ୍ ଘୋଷ୍ଟ, ୨୨କୋଟିର ବେଣ୍ଟଲେ ଲିମୋଜିନ୍, ୨.୫୫କୋଟିର ମର୍ସେଡିଜ୍ ବେଞ୍ଜ ଜି-ୱାଗନ, ୩.୧୦କୋଟିର ଲାମ୍ବୋରଗିନି ଉରୁସ୍ ଏବଂ ୧.୭୭କୋଟିର ବିଏମଡବ୍ଲୁ ଏକ୍ସ୫ କାର୍ ରହିଛି। ସେ ଫିଲ୍ମ ଅପେକ୍ଷା ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି।'' ଏହା ବ୍ୟତୀତ ରଜନୀକାନ୍ତ ଏକ ବିବାହ ହଲ୍ ମଧ୍ୟ ଚଳାନ୍ତି। ତାଙ୍କ ବିବାହ ହଲର ମୂଲ୍ୟ ୨୦କୋଟି ଟଙ୍କା ହୋଇଥିବା ବେଳେ ଏହାର ନାମ ରାଘବେନ୍ଦ୍ର ମଣ୍ଡପମ୍ ରଖାଯାଇଛି।
ଏହା ମଧ୍ୟ ପଢ଼ନ୍ତୁ: ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା...
ନିକଟରେ ରାଜନୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ । ସିନେମାରେ ୫୦ ବର୍ଷ ଧରି ସକ୍ରିୟ ଥିବା ମେଗାଷ୍ଟାର ରଜନୀକାନ୍ତ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ରଜନୀକାନ୍ତିଙ୍କ ଷ୍ଟାଇଲ୍ ଯୁବପୀଢ଼ିଙ୍କୁ ବି ଖୁବ ଆକର୍ଷିତ କରେ । ଦୀର୍ଘ ବର୍ଷ ଧରି ତାମିଲ ଫିଲ୍ମରେ ନିଜର ଦବଦବା ରଖିଥିବା ରଜନୀକାନ୍ତଙ୍କୁ ଭାରତ ସମେତ ସାରା ବିଶ୍ବରୁ ଶୁଭେଚ୍ଛାରୁ ସୁଅ ଛୁଟୁଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories