Videos
|
Entertainment

ଭୟରେ ଭାରତ ଫେରୁନାହାନ୍ତି ରାକ୍ଷୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭୟରେ ଭାରତ ଫେରୁନାହାନ୍ତି ରାକ୍ଷୀ

ଅର୍ଗସ ବ୍ୟୁରୋ:  ଭୟରେ ଥରହର ରାକ୍ଷୀ ସାଓ୍ୱନ୍ତ। ସବୁଦିନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ରାକ୍ଷୀଙ୍କୁ ଆଉ ଅନେକ ଦିନ ହେବ ଦେଖିବାକୁ ମିଳୁନି। କୁହାଯାଉଛି କି ରାକ୍ଷୀ ବର୍ତ୍ତମାନ ଲୁଚି ରହିଛନ୍ତି। ଆଉ ଭାରତକୁ ଆସିବାକୁ ଡରୁଛନ୍ତି। କାହିଁକି ଏଭଳି କରୁଛନ୍ତି କଣ ହୋଇଛି, ଏସବୁ ସତ ନିଜରେ ଖୋଲି କହିଛନ୍ତି ରାକ୍ଷୀ ସାଓ୍ୱନ୍ତ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାକ୍ଷୀ ଭାରତକୁ ନଫେରିବାର କାରଣ କହିଛନ୍ତି । ସେ କହିଛନ୍ତି, ‘ଯଦି ମୁଁ ଭାରତ ଫେରିବି ତେବେ ମୋ ବିରୋଧରେ ବିଚାରଧୀନ ଥିବା ମାମଲା ପାଇଁ ପୁଲିସ ମୋତେ ଗିରଫ କରିପାରେ । ମୁଁ କାହାର ସାହାଯ୍ୟ ମାଗୁନାହିଁ । ଏହା ମୋର ଲଢ଼େଇ । ସଲମାନ ଖାନ, ଫରାହ ଖାନ ଏବଂ ଶାହରୁଖ ଖାନ ଗୋଟିଏ ସେକେଣ୍ଡରେ ମୋତେ ଜାମିନ ଦେଇପାରିବେ । କିନ୍ତୁ ମୁଁ କାହାକୁ ସାହାଯ୍ୟ ମାଗୁନାହିଁ । କେତେ ଦିନ ଆଉ ସମସ୍ତଙ୍କ ଆଗରେ ହାତ ପତେଇବି? କେତେ ଦିନ ଆଉ ଭିକ ମାଗିବି? ମୁଁ ଏବେ ଭିକାରୁଣୀ ହୋଇଗଲିଣି ।

ଉଲ୍ଲେଖଯୋଗ୍ୟ, ଅଲଗା ହେବା ପରଠାରୁ ରାକ୍ଷୀ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଏକାଧିକ ଆଇନଗତ ଲଢ଼େଇ ଚାଲିଛି । ଆଦିଲଙ୍କ ଅଶ୍ଳୀଳ ଭିଡିଓ ରିଲିଜ କରିଥିବା ଅଭିଯୋଗରେ ରାଖୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିବାଦପୂର୍ଣ୍ଣ ଛାଡପତ୍ର କାରଣରୁ ଏହି ଯୋଡି ୨୦୨୩ରେ ଖୁବ ଚର୍ଚ୍ଚାରେ ରହିଥିଲେ । ରାକ୍ଷୀଙ୍କ ବିରୋଧରେ ସମ୍ପତ୍ତି ଠକେଇ ଅଭିଯୋଗ ମଧ୍ୟ କରିଛନ୍ତି ପୂର୍ବତନ ସ୍ୱାମୀ ଆଦିଲ ।

କହିବାକୁ ଗଲେ ବଲିଉଡର ‘ଡ୍ରାମା କୁଇନ’ ରାକ୍ଷୀ ସାୱନ୍ତ ଦୀର୍ଘ ଦିନ ଧରି ଭାରତ ବାହାରେ ଅଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଗିରଫ ଭୟରେ ସେ ଦୁବାଇରୁ ଭାରତ ଆସୁନାହାନ୍ତି । କିଛି ମାସ ଦୁବାଇରେ ରହିବା ପରେ ସେ ଗିରଫ ଭୟରେ ଭାରତ ଫେରୁନଥିବା ନିଜେ କହିଛନ୍ତି । ଯଦି ତାଙ୍କୁ ଗିରଫ କରାଯାଏ, ତେବେ ସୁପରଷ୍ଟାର ସଲମାନ ଖାନ ଓ ଶାହରୁଖ ଖାନ ତୁରନ୍ତ ତାଙ୍କୁ ଜାମିନ କରାଇଦେବେ । ହେଲେ କାହାଠାରୁ ଏବେ ସାହାଯ୍ୟ ମାଗିବେ ନାହିଁ ବୋଲି କହିଛନ୍ତି ରାକ୍ଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: