Smriti Mandhana / ସତ ଆସିଲା ସାମ୍ନାକୁ, କିଛି ନକହି ଏମିତି କଲେ ସ୍ମୃତି-ପଲାଶ
·9 months ago·2 min read

Key Points
ପୁଣି ଚର୍ଚ୍ଚାରେ ସ୍ମୃତି ପଲାଶ
ଦୁହେଁ ଇନଷ୍ଟାଗ୍ରାମ ଅପଡେଟ୍ କରିଛନ୍ତି
ଦୁହେଁ ଇନଷ୍ଟାଗ୍ରାମ ଅପଡେଟ୍ କରିଛନ୍ତି
ଏକ ହାଇ-ପ୍ରୋଫାଇଲ୍ ବିବାହ ହେବା କଥା ଏବେ ସସପେନ୍ସ ଏବଂ ଗୁଜବର ବିଷୟ ପାଲଟିଛି। ଭାରତ ମହିଳା ବିଶ୍ୱକପ୍ ଜିତିବାର ସପ୍ତାହ ପରେ ଖୁବ ଖୁସି ହୋଇଯାଇଥିଲେ ସ୍ମୃତି ମନ୍ଧାନା। ଗୋଟିଏ ଭାରତ ମହିଳା ଟିମ୍ ବିଶ୍ୱକପ୍ ଜିତିଥିଲା ଅନ୍ୟଟି ସ୍ମୃତିଙ୍କର ବିବାହ ହେବାର ଥିଲା। ସ୍ମୃତି ମନ୍ଧାନା ନଭେମ୍ବର 23 ରେ ସଂଗୀତକାର ପଲାଶ ମୁଚ୍ଛଲଙ୍କୁ ବିବାହ କରିବାର ଥିଲା। ତାହା ହୋଇପାରିଲା ନାହିଁ। ବିବାହ ଦିନ ସ୍ମୃତିଙ୍କ ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ପରେ ପଲାଶ ନିଜେ ଅସୁସ୍ଥ ଥିବା ରିପୋର୍ଟ କୁହାଯାଇଥିଲା।'' ବିବାହ ସ୍ଥଗିତ ହେବା ପରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଥିଲା।ସୋସିଆଲ ମିଡିଆରେ ଅନେକ ଗୁଜବ ଉଠିଥିଲା କି ପଲାଶ ସ୍ମୃତିଙ୍କୁ ମିଛ କହିଛନ୍ତି।
ଅନ୍ୟ ଜଣେ ଝିଅ ସହ ତାଙ୍କର ସମ୍ପର୍କ ରହିଛି ଏମିତି ଅନେକ ଗୁଜବ। ହେଲେ ପଲାଶ ଏବଂ ସ୍ମୃତି ଏହାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି। କିନ୍ତୁ ବର୍ତ୍ତମାନ ଦୁହେଁ ଏପରି ଜିନିଷ କରିଛନ୍ତି ଯାହା ସବୁ ପ୍ରଶ୍ନ ଉପରେ ଉତ୍ତର ରଖିଛି। ସ୍ମୃତି ଏବଂ ପଲାଶ 'ନଜର' ଇମୋଟିକନ୍ ସହିତ ସେମାନଙ୍କର ଇନଷ୍ଟାଗ୍ରାମ ବାୟୋ ଅପଡେଟ୍ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ, ଦୁହେଁ ବିଶ୍ୱାସ କରୁଛନ୍ତି କି ଦୁହିଁଙ୍କ ଖୁସିରେ କାହାର ନଜର ଲାଗିଛି। ଯେଉଁଥି ପାଇଁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ଏଥିସହ ପଢ଼ନ୍ତୁ: ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା...
ସେପଟେ ଦୁଇ ପରିବାରର ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି ଯେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଥଗିତ ରଖାଯାଇଛି ବିବାହ। ତେବେ ପଲାଶଙ୍କ ମା' ଅମିତା ମୁଚ୍ଛଲ କହିଛନ୍ତି, ଖୁବଶୀଘ୍ର ଘରେ ହେବ ଗ୍ରାଣ୍ଡ ଓ୍ବେଲକମ। ଅମିତା ମୁଚ୍ଛଲ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସ୍ମୃତି ଏବଂ ପଲାଶ ଏବେ ବଡ଼ ସମସ୍ୟାରେ ଅଛନ୍ତି । ପଲାଶଙ୍କର ସ୍ବପ୍ନ ଥିଲା କି ସାଥୀରେ ସେ ତାଙ୍କ ଦୁଲହନକୁ ଘରକୁ ଆଣିବେ। ମୁଁ ବି ମୋ ବୋହୂର ସ୍ବାଗତ ପାଇଁ ବହୁତ ପ୍ରସ୍ତୁତି କରିଥିଲି। କିନ୍ତୁ ବହୁତ ଶୀଘ୍ର ଏହାସବୁ ହେବ। ଅମିତା ଆଉ ମଧ୍ୟ କହିଛନ୍ତି ପଲାଶ ସ୍ମୃତିଙ୍କର ତାଙ୍କ ପିତା ଶ୍ରୀନିବାସନ ମନ୍ଧାନାଙ୍କ ସହ ଗଭୀର ଭଲପାଇବା ରହିଛି। ସ୍ମୃତି ତାଙ୍କ ପିତାଙ୍କ ସହ ମଧ୍ୟ ବହୁତ କ୍ଲୋଜ। ଏବେ ସେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ଶାହାନାଇ ବାଜିବ। ଫ୍ୟାନ୍ସମାନଙ୍କୁ ଅନୁରୋଧ କରିବି ଯେ, ମିଛ ଖବର ଚାରିଆଡେ ପ୍ରଚାର କରନ୍ତୁ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ପଲାଶଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୁଇ ଭିନ୍ନ କୋରିଓଗ୍ରାଫରଙ୍କ ନାମ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରଥମେ କୋରିଓଗ୍ରାଫର ଗୁଲନାଜ ଏହି ମାମଲାରେ ତାଙ୍କର ସ୍ପଷ୍ଟୀକରଣ ଦେଇଥିଲେ ଏବଂ ଏବେ ଆଉ ଜଣେ କୋରିଓଗ୍ରାଫର ନନ୍ଦିକା ଦ୍ୱିବେଦୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ନନ୍ଦିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଲମ୍ବା ବିବୃତ୍ତି ଶେୟାର କରି ଲେଖିଛନ୍ତି, ଗତ କିଛି ଦିନ ଧରି, ମୁଁ ମୋ ନାମକୁ ଏପରି ଏକ ପରିସ୍ଥିତି ସହିତ ଯୋଡା ହେଉଥିବା ଦେଖୁଛି ଯାହା କାହାକୁ ଗଭୀର ବ୍ୟକ୍ତିଗତ ଦୁଃଖ ଦେଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories